ଘରକୁ ଫେରିଆସିବେ ବୋଲି ଧମକାଉଥିଲେ ମିତାଲି:ପାୱାର

ମୁମ୍ବାଇ: ଭାରତ ମହିଳା କ୍ରିକେଟ୍‌ ଦଳର ବରିଷ୍ଠତମ ଖେଳାଳି ମିତାଲି ରାଜ୍‌ଙ୍କୁ ଗୁରୁତ୍ୱପୂର୍ଣ୍ଣ ସେମିଫାଇନାଲ୍‌ ମ୍ୟାଚ୍‌ରୁ ବାଦ୍‌ ଦେବାକୁ ନେଇ ଆରମ୍ଭ ହୋଇଥିବା ବିବାଦ ସରିବାର ନାଁ ନେଉନାହିଁ। ସେ ମୁଖ୍ୟ କୋଚ୍‌ ରମେଶ ପାୱାରଙ୍କ ନାମରେ ପକ୍ଷପାତିତା ଏବଂ ମାନସିକ ନିର୍ଯାତନାର ଅଭିଯୋଗ ଆଣିବା ପରେ ରମେଶ ବିସିସିଆଇ ନିକଟରେ ମୁହଁ ଖୋଲିଛନ୍ତି। ବିସିସିଆଇ ସିଇଓ ରାହୁଲ ଜୋହରି ଏବଂ ଜେନେରାଲ ମ୍ୟାନେଜର ସବା କରିମ୍‌ଙ୍କୁ ଭେଟି ନିଜର ପକ୍ଷ ରଖିଛନ୍ତି। ଉଭୟ ବୋର୍ଡ ଅଧିକାରୀ […]

mitali

mitali

Subrat Kumar Nayak
  • Published: Thursday, 29 November 2018
  • Updated: 29 November 2018, 10:42 AM IST

Sports

Latest News

ମୁମ୍ବାଇ: ଭାରତ ମହିଳା କ୍ରିକେଟ୍‌ ଦଳର ବରିଷ୍ଠତମ ଖେଳାଳି ମିତାଲି ରାଜ୍‌ଙ୍କୁ ଗୁରୁତ୍ୱପୂର୍ଣ୍ଣ ସେମିଫାଇନାଲ୍‌ ମ୍ୟାଚ୍‌ରୁ ବାଦ୍‌ ଦେବାକୁ ନେଇ ଆରମ୍ଭ ହୋଇଥିବା ବିବାଦ ସରିବାର ନାଁ ନେଉନାହିଁ। ସେ ମୁଖ୍ୟ କୋଚ୍‌ ରମେଶ ପାୱାରଙ୍କ ନାମରେ ପକ୍ଷପାତିତା ଏବଂ ମାନସିକ ନିର୍ଯାତନାର ଅଭିଯୋଗ ଆଣିବା ପରେ ରମେଶ ବିସିସିଆଇ ନିକଟରେ ମୁହଁ ଖୋଲିଛନ୍ତି।

ବିସିସିଆଇ ସିଇଓ ରାହୁଲ ଜୋହରି ଏବଂ ଜେନେରାଲ ମ୍ୟାନେଜର ସବା କରିମ୍‌ଙ୍କୁ ଭେଟି ନିଜର ପକ୍ଷ ରଖିଛନ୍ତି। ଉଭୟ ବୋର୍ଡ ଅଧିକାରୀ ଏବଂ ସିଓଏକୁ ଏକ ଟୁର୍‌ ରିପୋର୍ଟ ଦେଇଥିବା ଜଣାଯାଇଛି।

ସେ ମିତାଲିଙ୍କୁ ବାଦ୍‌ ଦିଆଯିବାର କାରଣ ଦର୍ଶାଇ କହିଛନ୍ତି, ଆମେ ଏକ ‘ୱିନିଂ କମ୍ବିନେସନ୍’ ନେଇ ଓହ୍ଲାଇଥିଲୁ। ମିତାଲିଙ୍କର ଚିଠି ଯେତିକି ଲମ୍ବା ଥିଲା ପାୱାରଙ୍କ ଚିଠି ତାଠାରୁ ଆହୁରି ଲମ୍ବା ବୋଲି ଜଣାଯାଇଛି। ଏଥିରେ କେବଳ ମିତାଲିଙ୍କ ନାମରେ ଅଭିଯୋଗର ତାଲିକା ଥିବାବେଳେ ମିତାଲି ନିଜ ପ୍ରଦର୍ଶନ ବାବରେ ହିଁ କୁହନ୍ତି ଏବଂ ଦଳୀୟ ବୈଠକରେ କମ୍ ମତ ରଖନ୍ତି ବୋଲି ପାୱାର କହିଛନ୍ତି।

ନିଜର ନିଷ୍ପତ୍ତିକୁ ଯଥାର୍ଥ ଦର୍ଶାଇ ସେ କହିଛନ୍ତି, ତାନିଆ ଭାଟିଆ ଏବଂ ହେମଲତା ପାୱାରପ୍ଲେରୁ ଯଥେଷ୍ଟ ଫାଇଦା ନେଉଥିବାବେଳେ ମିତାଲି ଏଥିରେ ବିଫଳ ହେଉଥିଲେ।

ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ସେ ଓପ୍‌ନିଂ ପାଇଁ ଧମକାଇଥିଲେ ବୋଲି ପାୱାର ଅଭିଯୋଗ କରିଛନ୍ତି। ସେ ଧମକାଇଥିଲେ, “ଯଦି ମୋତେ ଓପ୍‌ନିଂ କରିବାକୁ ସୁଯୋଗ ନମିଳେ ଘରକୁ (ଭାରତ) ପଳେଇବି।”

ମିତାଲିଙ୍କ ୫୧ ବଲ୍‌ ୫୬ ରନ୍‌ ଇନିଂସ୍‌କୁ ନେ ସେ କହିଛନ୍ତି ଏହା ଦର୍ଶାଥିଲା ଯେ, ସେ ବର୍ତ୍ତମାନ ଦ୍ରୁତଗତିରେ ସ୍କୋର କରିବାକୁ ଅକ୍ଷମ। ଆଣ୍ଟିଗୁଆରେ ଏନେଇ ସମସ୍ୟା ଉପୁଜିବା ପରେ ଟିମ୍‌ ମ୍ୟାନେଜର ତୃପ୍ତି ଭଟ୍ଟାଚାର୍ଯ୍ୟଙ୍କୁ ଧମକପୂର୍ଣ୍ଣ ଏବଂ ଅପମାନଜନକ ଫୋନ୍‌ କଲ୍‌ ଆସୁଥିଲା। ଜଣେ ପୂର୍ବତନ କ୍ରିକେଟର୍‌ ନୁଶୀନ୍‌ ଏପରି କଲ୍‌ କରୁଥିଲେ ଏବଂ ସେ ଅଭିଯୋଗ ଆଣୁଥିଲେ ଯେ ମିତାଲି ରାତିସାରା କାନ୍ଦୁଛନ୍ତି ଏବଂ ଟିମ୍‌କୁ ଏହାର ପରିଣାମ ଭୋଗିବାକୁ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos