ଧୋନିଙ୍କ ଯୁଗ ଶେଷ! ବିସିସିଆଇ ବାର୍ଷିକ ଚୁକ୍ତିରୁ ମାହି ଆଉଟ୍‌

ନୂଆଦିଲ୍ଲୀ: ସରିଗଲା ମହେନ୍ଦ୍ର ସିଂ ଧୋନିଙ୍କ ଅନ୍ତର୍ଜାତୀୟ କ୍ୟାରିୟର। ଯେଉଁ ଟିମକୁ ସେ ଦୁଇଥର ବିଶ୍ୱ ବିଜେତା କରାଇଥିଲେ, ସେହି ଟିମକୁ ଆଉ ଲୋଡ଼ା ନାହିଁ ମହେନ୍ଦ୍ର ସିଂ ଧୋନିଙ୍କ ଅଭିଜ୍ଞତା। ତେବେ ଏଭଳି କହିବାର ଯଥାର୍ଥତା ରହିଛି। ଗୁରୁବାର ବିସିସିଆଇ ତା’ର ବାର୍ଷିକ କେନ୍ଦ୍ରୀୟ ଚୁକ୍ତିପ୍ରାପ୍ତ ଖେଳାଳିଙ୍କ ତାଲିକା ଘୋଷଣା କରିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଯେ ଏହି ତାଲିକାରେ ଧୋନିଙ୍କ ନାଁ ନାହିଁ। ଗତ ବର୍ଷ ପର୍ଯ୍ୟନ୍ତ ଧୋନିଙ୍କ ନାଁ ୫ […]

dhoni1

Ranjit Kumar Jena
  • Published: Thursday, 16 January 2020
  • , Updated: 16 January 2020, 03:47 PM IST

ନୂଆଦିଲ୍ଲୀ: ସରିଗଲା ମହେନ୍ଦ୍ର ସିଂ ଧୋନିଙ୍କ ଅନ୍ତର୍ଜାତୀୟ କ୍ୟାରିୟର। ଯେଉଁ ଟିମକୁ ସେ ଦୁଇଥର ବିଶ୍ୱ ବିଜେତା କରାଇଥିଲେ, ସେହି ଟିମକୁ ଆଉ ଲୋଡ଼ା ନାହିଁ ମହେନ୍ଦ୍ର ସିଂ ଧୋନିଙ୍କ ଅଭିଜ୍ଞତା। ତେବେ ଏଭଳି କହିବାର ଯଥାର୍ଥତା ରହିଛି। ଗୁରୁବାର ବିସିସିଆଇ ତା'ର ବାର୍ଷିକ କେନ୍ଦ୍ରୀୟ ଚୁକ୍ତିପ୍ରାପ୍ତ ଖେଳାଳିଙ୍କ ତାଲିକା ଘୋଷଣା କରିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଯେ ଏହି ତାଲିକାରେ ଧୋନିଙ୍କ ନାଁ ନାହିଁ।

ଗତ ବର୍ଷ ପର୍ଯ୍ୟନ୍ତ ଧୋନିଙ୍କ ନାଁ ୫ କୋଟି ