ଧୋନିଙ୍କ ଟମାଟୋ କିଲୋ ୪୦!

ରାଞ୍ଚି: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ହୁଏତ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଛନ୍ତି, କିନ୍ତୁ ଏବେବି ତାଙ୍କର ଯାଦୁ କାଏମ୍ ରହିଛି। କ୍ରିକେଟ୍ ପରେ ଧୋନି ଏବେ ଚାଷ ମୁହାଁ ହୋଇଛନ୍ତି। ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର ବଜାରରେ ଏବେ ଧୋନି ବ୍ରାଣ୍ଡର ପରିବା ବିକ୍ରି ହେଉଛି। ଏହି ପରିବାଗୁଡ଼ିକର ଚର୍ଚ୍ଚା ଜାତୀୟ ସ୍ତରରେ ହେବାରେ ଲାଗିଛି। ତେବେ ପରିବା ବଜାରରେ ଯେଉଁ ପରିବା ସବୁଠାରୁ ଚର୍ଚ୍ଚାରେ ଅଛି, ତାହା ହେଉଛି ଧୋନିଙ୍କର […]

ms

Ranjit Kumar Jena
  • Published: Thursday, 26 November 2020
  • , Updated: 26 November 2020, 08:11 PM IST

ରାଞ୍ଚି: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ହୁଏତ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଛନ୍ତି, କିନ୍ତୁ ଏବେବି ତାଙ୍କର ଯାଦୁ କାଏମ୍ ରହିଛି। କ୍ରିକେଟ୍ ପରେ ଧୋନି ଏବେ ଚାଷ ମୁହାଁ ହୋଇଛନ୍ତି। ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର ବଜାରରେ ଏବେ ଧୋନି ବ୍ରାଣ୍ଡର ପରିବା ବିକ୍ରି ହେଉଛି। ଏହି ପରିବାଗୁଡ଼ିକର ଚର୍ଚ୍ଚା ଜାତୀୟ ସ୍ତରରେ ହେବାରେ ଲାଗିଛି।

ତେବେ ପରିବା ବଜାରରେ ଯେଉଁ ପରିବା ସବୁଠାରୁ ଚର୍ଚ୍ଚାରେ ଅଛି, ତାହା ହେଉଛି ଧୋନିଙ୍କର ଟମାଟୋ ବା ବିଲାତି। ଧୋନି ନିଜର ୪୩ ଏକର ଫାର୍ମ ହାଉସରୁ ୩ ଏକରରୁ ଅଧିକ ଜମିରେ କେବଳ ଟମାଟୋ ଚାଷ କରିଛନ୍ତି। ଏହିଠାରୁ ଚାଷ ହେବା ପରେ ଟମାଟୋକୁ ବଜାରକୁ ଛଡ଼ାଯାଉଛି। ଏହି ଟମାଟୋ ବଜାରରେ କିଲୋପିଛା ୪୦ ଟଙ୍କାରେ ବିକ୍ରି କରାଯାଉଛି।

ରାଞ୍ଚିରେ ଧୋନିଙ୍କର ଫାର୍ମ ହାଉସରେ ଟମାଟୋ ବ୍ୟତୀତ ଅନ୍ୟ ପରିବା ମଧ୍ୟ ଚାଷ କରାଯାଉଛି। ତେବେ ଟମାଟୋ ଏବେ ମାର୍କେଟକୁ ଆସି ସାରିଛି। ବିଶେଷଜ୍ଞଙ୍କ କହିବା ମୁତାବକ, ଧୋନିଙ୍କ ଫାର୍ମ ହାଉସରେ ଲଗାଯାଇଥିବା ଏହି ଟମାଟୋ ଭିନ୍ନ କିସମର। ଏପରିକି ବଜାରରେ ମଧ୍ୟ ଧୋନିଙ୍କର ଟମାଟୋର ଖୁବ୍ ଚାହିଦା ମଧ୍ୟ ରହିଛି।

ଧୋନିଙ୍କ ଫାର୍ମ ହାଉସରେ ଟମାଟୋ ବ୍ୟତୀତ ଅଧିକ ସଂଖ୍ୟକ କୋବି ମଟର୍ ଲଗାଯାଇଛି। କାରଣ ଧୋନିଙ୍କୁ ମଟର୍ ବହୁତ ପସନ୍ଦ। ଧୋନିଙ୍କ କୃଷି ପରାମର୍ଶଦାତା ରୋଶନ କୁମାର କହିଛନ୍ତି, ଧୋନି କହନ୍ତି ଯେ ଯେବେବି ସେ ନିଜର ଫାର୍ମ ହାଉସ୍ ଆସିବେ, ସେଠାରେ ବସି ସେ ମଟର୍ ଖାଇବେ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଧୋନି ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟକୁ ଅଲବିଦା କହିଛନ୍ତି। ତେବେ ସେ ଆଇପିଏଲ୍ ଖେଳିବା ଜାରି ରଖିଛନ୍ତି। କିନ୍ତୁ ତାଙ୍କ ନେତୃତ୍ବରେ ଚେନ୍ନାଇ ସୁପର୍ କିଙ୍ଗସ୍ ଚଳିତ ସଂସ୍କରଣରେ ନୈରାଶ୍ୟଜନକ ପ୍ରଦର୍ଶନ କରି ପ୍ଲେଅଫରୁ ବଞ୍ଚିତ ରହିଥିଲା। ଯାହା ପରଠାରୁ ଧୋନିଙ୍କୁ ଖୁବ୍ ସମାଲୋଚନାର ଶିକାର ହେବାକୁ ପଡ଼ିଛି।

Related story