ବିରାଟଙ୍କ ପରେ ଆଇସିସି ମହିଳା କ୍ରିକେଟ୍‌ରେ ଶୀର୍ଷ ସ୍ଥାନରେ ମିତାଲି ରାଜ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିରାଟ କୋହଲିଙ୍କ ପରେ ଭାରତୀୟ ମହିଳା ଟିମ୍‌ର ଷ୍ଟାର ଖେଳାଳି ମିତାଲି ରାଜ ଦିନିକିଆ ମାନ୍ୟତାରେ ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି। ଅଷ୍ଟ୍ରେଲିଆର ମହିଳା କ୍ରିକେଟ୍‌ର ଏଲିସା ପରି ଏବେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ପୂର୍ବରୁ ଶୀର୍ଷ ରେ ଥିବା ଅଷ୍ଟ୍ରେଲିଆ ଅଧିନାୟକ ମେଗ୍‌ ଲେଗିଙ୍ଗ୍‌ ଇଂଲଣ୍ଡ ବିପକ୍ଷ ସିରିଜରେ ଖେଳିନଥିବାରୁ ସେ ତଳକୁ ଖସିଆସିଛନ୍ତି। ବର୍ତ୍ତମାନ ଭାରତୀୟ ଷ୍ଟାର ଖେଳାଳି ମିତାଲି ରାଜ ୭୫୩ ଅଙ୍କ ସହ ଆଇସିସି ଦିନିକିଆ ବ୍ୟାଟିଂରେ […]

555_1509359281_618x347

Rakesh Mallick
  • Published: Monday, 30 October 2017
  • , Updated: 30 October 2017, 06:26 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିରାଟ କୋହଲିଙ୍କ ପରେ ଭାରତୀୟ ମହିଳା ଟିମ୍‌ର ଷ୍ଟାର ଖେଳାଳି ମିତାଲି ରାଜ ଦିନିକିଆ ମାନ୍ୟତାରେ ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି। ଅଷ୍ଟ୍ରେଲିଆର ମହିଳା କ୍ରିକେଟ୍‌ର ଏଲିସା ପରି ଏବେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ପୂର୍ବରୁ ଶୀର୍ଷ ରେ ଥିବା ଅଷ୍ଟ୍ରେଲିଆ ଅଧିନାୟକ ମେଗ୍‌ ଲେଗିଙ୍ଗ୍‌ ଇଂଲଣ୍ଡ ବିପକ୍ଷ ସିରିଜରେ ଖେଳିନଥିବାରୁ ସେ ତଳକୁ ଖସିଆସିଛନ୍ତି। ବର୍ତ୍ତମାନ ଭାରତୀୟ ଷ୍ଟାର ଖେଳାଳି ମିତାଲି ରାଜ ୭୫୩ ଅଙ୍କ ସହ ଆଇସିସି ଦିନିକିଆ ବ୍ୟାଟିଂରେ ଶୀର୍ଷରେ ଥିବାବେଳେ ଏଲିସ ପରି ୭୨୫ ଅଙ୍କ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ବୋଲିଂରେ ଭାରତର ଝୁଲଣ ଗୌସ୍ୱାମୀ ୬୫୨ ଅଙ୍କ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକାର ଖେଳାଳି ମାରିୟନ୍‌ କେପ୍‌  ୬୫୬ ଅଙ୍କ ସହ ଶୀର୍ଷରେ ରହିଛନ୍ତି। ବର୍ତ୍ତମାନ ଅଷ୍ଟ୍ରେଲିଆ ଟିମ୍‌ ୧୨୯ ଅଙ୍କ ସହ ଦିଇନିକିଆ ମାନ୍ୟତାରେ ଶୀର୍ଷ ସ୍ଥାନରେ ରହିଥିବା ବେଳେ ୧୨୭ ଅଙ୍କ ସହ ଇଂଲଣ୍ଡ ଦ୍ୱିତୀୟ, ୧୧୮ ଅଙ୍କ ସହ ନ୍ୟୁଜିଲାଣ୍ଡ ତୃତୀୟ ଏବଂ ଭାରତ ୧୧୬ ଅଙ୍କ ସହ ୪ର୍ଥ ସ୍ଥାନରେ ରହିଛି।

Related story