୧୭ ବର୍ଷରୁ କମ ଫୁଟବଲ୍‌ ବିଶ୍ୱକପ ପାଇଁ ଆରମ୍ଭ ହେଲା କ୍ୟାମ୍ପେନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ମାସରୁ ଭାରତରେ ଆରମ୍ଭ ହେଉଛି ୧୭ ବର୍ଷରୁ କମ୍ ଫୁଟବଲ ବିଶ୍ୱକପ୍। ଏହା ପୂର୍ବରୁ ଏହି ଲୋକପ୍ରିୟ ଖେଳ ପ୍ରତି ତୃଣମୂଳ ସ୍ତରରେ ଅଧିକରୁ ଅଧିକ ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ମହାରାଷ୍ଟ୍ରରେ ଆରମ୍ଭ ହୋଇଛି କ୍ୟାମ୍ପେନ୍। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ପତାକା ଦେଖାଇ ମହାରାଷ୍ଟ୍ର ମିଶନ ୱାନ୍ ମିଲିୟନ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ପ୍ରତିଯୋଗିତା ଅୋକ୍ଟୋବର ୬ରୁ ଆରମ୍ଭ ହେଉଛି। ଭାରତ ପ୍ରଥମଥର ପାଇଁ ଏଭଳି ଏକ ବଡ଼ […]

Rakesh Mallick
  • Published: Saturday, 16 September 2017
  • , Updated: 16 September 2017, 05:25 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ମାସରୁ ଭାରତରେ ଆରମ୍ଭ ହେଉଛି ୧୭ ବର୍ଷରୁ କମ୍ ଫୁଟବଲ ବିଶ୍ୱକପ୍। ଏହା ପୂର୍ବରୁ ଏହି ଲୋକପ୍ରିୟ ଖେଳ ପ୍ରତି ତୃଣମୂଳ ସ୍ତରରେ ଅଧିକରୁ ଅଧିକ ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ମହାରାଷ୍ଟ୍ରରେ ଆରମ୍ଭ ହୋଇଛି କ୍ୟାମ୍ପେନ୍। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ପତାକା ଦେଖାଇ ମହାରାଷ୍ଟ୍ର ମିଶନ ୱାନ୍ ମିଲିୟନ ଅଭିଯାନର ଶୁଭାରମ୍ଭ କରିଛନ୍ତି।

ଏହି ପ୍ରତିଯୋଗିତା ଅୋକ୍ଟୋବର ୬ରୁ ଆରମ୍ଭ ହେଉଛି। ଭାରତ ପ୍ରଥମଥର ପାଇଁ ଏଭଳି ଏକ ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି। ତେବେ ମହାରାଷ୍ଟ୍ର ସରକାର ଏଥିପାଇଁ କ୍ୟାମ୍ପେନ  ଆରମ୍ଭ କରିଛନ୍ତି। ଯେଉଁଥିରେ ବିଭିନ୍ନ ସ୍କୁଲ ଏବଂ ଫୁଟବଲ କ୍ଲବର ପାଖାପାଖି ୧୦ ଲକ୍ଷ ପିଲା ଫୁଟବଲ ଖେଳ ପ୍ରତି କିପରି ଆଗ୍ରହ ବଢାଇବେ ସେଥିପ୍ରତି ସଚେତନତା କରାଯାଉଛି। ଭାରତରେ ହେଉଥିବା ଏହି ବିଶ୍ୱକପକୁ ସଫଳ କରିବାକୁ ମହାରଷ୍ଟ୍ର ସରକାର ଆରମ୍ଭ କରିଛନ୍ତି କ୍ୟାମ୍ପେନ ଯାହାର ନାଁ ରହିଛି ମିଶନ ୱାନ୍ ମିଲିୟନ।

୧୭ ବର୍ଷରୁ କମ ଫୁଟବଲ୍‌ ଫିଫା ବିଶ୍ୱକପରେ ଏଥର ୨୪ଟି ଦେଶ ଭାଗ ନେଉଛନ୍ତି। ଉଦଘଟନୀ ଦିବସରେ ଭାରତ-ଆମେରିକା ସମେତ ତିନୋଟି ମ୍ୟାଚ ଖେଳାଯିବ। କୋଲକତା ସଲ୍ଟ ଲେକ୍ ଷ୍ଟାଡିୟମରେ ହେବ ଫାଇନାଲ ମ୍ୟାଚ। ଭାରତ ଏବେ ଫିଫା ମାନ୍ୟତାରେ ୧୦୭ ନମ୍ବରରେ ରହିଛି।

Related story