ବର୍ଷା ଯୋଗୁଁ ଭାରତ-ପାକ୍‌ ମ୍ୟାଚ୍‌ ବାଧାପ୍ରାପ୍ତ: ନିରାଶ ହୋଇପାରନ୍ତି ଦର୍ଶକ

ମୁମ୍ବାଇ:ବର୍ମିଂହାମରେ ଆରମ୍ଭ ହେଇଥିବା ଭାରତ-ପାକିସ୍ତାନ ହାଇଭୋଲଟେଜ୍  ମ୍ୟାଚରେ ପାକିସ୍ତାନ ଟସ୍  ଜିତି ଭାରତକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲା।  ହେଲେ ମାତ୍ର ୯.୫ ଓଭଅ ବୋଲିଂ ହେବା ପରେ ପଡିଆରେ ଆରମ୍ଭ ହୋଇଯାଇଥିଲା ବର୍ଷା। ଯେଉଁଥିପାଇଁ ଖେଳ ବାଧାପ୍ରାପ୍ତ ହୋଇଛି। ଭାରତ ପକ୍ଷରୁ ଦୁଇ ଓପନର୍‌ ଭଲ ଆରମ୍ଭ କରିଛନ୍ତି।  ଖେଳ ବନ୍ଦ ହେବା ବେଳକୁ ରୋହିତ ଶର୍ମା ୨୫ ଓ ଶୀଖର ଧାୱନ ୨୦ ରନ କରି ଅପାରିଜତ ରହିଛନ୍ତି।  ଆଜି ୫ ଜଣ […]

Rain1-580x395

Rakesh Mallick
  • Published: Sunday, 04 June 2017
  • , Updated: 04 June 2017, 04:23 PM IST

ମୁମ୍ବାଇ:ବର୍ମିଂହାମରେ ଆରମ୍ଭ ହେଇଥିବା ଭାରତ-ପାକିସ୍ତାନ ହାଇଭୋଲଟେଜ୍  ମ୍ୟାଚରେ ପାକିସ୍ତାନ ଟସ୍  ଜିତି ଭାରତକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲା।  ହେଲେ ମାତ୍ର ୯.୫ ଓଭଅ ବୋଲିଂ ହେବା ପରେ ପଡିଆରେ ଆରମ୍ଭ ହୋଇଯାଇଥିଲା ବର୍ଷା। ଯେଉଁଥିପାଇଁ ଖେଳ ବାଧାପ୍ରାପ୍ତ ହୋଇଛି। ଭାରତ ପକ୍ଷରୁ ଦୁଇ ଓପନର୍‌ ଭଲ ଆରମ୍ଭ କରିଛନ୍ତି।  ଖେଳ ବନ୍ଦ ହେବା ବେଳକୁ ରୋହିତ ଶର୍ମା ୨୫ ଓ ଶୀଖର ଧାୱନ ୨୦ ରନ କରି ଅପାରିଜତ ରହିଛନ୍ତି।  ଆଜି ୫ ଜଣ ବୋଲରଙ୍କୁ ନେଇ ଖେଳୁଛି ଟିମ ଇଣ୍ଡିଆ।  ମହମ୍ମଦ ସାମି ଓ ଆର ଅଶ୍ୱିନୀଙ୍କୁ ଆଜି ଦଳରେ ସାମିଲ କରାଯାଇ ନାହିଁ। ପାରମ୍ପରିକ ପ୍ରତିଦ୍ୱନ୍ଦୀ ବିରାଟ ବାହିନୀ ତୁଳନାରେ ପାକିସ୍ତାନ ଅପେକ୍ଷାକୃତ ଦୁର୍ବଳ ଦେଖାଯାଉଥିଲେ ମଧ୍ୟ ମ୍ୟାଚର ଆରମ୍ଭରୁ କଡା ଟକ୍କର ଦେଖିବାକୁ ମିଳିଛି। ଲଣ୍ଡନରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମ୍ୟାଚରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Related story