ମହମ୍ମଦ ଶାମି, ଦ୍ୱିତୀୟ ଇନିଂସର ଅମୋଘ ଅସ୍ତ୍ର

ନୂଆଦିଲ୍ଲୀ: ବର୍ତ୍ତମାନର ଭାରତୀୟ ବୋଲିଂ ଆଟାକ୍ ସବୁଠାରୁ ଶ୍ରେଷ୍ଠ ବୋଲି କ୍ରିକେଟ୍ ପଣ୍ଡିତମାନେ ମତ ଦେଇଛନ୍ତି। ଭାରତ ପାଖରେ ପେସ୍ ବ୍ୟାଟେରୀ ମଧ୍ୟରେ ଜଣେ ଏଭଳି ବୋଲର ଅଛନ୍ତି, ଯିଏ ଖୁବ୍ ଚମକୁଛନ୍ତି। ସେ ହେଉଛନ୍ତି ମହମ୍ମଦ ଶାମି। ଇନ୍ଦୋରରେ ବାଂଲାଦେଶ ବିପକ୍ଷରେ ଭାରତର ଇନିଂସ୍ ବିଜୟରେ ଶାମି ନିର୍ଣ୍ଣାୟକ ଭୂମିକା ବହନ କରିଥିଲେ। ସେ ଏହି ଟେଷ୍ଟରେ ନିଜର ଚତ୍ମକାର ବୋଲିଂ ବଳରେ ଉଭୟ ଇନିଂସରେ ବିରୋଧୀ ବ୍ୟାଟ୍ସମ୍ୟାନଙ୍କୁ ନିଜ ଇଚ୍ଛା ଅନୁଯାୟୀ ନଚାଇଥିଲେ। ଭାରତର […]

shami

Ranjit Kumar Jena
  • Published: Monday, 18 November 2019
  • , Updated: 18 November 2019, 05:47 PM IST

ନୂଆଦିଲ୍ଲୀ: ବର୍ତ୍ତମାନର ଭାରତୀୟ ବୋଲିଂ ଆଟାକ୍ ସବୁଠାରୁ ଶ୍ରେଷ୍ଠ ବୋଲି କ୍ରିକେଟ୍ ପଣ୍ଡିତମାନେ ମତ ଦେଇଛନ୍ତି। ଭାରତ ପାଖରେ ପେସ୍ ବ୍ୟାଟେରୀ ମଧ୍ୟରେ ଜଣେ ଏଭଳି ବୋଲର ଅଛନ୍ତି, ଯିଏ ଖୁବ୍ ଚମକୁଛନ୍ତି। ସେ ହେଉଛନ୍ତି ମହମ୍ମଦ ଶାମି। ଇନ୍ଦୋରରେ ବାଂଲାଦେଶ ବିପକ୍ଷରେ ଭାରତର ଇନିଂସ୍ ବିଜୟରେ ଶାମି ନିର୍ଣ୍ଣାୟକ ଭୂମିକା ବହନ କରିଥିଲେ। ସେ ଏହି ଟେଷ୍ଟରେ ନିଜର ଚତ୍ମକାର ବୋଲିଂ ବଳରେ ଉଭୟ ଇନିଂସରେ ବିରୋଧୀ ବ୍ୟାଟ୍ସମ୍ୟାନଙ୍କୁ ନିଜ ଇଚ୍ଛା ଅନୁଯାୟୀ ନଚାଇଥିଲେ।

ଭାରତର ଏକ ନମ୍ବର ପେସ୍ ବୋଲର ଯଶପ୍ରୀତ ବୁମ୍ରା ବର୍ତ୍ତମାନ ଆହତ କାରଣରୁ ଟିମରେ ନାହାନ୍ତି। କିନ୍ତୁ ତାଙ୍କ ଅନୁପସ୍ଥିତିରେ ଶାମି ଯେଉଁଭଳି ପ୍ରଦର୍ଶନ କରୁଛନ୍ତି, ତାହା ସମସ୍ତଙ୍କୁ ପ୍ରଭାବିତ କରିଛି। ବୁମ୍ରାଙ୍କ ସହ ଶାମିଙ୍କ ତାଳମେଳ ଭାରତୀୟ ବୋଲିଂ ୟୁନିଟକୁ ମଜଭୁତ୍ କରିଥିଲା। କିନ୍ତୁ ବୁମ୍ରାଙ୍କ ଅନୁପସ୍ଥିତି ଶାମି ଆଦୌ ଅନୁଭୂତ ହେବାକୁ ଦେଉନାହାନ୍ତି।

ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇନିଂସ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଭାରତ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ପାଖରେ ଦ୍ୱିତୀୟ ଇନିଂସରେ ଶାମିଙ୍କ ଭଳି ଏକ ବଡ଼ ଅସ୍ତ୍ର ଅଛି। ରେକର୍ଡ କହୁଛି ଯେ, ଗତ ଦୁଇ ବର୍ଷ ମଧ୍ୟରେ ଟେଷ୍ଟ କ୍ରିକେଟରେ ଶାମି କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ଦୁନିଆର ସବୁଠାରୁ ସଫଳ ବୋଲର। ଶାମି ଏହା ମଧ୍ୟରେ ୨୦ ଇନିଂସରେ ୫୧ ୱିକେଟ୍ ନେଇଛନ୍ତି, ଯାହା କୌଣସି ବୋଲରଙ୍କ ତୁଳନାରେ ସର୍ବାଧିକ। ଏହି ମାମଲାରେ ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ ୪୮ ୱିକେଟ୍ ସହ ୨ୟ ଏବଂ ଦକ୍ଷିଣ ଆଫ୍ରିକାର କାଗିସୋ ରବାଡା ୩୪ ୱିକେଟ୍ ସହ ତୃତୀୟ ସ୍ଥାନରେ ରହିଛନ୍ତି।

