କାହିଁକି ମୋବାଇଲ୍‌ ଫ୍ଲାସ୍‌ ଲାଇଟ୍‌ରେ ଚମକିଲା କଳିଙ୍ଗ ଷ୍ଟାଡିୟମ୍‌: ଭିଡ଼ିଓ ଭାଇରାଲ୍‌

Ordigital Desk
  • Published: Tuesday, 05 December 2017
  • , Updated: 05 December 2017, 04:34 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହକି ୱାର୍ଲ୍ଡ୍ ପାଇଁ ଏବେ ଚଳଚଞ୍ଚଳ ରାଜଧାନୀ ଭୁବନେଶ୍ୱର। କଳିଙ୍ଗ ଷ୍ଟାଡିୟମରେ ଏହି ପ୍ରତିଯୋଗିତା ଖେଳାଯାଉଥିବା ବେଳେ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଅନେକ ଉତ୍କଣ୍ଠା ଦେଖିବାକୁ ମିଳିଛି। ସମସ୍ତଙ୍କ ମଧ୍ୟରେ ଏବେ ହକି କ୍ରେଜ୍&zwnj; ଦେଖିବାକୁ ମିଳିଛି। ଗତ କାଲି ଖେଳାଯାଇଥିବା ଏକ ମ୍ୟାଚ୍&zwnj; ଦର୍ଶକଙ୍କ ମଧ୍ୟରେ ଏପରି ଉତ୍ସାହ ଦେଖିବାକୁ ମିଳିଥିଲା ଯାହା ଖେଳାଳିଙ୍କୁ ଉତ୍ସାହିତ କରିଛି। ଗତକାଲି ଜର୍ମାନୀ ଓ ଟିମ୍&zwnj; ଇଣ୍ଡିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍&zwnj;ରେ ଷ୍ଟାଡିୟମରେ ଉପସ୍ଥିତ ସମସ୍ତ ଦର୍ଶକ ଖେଳାଳିଙ୍କୁ ଏକ ନିଆରା ଶୈଳୀରେ ସ୍ୱାଗତ କରିଥିଲେ। ଉଭୟ ଟିମର ଖେଳାଳି ପଡିଆକୁ ପ୍ରବେଶ କରିବା ସମୟରେ ସମସ୍ତ ଦର୍ଶକ ନିଜ ନିଜ ମୋବାଇଲର ଫ୍ଲାସ୍ ଲାଇଟ୍&zwnj; ଅନ୍&zwnj; କରି ଖେଳାଳିଙ୍କୁ&nbsp; ସ୍ୱାଗତ କରିଥିଲେ। ଏହି ସମୟରେ ଫ୍ଲାସ୍&zwnj; ଲାଇଟ୍&zwnj; ଅନ୍&zwnj; ହେବା ଫଳରେ ସାରା ଷ୍ଟାଡିୟମ ବହୁ ସୁନ୍ଦର ଦେଖାଯାଉଥିଲା। ଆକାଶର ତାରା, ସତେ ଯେମିତି ଷ୍ଟାଡିୟମରେ ଉଇଁବା ଭଳି ଲାଗୁଥିଲା।</p>

Related story