କିଙ୍ଗସ୍ ଇଲେଭେନ୍ ପଞ୍ଜାବ କୋଚ୍ ପଦ ଛାଡ଼ିଲେ ହେସନ୍

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡର ମାଇକ୍ ହେସନ୍ ଆଇପିଏଲ୍ ଟିମ୍ କିଙ୍ଗସ୍ ଇଲେଭେନ୍ ପଞ୍ଜାବର ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଇଛନ୍ତି। ହେସନ୍ ଗୁରୁବାର ଟ୍ୱିଟର୍ ଦ୍ୱାରା ଆଇପିଏଲରୁ ଅଲଗା ହେବା ନେଇ ଘୋଷଣା କରିଛନ୍ତି। ୪୪ ବର୍ଷୀୟ ହେସନ୍ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପଦ ପାଇଁ ପୂର୍ବରୁ ହିଁ ଆବେଦନ କରିସାରିଛନ୍ତି। A message from me regarding @lionsdenkxip pic.twitter.com/xOGfEw4LBq — Mike Hesson (@CoachHesson) August 7, 2019 ହେସନ୍ କହିଛନ୍ତି, “ମୁଁ ପଞ୍ଜାବ […]

mike

Ranjit Kumar Jena
  • Published: Thursday, 08 August 2019
  • , Updated: 08 August 2019, 06:33 PM IST

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡର ମାଇକ୍ ହେସନ୍ ଆଇପିଏଲ୍ ଟିମ୍ କିଙ୍ଗସ୍ ଇଲେଭେନ୍ ପଞ୍ଜାବର ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଇଛନ୍ତି। ହେସନ୍ ଗୁରୁବାର ଟ୍ୱିଟର୍ ଦ୍ୱାରା ଆଇପିଏଲରୁ ଅଲଗା ହେବା ନେଇ ଘୋଷଣା କରିଛନ୍ତି। ୪୪ ବର୍ଷୀୟ ହେସନ୍ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପଦ ପାଇଁ ପୂର୍ବରୁ ହିଁ ଆବେଦନ କରିସାରିଛନ୍ତି।


ହେସନ୍ କହିଛନ୍ତି, "ମୁଁ ପଞ୍ଜାବ ଫ୍ରାଞ୍ଚାଇଜି ସହ ବିତାଇଥିବା ପ୍ରତିଟି ସମୟକୁ ମୁଁ ଉପଭୋଗ କରିଛି। ମୋତେ କୋଚ୍ କରିଥିବାରୁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି। ତେବେ ମୁଁ ଦୁଃଖିତ ଯେ, ଆମେ ଚଳିତ ବର୍ଷ ପ୍ଲେଅଫରେ ସ୍ଥାନ ହାସଲ କରିପାରିଲୁ ନାହିଁ । ମୋର ବିଶ୍ୱାସ ଟିମ୍ ଆଗାମୀ ଦିନରେ ନିଶ୍ଚୟ ଶ୍ରେଷ୍ଠ ପ୍ରଦର୍ଶନ କରିବ।"

ହେସନ୍ ୨୦୧୯ ଆଇପିଏଲରେ ବ୍ରାଡ୍ ହଜଙ୍କ ସ୍ଥାନରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ କୋଚ୍ ପଦ ସମ୍ଭାଳିଥିଲେ। ହଜଙ୍କ ଅଧୀନରେ ପଞ୍ଜାବ ୨୦୧୮ ଆଇପିଏଲର ପ୍ଲେଅଫକୁ କ୍ୱାଲିଫାଏ କରିପାରିନଥିଲା। ଏହା ପରେ ୨୦୧୯ରେ ମଧ୍ୟ ପଞ୍ଜାବ ଅନ୍ତିମ-୪ରେ ସ୍ଥାନ ହାସଲ କରିବାରେ ବିଫଳ ରହିଥିଲା। ମାଇକ୍ ହେସନ୍ କେବଳ ୧୦ମାସ ପର୍ଯ୍ୟନ୍ତ ପଞ୍ଜାବ କୋଚ୍ ରହିଛନ୍ତି।

Related story