ଧୋନିଙ୍କୁ ମୋଦିଙ୍କ ଭାବବିହ୍ୱଳ ଚିଠି, ମାହି ବି ରଖିଲେ ଜବାବ

ନୂଆଦିଲ୍ଲୀ: ଅପ୍ରତ୍ୟାଶିତ ଢଙ୍ଗରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଗଷ୍ଟ ୧୫ ତାରିଖ ୭.୨୯ରେ ବାଏବାଏ କହିଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୀର୍ଘ ୧୬ ବର୍ଷ ଧରି କ୍ରିକେଟ ପ୍ରତି ଧୋନିଙ୍କ ଅବଦାନକୁ ମୋଦି ବେଶ ପ୍ରଶଂସା କରିଛନ୍ତି। ଏଥିସହ ସେ ଧୋନିଙ୍କ ଅବସର ଘୋଷଣାକୁ ନେଇ ବେଶ ଭାବବିହ୍ୱଳ ମଧ୍ୟ ହୋଇଯାଇଛନ୍ତି। ୨ ପୃଷ୍ଠାର ଚିଠିରେ ମୋଦି କହିଛନ୍ତି, ଆପଣଙ୍କ ଟ୍ରେଡ ମାର୍କ ଶଟ୍‌ର ଯେଉଁ ଭିଡିଓ ଆପଣ […]

f

f

Hemant Lenka
  • Published: Thursday, 20 August 2020
  • Updated: 20 August 2020, 03:28 PM IST

ନୂଆଦିଲ୍ଲୀ: ଅପ୍ରତ୍ୟାଶିତ ଢଙ୍ଗରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଗଷ୍ଟ ୧୫ ତାରିଖ ୭.୨୯ରେ ବାଏବାଏ କହିଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୀର୍ଘ ୧୬ ବର୍ଷ ଧରି କ୍ରିକେଟ ପ୍ରତି ଧୋନିଙ୍କ ଅବଦାନକୁ ମୋଦି ବେଶ ପ୍ରଶଂସା କରିଛନ୍ତି।

ଏଥିସହ ସେ ଧୋନିଙ୍କ ଅବସର ଘୋଷଣାକୁ ନେଇ ବେଶ ଭାବବିହ୍ୱଳ ମଧ୍ୟ ହୋଇଯାଇଛନ୍ତି। ୨ ପୃଷ୍ଠାର ଚିଠିରେ ମୋଦି କହିଛନ୍ତି, ଆପଣଙ୍କ ଟ୍ରେଡ ମାର୍କ ଶଟ୍‌ର ଯେଉଁ ଭିଡିଓ ଆପଣ ଶେୟାର କରିଛନ୍ତି, ତାହା ହିଁ ଦେଶପ୍ରତି ଥିବା ଆପଣଙ୍କ ଭଲ ପାଇବାକୁ ବୟାନ କରୁଛି।

ଆପଣଙ୍କ ଅବସର ପରେ ୧୩୦ କୋଟି ଭାରତୀୟ ଅସନ୍ତୁଷ୍ଟ। କିନ୍ତୁ ଆପଣ ଭାରତୀୟ କ୍ରିକେଟ ପାଇଁ ଯାହା ବି କିଛି କରିଛନ୍ତି, ସେଥିପାଇଁ ଆମେ ସମସ୍ତେ ଆପଣଙ୍କ ପାଇଁ ଋଣୀ। ଆପଣ ସଫଳତା ପାଇଥିବା ଅଧିନାୟକଙ୍କ ମଧ୍ୟରୁ ଅନ୍ୟତମ। ଆପଣ ଭାରତକୁ ବିଶ୍ୱ ଦରବାରର ଶୀର୍ଷରେ ପହଞ୍ଚାଇଛନ୍ତି।

ଆପଣଙ୍କ ନାଁ ସର୍ବଦା ବିଶ୍ୱର ଶ୍ରେଷ୍ଠ ବ୍ୟାଟସମ୍ୟାନ ଓ ଶ୍ରେଷ୍ଠ ଅଧିନାୟକମାନଙ୍କ ମଧ୍ୟରେ ଗଣାଯିବ। ସେହିପରି କ୍ରିକେଟର ଆପଣ ହେଉଛନ୍ତି ବେଷ୍ଟ ୱିକେଟ କିପର। ୨୦୧୧ ବିଶ୍ୱକପରେ ଆପଣ ଯେଉଁଭଳି ନିଷ୍ପତ୍ତି ନେଲେ ଓ ବିଶେଷ କରି ଯେଉଁ ଷ୍ଟାଇଲରେ ମ୍ୟାଚ୍‌ ଶେଷ କଲେ, ତାହା ପିଢ଼ି ପରେ ପିଢ଼ି ମନେ ରଖିବ।

