ଏସିଆନ୍‌ ଗେମ୍ସ ପଦକ ବିଜେତାଙ୍କୁ କ’ଣ  କହିଲେ ମୋଦି

ନୂଆଦିଲ୍ଲୀ: ଇଣ୍ଡୋନେସିଆର ଜାକର୍ତ୍ତାରେ ଶେଷ ହୋଇଥିବା ୧୮ ତମ ଏସିଆନ୍‌ ଗେମ୍ସରେ ଭାରତ ପାଇଁ ପଦକ ଜିତିଥିବା ଖେଳାଳିଙ୍କ ସହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବ ବିନିମୟ  କରିଛନ୍ତି। ପଦକ ବିଜେତାଙ୍କୁ ମୋଦି ଧନ୍ୟବାଦ ଦେବା ସହ ଅଲିମ୍ପିକ୍ସ୍‌ରେ ଭଲ ପ୍ରଦର୍ଶନ କରିବାକୁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି। 
 
ଦିଲ୍ଲୀଠାରେ ଆୟୋଜିତ ଏକ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରାକ୍‌ ଇଭେଣ୍ଟ୍‌ରେ ଦୁଇଟି ରୌପ୍ୟ ପଦକ ଜିତିଥିବା ଓଡ଼ିଶାର ଦୂତୀ ଚାନ୍ଦ, ହେପ୍ଟାଥଲନରେ ସ୍ୱର୍ଣ୍ଣ ବିଜେତା ସ୍ୱପ୍ନା ବର୍ମନ ଓ ହିମା ଦାସଙ୍କ ସହ ସମସ୍ତ ପଦକ ବିଜେତାଙ୍କୁ କଠିନ ପରିଶ୍ରମ କରିବାକୁ ଆହ୍ୱାନ କରିଛନ୍ତି। 
ଏହି ଖେଳାଳିମାନେ ଏସିଆନ୍‌ ଗେମ୍ସରେ ଦେଶ ପାଇଁ ପଦକ ଜିତି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ସେ କହିଛନ୍ତି। କିନ୍ତୁ ଆଗକୁ ଆହୁରି ପରିଶ୍ରମ କରିବା ଦରକାର। କାରଣ ଅଲିମ୍ପିକ୍ସରେ ପଦକ ଜିତିବା ଅଧିକ ମର୍ଯ୍ୟାଦାଜନକ ଓ ଦେଶ ପାଇଁ ଆବଶ୍ୟକ ମଧ୍ୟ। 
 
ଛୋଟ ଛୋଟ ସହର ଓ ଗ୍ରାମାଞ୍ଚଳରୁ ଉଦୀୟମାନ ଓ କୃତୀ ଖେଳାଳିମାନେ ଆସୁଥିବାରୁ ମୋଦି ବେଶ ଆନନ୍ଦ ଅନୁଭବ କରୁଥିବା କହିଛନ୍ତି। 
 
ଏସିଆନ୍‌ ଗେମ୍ସରେ ଭାରତ ୧୫ଟି ସ୍ୱର୍ଣ୍ଣ, ୨୪ଟି ରୌପ୍ୟ ଓ ୩୦ଟି ବ୍ରୋଞ୍ଜ ସହ ମୋଟ୍‌ ୬୯ଟି ପଦକ ପାଇ ଏକ ନୂଆ ରେକର୍ଡ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ

ଧୋନିଙ୍କ ଭଳି ହେଲିକପ୍ଟର ଶଟ୍ ମାରି ଚର୍ଚ୍ଚାରେ ୭ ବର୍ଷର ପରୀ

ଦ୍ୱିତୀୟ ଟେଷ୍ଟ: ବର୍ଷା ଯୋଗୁ ଅଟକିଲା ଖେଳ, ପାକିସ୍ତାନ ୮୫/୨

ଧୋନିଙ୍କର ହେଲା କରୋନା ଟେଷ୍ଟ, ଜାଣନ୍ତୁ ରିପୋର୍ଟ କ’ଣ ଆସିଲା

ଆଇପିଏଲରେ ହେଲାନି ଚୟନ, ଆତ୍ମହତ୍ୟା କଲେ ‘ଜୁନିୟର ଡେଲ୍ ଷ୍ଟେନ୍’

ପୁରୁଷ ହକି ଟିମରେ ପଶିଲା କରୋନା

୧୬ ତାରିଖରେ ପଡ଼ିଆକୁ ଫେରିବେ ମାହି!

ଆଇପିଏଲର ପ୍ରାୟୋଜକ ହେବ ବାବା ରାମଦେବଙ୍କ ‘ପତଞ୍ଜଳି’!

‘ଆମେ ୟେସ କହିଲୁ’: ଇନଷ୍ଟାଗ୍ରାମରେ ନିର୍ବନ୍ଧ ସମ୍ପର୍କରେ ଘୋଷଣା କଲେ ଚହଲ

ପାଣ୍ଡ୍ୟାଙ୍କ ପୁଅଙ୍କୁ ବଡ଼ ହେଲେ ଏମିତି ହେବାକୁ ପରାମର୍ଶ ଦେଲେ କେଏଲ ରାହୁଲ

୨୦୨୧ରେ ଭାରତରେ ହେବ ଟି-୨୦ ବିଶ୍ୱକପ, ୨୦୨୨ରେ ଅଷ୍ଟ୍ରେଲିଆ ପାଳି

ହକି ଟିମର ଅଧିନାୟକ ମନପ୍ରୀତ ସିଂହ ଓ ୩ ଖେଳାଳିଙ୍କୁ କରୋନା

ପଡ଼ିଆରେ ଜୋତା ବୋହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସର୍ଫରାଜ