ଶାମି, ଈଶଶନ୍ତ ଶର୍ମା ଓ ଉମେଶ ଯାଦବ ଇନ୍ଦୋରରେ ୧୪ ୱିକେଟ୍ ନେଇ ମ୍ୟାଚକୁ ଭାରତ ମୁଠାରେ କରିଥିଲେ, ଯେଉଁଥିରେ ଶାମି ଏକାକୀ ୭ ୱିକେଟ୍ ନେଇଥିଲେ। ୨ୟ ଇନିଂସର ଏହି ସ୍ପେଶାଲିଷ୍ଟ ବୋଲରଙ୍କ ସ୍କିଲ୍ ଦ୍ୱାରା କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ଖୁବ୍ ପ୍ରଭାବିତ ହୋଇଛନ୍ତି। ଏପରିକି ଗାଭାସ୍କର ଶାମିଙ୍କୁ ଏକ ଚିତାବାଘ ସହ ତୁଳନା କରିଛନ୍ତି। ଶାମି ଯେତେବେଳେ ବୋଲିଂ କରିବାକୁ ଦୌଡ଼ନ୍ତି, ସେହି ସମୟରେ ଲାଗେ ଯେପରି ଚିତାବାଘଟି ଶିକାର କରିବାକୁ ଯାଉଛି। ଲିଷ୍ଟିଲ୍ ମାଷ୍ଟରଙ୍କ ମତରେ, ଶାମିଙ୍କ ସିମ୍ ଏବଂ ରିଷ୍ଟର ପୋଜିସନ୍ ଜବରଦସ୍ତ।

ଭାରତୀୟ ଉପମହାଦ୍ୱିପର ୱିକେଟ୍ ସାଧାରଣତଃ ସ୍ପିନରଙ୍କୁ ସୁହାଇଥାଏ, କିନ୍ତୁ ଶାମି ଏହି ଧାରଣାକୁ ଭାଙ୍ଗି ଦେଇଛନ୍ତି। ସେ ଏହି ଫ୍ଲାଟ୍ ୱିକେଟରେ ମଧ୍ୟ ବ୍ୟାଟ୍ସମ୍ୟାନଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଛନ୍ତି। ତେବେ ଶାମିଙ୍କ ଏହି ସଫଳତାର କାରଣ ହେଉଛି, ତାଙ୍କର ସଠିକ୍ ଲାଇନ-ଲେନ୍ସ ଏବଂ ପେସ୍। ୱିକେଟର ଉଭୟ ପଟୁ ସୁଇଂ କରିବାର ଜବରଦସ୍ତ କଳା ତାଙ୍କ ପାଖରେ ରହିଛି। ଏହା ବ୍ୟତୀତ ସେ ପୁରୁଣା ବଲରେ ରିଭର୍ସ ସୁଇଂର କଳା ମଧ୍ୟ ଶିଖି ନେଇଛନ୍ତି, ଯେଉଁକାରଣରୁ ସେ ଟେଷ୍ଟରେ ୩୦-୪୦ ଓଭରରେ ଅଧିକ ଘାତକ ହୋଇପଡ଼ନ୍ତି।

ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଭାରତକୁ ମିଳିଥିବା ଜବରଦସ୍ତ ବିଜୟରେ ଶାମିଙ୍କ ରିଭର୍ସ ସୁଇଂକୁ ଖୁବ୍ ପ୍ରଶଂସା କରାଯାଇଥିଲା। ଭାରତୀୟ ବୋଲିଂ କୋଚ୍ ଭରତ ଅରୁଣଙ୍କ ମତରେ, ଶାମିଙ୍କ ପାଖରେ ଆରମ୍ଭରୁ ହିଁ ପେସ୍ ରହିଛି। ଶାମିଙ୍କର ବଡ଼ ପ୍ଲସ୍ ପଏଣ୍ଟ ହେଉଛି ତାଙ୍କର ସିମ୍ ପୋଜିସନ୍, ଯାହା ବିରୋଧୀ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଇଥାଏ। ଏହା ସହ ସ୍ପୀଡ୍ କାଏମ ରଖିବା ପାଇଁ ସେ ନିଜ ଫିଟନେସ୍ ଉପରେ ମଧ୍ୟ ଖୁବ୍ କାମ କରିଛନ୍ତି। ଏହି କାରଣରୁ ଶାମି ବର୍ତ୍ତମାନ ନିଜର ସର୍ବଶ୍ରେଷ୍ଠ ଫର୍ମରେ ଅଛନ୍ତି।

ଏପରିକି ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ପେସ୍ ବୋଲର ଡେଲ୍ ଷ୍ଟେନ୍ ମଧ୍ୟ ଶାମିଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ଷ୍ଟେନଙ୍କ ମତରେ, ବର୍ତ୍ତମାନ ଶାମି ଦୁନିଆର ଶ୍ରେଷ୍ଠ ବୋଲର। ଜଣେ ଟ୍ୱିଟାଳି ଷ୍ଟେନଙ୍କୁ ପଚାରିଥିଲେ ଯେ, ବର୍ତ୍ତମାନ ଦୁନିଆର ଶ୍ରେଷ୍ଠ ବୋଲର କିଏ। ଜବାବରେ ଷ୍ଟେନ୍ ଶାମିଙ୍କୁ ଶ୍ରେଷ୍ଠ ବୋଲର ବୋଲି କହିଥିଲେ।

Related story