ଆପଣଙ୍କୁ କେବଳ ଜଣେ କ୍ରୀଡ଼ାବିତ ଭାବେ ସୀମିତ ରଖିବା ଅନ୍ୟାୟ ହେବ। ଆପଣ ଜଣେ ଚମତ୍କାର ବ୍ୟକ୍ତିତ୍ୱ। ଗୋଟିଏ ଛୋଟିଆ ସହରରୁ ଆସି ଆପଣ ଅନେକ ସଫଳତା ହାସଲ କରିଛନ୍ତି। ଆପଣ କୋଟିକୋଟି ଯୁବବର୍ଗଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ନ୍ୟୁ ଇଣ୍ଡିଆ ପାଇଁ ଆପଣ ମୂଳଦୁଆ ପକାଇଛନ୍ତି।

ପରିବାରର ନାଁ ଅନୁସାରେ ପିଲାମାନେ ନିଜ ଭାଗ୍ୟ ନିର୍ଦ୍ଦାରଣ କରିବା ଠିକ ନୁହେଁ ବୋଲି ସମସ୍ତଙ୍କୁ ଆପଣ ଶିଖାଇଛନ୍ତି। ଏବେ ସେମାନେ ନିଜର ଲକ୍ଷ୍ୟସ୍ଥଳ ନିଜେ ସ୍ଥିର କରିବେ। ଆପଣ ଆମକୁ ଖୁସି ହେବାକୁ ଅନେକ କାମ କରିଛନ୍ତି। ପଡ଼ିଆରେ ଆପଣ ନେଉଥିବା ପଦକ୍ଷେପ ସମସ୍ତଙ୍କୁ ଉତ୍ସାହିତ କରିଛି। ରିକ୍ସ ନେବା ଓ ପରସ୍ପରକୁ ସମର୍ଥନ କରି କେମିତି ସଫଳତା ହାସଲ କରାଯାଏ, ସେକଥା ଆପଣ ଶିଖାଇଛନ୍ତି।

ଏବେ କେହି ବି ରିକ୍ସ ନେବାକୁ ଡରିବେ ନାହିଁ। ହାଇପ୍ରେସର ମ୍ୟାଚ୍‌ରେ କେମିତି ଶାନ୍ତ ରହିବାକୁ ପଡ଼େ, ସେକଥା ଆପଣ ୨୦୦୭ରେ ସମସ୍ତଙ୍କୁ ଶିଖାଇ ଦେଇଛନ୍ତି। ଏଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

ମୋର ଆଶା ପତ୍ନୀ ସାକ୍ଷୀ ଓ ଝିଅ ଜିଭା ଆପଣଙ୍କ ସହ ଅଧିକ ସମୟ ଅତିବାହିତ କରିବେ। ମୁଁ ସେମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଉଛି। କାରଣ ସେମାନଙ୍କ ବଳିଦାନ ଓ ସମର୍ଥନ ବିନା କିଛି ବି ସମ୍ଭବ ନୁହେଁ। ବ୍ୟକ୍ତିଗତ ଓ ପ୍ରଫେସନାଲ ଜୀବନ ମଧ୍ୟରେ କେମିତି ବାଲାନ୍ସ ରଖିବାକୁ ପଡ଼େ, ସେକଥା ଆମ ଯୁବଗୋଷ୍ଠୀଙ୍କୁ ଆପଣ ଶିଖାଇଛନ୍ତି। ଶେଷରେ ଆପଣଙ୍କୁ ଆଗାମୀ ଭବିଷ୍ୟତ ମୁଁ ଶୁଭେଚ୍ଛା ଜଣାଉଛି ବୋଲି ମୋଦି ଲେଖିଛନ୍ତି।

ମୋଦିଙ୍କ ଏଭଳି ଚିଠି ପାଇଁ ଧୋନି ମଧ୍ୟ ହୃଦୟରୁ ଟ୍ୱିଟ ଯୋଗେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story