ବିରାଟଙ୍କୁ ସମାଲୋଚନା କଲେ ଜନସନ, ସମର୍ଥନ କଲେ ଆଲାନ ବର୍ଡର

ପର୍ଥ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ଏବଂ ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପାଇନ୍‌ଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ପଡ଼ିଆ ବାହାରେ ତୀବ୍ର ହେବାରେ ଲାଗିଛି। ଏହି ଘଟଣାକୁ ପୂର୍ବତନ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମିଚେଲ ଜନସନ୍‌ ବିରାଟ୍‌ଙ୍କୁ ତୀବ୍ର ସମାଲୋଚନା କରିଥିବା ବେଳେ ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପ୍ଟେନ ତଥା କିମ୍ବଦନ୍ତୀ କ୍ରିକେଟର ଆଲାନ ବର୍ଡର ବିରାଟଙ୍କୁ ସମର୍ଥନ କରିଛନ୍ତି। ଦ୍ୱିତୀୟ ଟେଷ୍ଟ୍‌ରେ ଅଷ୍ଟ୍ରେଲିଆ ୧୪୬ ରନ୍‌ରେ ଜିତିଥିଲା। ଏହାକୁ ନେଇ ଯେତିକି ଚର୍ଚ୍ଚା ହୋଇନାହିଁ […]

y

Hemant Lenka
  • Published: Thursday, 20 December 2018
  • , Updated: 20 December 2018, 03:21 PM IST

ପର୍ଥ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ଏବଂ ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପାଇନ୍‌ଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ପଡ଼ିଆ ବାହାରେ ତୀବ୍ର ହେବାରେ ଲାଗିଛି। ଏହି ଘଟଣାକୁ ପୂର୍ବତନ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମିଚେଲ ଜନସନ୍‌ ବିରାଟ୍‌ଙ୍କୁ ତୀବ୍ର ସମାଲୋଚନା କରିଥିବା ବେଳେ ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପ୍ଟେନ ତଥା କିମ୍ବଦନ୍ତୀ କ୍ରିକେଟର ଆଲାନ ବର୍ଡର ବିରାଟଙ୍କୁ ସମର୍ଥନ କରିଛନ୍ତି।

ଦ୍ୱିତୀୟ ଟେଷ୍ଟ୍‌ରେ ଅଷ୍ଟ୍ରେଲିଆ ୧୪୬ ରନ୍‌ରେ ଜିତିଥିଲା। ଏହାକୁ ନେଇ ଯେତିକି ଚର୍ଚ୍ଚା ହୋଇନାହିଁ ପଡ଼ିଆ ମଝିରେ ବିରାଟ ଏବଂ ପାଇନ୍‌ଙ୍କ ଝଗଡ଼ାକୁ ନେଇ ତା’ଠାରୁ ଅଧିକ ଚର୍ଚ୍ଚା ହୋଇଛି। ଏହାକୁ ଦୃଷ୍ଟିରେ ରଖି ଜନସନ ବିରାଟଙ୍କୁ ନିର୍ବୋଧ ଏବଂ ଅନ୍ୟକୁ ସମ୍ମାନ ଦେଇପାରୁ ନଥିବା କ୍ରିକେଟର ବୋଲି କହିଛନ୍ତି। ସେ କହିଛନ୍ତି, ମ୍ୟାଚ୍‌ ମଝିରେ ଯାହା ହେଲେ ମଧ୍ୟ ଏହା ଶେଷ ହେବା ପରେ ଉଭୟ ଦଳର ଖେଳାଳି ପରସ୍ପରର ଆଖିରେ ଆଖି ମିଶାଇ ହାତ ମିଳାଇଥାଆନ୍ତି। ଏହି ସମୟରେ 'ଗ୍ରେଟ୍‌ କଣ୍ଟେଷ୍ଟ' ବୋଲି ପରସ୍ପରକୁ କହିଥାଆନ୍ତି। କିନ୍ତୁ ବିରାଟ୍‌ କୋହଲି ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପାଇନଙ୍କ ସହ ସେମିତି କିଛି କରିନାହାନ୍ତି। ଅବଶ୍ୟ ସେ ଟିମ୍‌ ପାଇନ୍‌ଙ୍କ ସହ ହାତ ମିଳାଇଛନ୍ତି ହେଲେ ତାଙ୍କ ଆଖିରେ ଆଖି ମିଶାଇ ନାହାନ୍ତି। ଏହା ଅସମ୍ମାନ କରିବା ଭଳି ଘଟଣା। ବିରାଟ୍‌ ଏପରି କରି ନିଜ ନିର୍ବୋଧତାର ପରିଚୟ ଦେଇଛନ୍ତି।” ଜନସନଙ୍କ ଏହି ବୟାନକୁ ଭାରତୀୟ କ୍ରିକେଟ ଫ୍ୟାନ୍‌ ତୀବ୍ର ନିନ୍ଦା କରିଛନ୍ତି।

ଅନ୍ୟପକ୍ଷରେ ଆଲାନ ବର୍ଡର ବିରାଟ୍‌ ପଡ଼ିଆରେ ଯେଉଁଭଳି ଆଚରଣ କରୁଛନ୍ତି, ତା’କୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, “ ଅବଶ୍ୟ ବିରାଟ୍‌ ପଡ଼ିଆରେ ଅଧିକ ଉତ୍ସାହିତ ହୋଇପଡ଼ୁଛନ୍ତି। ହେଲେ ଏପରି କରିବା ଦ୍ୱାରା ସେ ଖେଳ ପ୍ରତି ଥିବା ତାଙ୍କର ପ୍ୟାସନ୍‌କୁ ପ୍ରଦର୍ଶନ କରୁଛନ୍ତି। ତେଣୁ ଏଥିରେ କୌଣସି ଭୁଲ ନାହିଁ।”

Related story