IPLରେ ସର୍ବାଧିକ ଦର୍ଶକ ଦେଖିଥିଲେ ଏହି ମ୍ୟାଚ୍‌କୁ: ଜାଣନ୍ତୁ TVରେ କେଉଁ ଟିମ୍‌ ସବୁଠୁ ଲୋକପ୍ରିୟ

ଆଇପିଏଲର ୧୧ତମ ସଂସ୍କରଣ ଚାଲିଥିବା ବେଳେ ଏଥିପାଇଁ କ୍ରୀଡ଼ାପ୍ରମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖାଦେଇଛି। ଦେଶରେ କ୍ରିକେଟ୍‌ର କ୍ରେଜ ଏବେ ଦେଖିବାକୁ ମିଳିଛି। ଆଇପିଏଲ ଦିନକୁ ଦିନ ବେଶ୍‌ ଲୋକପ୍ରିୟ ହେବାରେ ଲାଗିଛି। କ୍ରିକେଟ୍‌ ଷ୍ଟାଡ଼ିୟମ ହେଉ କିମ୍ବା ଟେଲିଭିଜନ, କ୍ରୀଡ଼ା ପ୍ରେମୀଙ୍କୁ ବାନ୍ଧି ରଖିଛି ବିଶ୍ୱର ଏହି ସବୁଠୁ ଲୋକପ୍ରିୟ କ୍ରିକେଟ୍‌ ପ୍ରତିଯୋଗିତା। ରିପୋର୍ଟ ଅନୁସାରେ ଆଇପିଏଲରେ ସବୁଠୁ ଲୋକପ୍ରିୟ ଟିମ୍‌ ଭାବେ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ। ମୁମ୍ବାଇ-ଚେନ୍ନାଇ […]

80078.3

Rakesh Mallick
  • Published: Saturday, 12 May 2018
  • , Updated: 12 May 2018, 05:09 PM IST

ଆଇପିଏଲର ୧୧ତମ ସଂସ୍କରଣ ଚାଲିଥିବା ବେଳେ ଏଥିପାଇଁ କ୍ରୀଡ଼ାପ୍ରମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖାଦେଇଛି। ଦେଶରେ କ୍ରିକେଟ୍‌ର କ୍ରେଜ ଏବେ ଦେଖିବାକୁ ମିଳିଛି। ଆଇପିଏଲ ଦିନକୁ ଦିନ ବେଶ୍‌ ଲୋକପ୍ରିୟ ହେବାରେ ଲାଗିଛି। କ୍ରିକେଟ୍‌ ଷ୍ଟାଡ଼ିୟମ ହେଉ କିମ୍ବା ଟେଲିଭିଜନ, କ୍ରୀଡ଼ା ପ୍ରେମୀଙ୍କୁ ବାନ୍ଧି ରଖିଛି ବିଶ୍ୱର ଏହି ସବୁଠୁ ଲୋକପ୍ରିୟ କ୍ରିକେଟ୍‌ ପ୍ରତିଯୋଗିତା। ରିପୋର୍ଟ ଅନୁସାରେ ଆଇପିଏଲରେ ସବୁଠୁ ଲୋକପ୍ରିୟ ଟିମ୍‌ ଭାବେ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ। ମୁମ୍ବାଇ-ଚେନ୍ନାଇ ମ୍ୟାଚ୍‌କୁ ସବୁଠୁ ଅଧିକ ଲୋକ ଦେଖିବାକୁ ପସନ୍ଦ କରନ୍ତି ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ଏପ୍ରିଲ ୨୮ ତାରିଖରେ ପୁଣେ ଠାରେ ଖେଳାଯାଇଥିବା ଆଇପିଏଲର ୨୭ ତମ ମ୍ୟାଚକୁ ଷ୍ଟାର୍‌ ସ୍ପୋର୍ଟ-୧ ହିନ୍ଦି ଚ୍ୟାନେଲ୍‌ରେ ସର୍ବାଧିକ ଲୋକ ଦେଖିଛନ୍ତି। ଏହି ମ୍ୟାଚ୍‌ ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ଖେଳାଯାଇଥିଲା। ଏହା ତଳକୁ ମେ ମାସ ୩ ତାରିଖରେ ଖେଳାଯାଇଥିବା କେକେଆର୍‌-ଚେନ୍ନାଇ ମ୍ୟାଚ୍‌କୁ ଦ୍ୱିତୀୟ ସର୍ବାଧିକ ଦର୍ଶକ ଟିଭିରେ ଦେଖିଛନ୍ତି। ତୃତୀୟ ସର୍ବାଧିକ ଦର୍ଶକ ଦେଖିଥିବା ମ୍ୟାଚ୍‌ ତାଲିକାରେ ଆର୍‌ସିବି-ମୁମ୍ବାଇ ମ୍ୟାଚ୍‌ ରହିଥିବା ବେଳେ ୪ର୍ଥ ସର୍ବାଧିକ ଲୋକ ଦେଖିଥିବା ମ୍ୟାଚ୍‌ ତାଲିକାରେ ମୁମ୍ବାଇ-ପଞ୍ଜାବ ମ୍ୟାଚ୍ ରହିଛି।

Related story