ଆର୍ଜେଣ୍ଟିନା ହାରିବା ପରେ ଭାରତରେ ମେସିଙ୍କ ଫ୍ୟାନ୍ ନିଖୋଜ, ଛାଡ଼ିଗଲେ ସୁଇସାଇଡ୍‌ ନୋଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଫା ବିଶ୍ୱକପରେ ୩- ୦ ଗୋଲ୍‌ରେ ଶକ୍ତିଶାଳୀ ଆର୍ଜେଣ୍ଟିନାକୁ ପରାସ୍ତ କରି ବିପର୍ଯ୍ୟୟ ସୃଷ୍ଟି କରିଛି କ୍ରୋଏସିଆ। ଗୁରୁବାର ଖେଳାଯାଇଥିବା ଫିଫା ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୩-୦ ଗୋଲରେ କ୍ରୋଏସିଆଠାରୁ ପରାସ୍ତ ହୋବା ପରେ ବିଶ୍ୱକପରୁ ବିଦା ହେବା ଡର ଦେଖାଦେଇଛି। ଆର୍ଜେଣ୍ଟିନାର ଏଭଳି ପ୍ରଦର୍ଶନ, ବିଶ୍ୱର ଅନେକ ଫୁଟବଲ୍‌ ଫ୍ୟାନଙ୍କୁ ମର୍ମାହତ କରିଛି। ବିଶ୍ୱକପରେ ଅର୍ଜେଣ୍ଟିନା ହାରିବା ପରେ ଏହାର ପ୍ରଭାବ ଭାରତରେ ମଧ୍ୟ ପଡ଼ିଛି। କେରଳର ଜଣେ ଯୁବ ଫୁଟବଲ୍‌ […]

masi

Rakesh Mallick
  • Published: Friday, 22 June 2018
  • , Updated: 23 June 2018, 12:23 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଫା ବିଶ୍ୱକପରେ ୩- ୦ ଗୋଲ୍‌ରେ ଶକ୍ତିଶାଳୀ ଆର୍ଜେଣ୍ଟିନାକୁ ପରାସ୍ତ କରି ବିପର୍ଯ୍ୟୟ ସୃଷ୍ଟି କରିଛି କ୍ରୋଏସିଆ। ଗୁରୁବାର ଖେଳାଯାଇଥିବା ଫିଫା ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୩-୦ ଗୋଲରେ କ୍ରୋଏସିଆଠାରୁ ପରାସ୍ତ ହୋବା ପରେ ବିଶ୍ୱକପରୁ ବିଦା ହେବା ଡର ଦେଖାଦେଇଛି। ଆର୍ଜେଣ୍ଟିନାର ଏଭଳି ପ୍ରଦର୍ଶନ, ବିଶ୍ୱର ଅନେକ ଫୁଟବଲ୍‌ ଫ୍ୟାନଙ୍କୁ ମର୍ମାହତ କରିଛି। ବିଶ୍ୱକପରେ ଅର୍ଜେଣ୍ଟିନା ହାରିବା ପରେ ଏହାର ପ୍ରଭାବ ଭାରତରେ ମଧ୍ୟ ପଡ଼ିଛି। କେରଳର ଜଣେ ଯୁବ ଫୁଟବଲ୍‌ ଫ୍ୟାନ୍‌ ଆର୍ଜେଣ୍ଟିନର ପରାସ୍ତ ପରେ ଗତକାଲି ରାତିରୁ ନିଖୋଜ ଅଛନ୍ତି। ଏହି ଫୁଟବଲ ପାଗଳ ବ୍ୟକ୍ତି ଜଣକ ନିଖୋଜ ହେବା ପୂର୍ବରୁ ନିଜ ଘରେ ଏକ ସୁଇସାଇଡ୍‌ ନୋଟ୍ ଛାଡ଼ିଯାଇଛନ୍ତି। ଯେଉଁ ନୋଟ୍‌ରେ ଲେଖାଯାଇଛି ଯେ, ତାଙ୍କ ମୃତ୍ୟୁରେ କେହି ଦାୟୀ ନୁହଁନ୍ତି।

ଏପରି ପରିସ୍ଥିତିରେ ପୋଲିସ ସର୍ଚ୍ଚ ଅପରେସନ ଜରି ରଖିଛି। ରିପୋର୍ଟ ଅନୁସାରେ ‘ଦିନୁ ଆଲେକ୍ସ’ ନାମକ ଜଣେ ୩୦ ବର୍ଷିୟ ଆର୍ଜେଣ୍ଟିନା ଫ୍ୟାନ୍‌ ସକାଳ ୫ଟାରୁ ନିଜ ଘରୁ ନିଖୋଜ ଅଛନ୍ତି। ଆର୍ଜେଣ୍ଟିନାର ପରାସ୍ତ ପରେ  ମର୍ମାହତ ହୋଇ ‘ଦିନୁ ଆଲେକ୍ସ’ ସୁଇସାଇଡ୍ କରିଥାଇପାରନ୍ତି ବୋଲି ପୋଲିସ ଅନୁମାନ କରୁଛି। ଦିନୁ ଆଲେକ୍ସ’ଙ୍କ ଘର କେରଳର କୋଟାୟମ ଅଞ୍ଚଳରେ ଯାହା  ମୀନାଚିଲ୍‌ ନଦୀ କୂଳରେ ଅବସ୍ଥିତ। ପୋଲିସ ସନ୍ଦେହ କରୁଛୁ ଦିନୁ ଏହି ନଦୀରେ ବୁଡ଼ି ଆତ୍ମହତ୍ୟା କରିଥାଇପାରନ୍ତି।

ସ୍ଥାନୀୟ ଲୋକଙ୍କ କହିବା କଥା ଦିନୁ ଆର୍ଜେଣ୍ଟିନା ଫୁଟବଲ ଟିମ୍‌ ତଥା ମେସିଙ୍କ ବଡ଼ ପ୍ରଶଂସକ। ସେ ସର୍ବାଦା ଏହି ଟିମ୍‌ର ସପକ୍ଷରେ ମତ ପ୍ରକାଶ କରିବା ସହ କୌଣସି ମ୍ୟାଚ୍‌କୁ ଟିଭିରେ ଦେଖିବାରେ ହାତଛଡ଼ା କରନ୍ତି ନାହିଁ। ଗତକାଲି ସେ ମେସି ପିନ୍ଧିଥିବା ଜର୍ସି ରଙ୍ଗର ସାର୍ଟ ପିନ୍ଧିଥିବା ଆର୍ଜେଣ୍ଟିନା-କୋଏସିଆ ମ୍ୟାଚ୍ ଦେଖୁଥିଲେ।

Related story