କମ୍‌ ସଂଖ୍ୟକ ଘରୋଇ କ୍ରିକେଟ ଖେଳୁ ଥିବାରୁ ଦିନିକିଆରେ ଖରାପ ପ୍ରଦର୍ଶନ କରୁଛି ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନ ଦଳ କମ୍‌ ସଂଖ୍ୟକ ଘରୋଇ କ୍ରିକେଟ ଖେଳୁ ନ ଥିବାରୁ ଦିନିକିଆ ଫାର୍ମଟରେ ଖରାପ ପ୍ରଦର୍ଶନ କରୁଛି। ଆଜି ଏହା କହିଛନ୍ତି ପାକିସ୍ତାନର ଟେଷ୍ଟ ଦଳ ଅଧିନାୟକ ମିଶବା ଉଲ୍‌-ହକ୍‌। ଦଳ ଆଇସିସି ଟେଷ୍ଟ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ଥିବା ବେଳେ ଦିନିକିଆ ମାନ୍ୟତାରେ ୯ ନମ୍ବର ସ୍ଥାନରେ ରହିଛି। ଦଳ ମାତ୍ର ୮୬ ପଏଣ୍ଟ ପାଇ ଏହି ସ୍ଥାନରେ ରହିଛି। ସେ କହିଛନ୍ତି,“ଯଦି ପାକିସ୍ତାନର ଖେଳାଳିମାନେ ଗୋଟିଏ ସିଜିନ୍‌ରେ ୧୦ରୁ ୨୦ଟି […]

misbah-ul-haq

Rakesh Mallick
  • Published: Monday, 19 September 2016
  • , Updated: 19 September 2016, 06:56 PM IST

ନୂଆଦିଲ୍ଲୀ: ପାକିସ୍ତାନ ଦଳ କମ୍‌ ସଂଖ୍ୟକ ଘରୋଇ କ୍ରିକେଟ ଖେଳୁ ନ ଥିବାରୁ ଦିନିକିଆ ଫାର୍ମଟରେ ଖରାପ ପ୍ରଦର୍ଶନ କରୁଛି। ଆଜି ଏହା କହିଛନ୍ତି ପାକିସ୍ତାନର ଟେଷ୍ଟ ଦଳ ଅଧିନାୟକ ମିଶବା ଉଲ୍‌-ହକ୍‌।

ଦଳ ଆଇସିସି ଟେଷ୍ଟ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ଥିବା ବେଳେ ଦିନିକିଆ ମାନ୍ୟତାରେ ୯ ନମ୍ବର ସ୍ଥାନରେ ରହିଛି। ଦଳ ମାତ୍ର ୮୬ ପଏଣ୍ଟ ପାଇ ଏହି ସ୍ଥାନରେ ରହିଛି।

ସେ କହିଛନ୍ତି,“ଯଦି ପାକିସ୍ତାନର ଖେଳାଳିମାନେ ଗୋଟିଏ ସିଜିନ୍‌ରେ ୧୦ରୁ ୨୦ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳୁଥାନ୍ତେ ତେବେ ୫୦ ଓଭର ବିଶିଷ୍ଟ ମ୍ୟାଚ୍‌ରେ କଷ୍ଟ କରିବାକୁ ପଡନ୍ତା ନାହିଁ। ମୋ ମତରେ ଏବେ ଦିନିକିଆ କ୍ରିକେଟ ଉପରେ ଦଳ ଟିକେ ବେଶୀ ଧ୍ୟାନ ଦେବା ଉଚିତ।”

ସୂଚନାଯୋଗ୍ୟ ପାକିସ୍ତାନର ଟେଷ୍ଟ ଦଳ ଅଧିନାୟକ ମିଶବା ଉଲ-ହକ୍‌ ଦିନିକିଆରୁ ଅବସର ନେଇ ସାରିଛନ୍ତି।

Related story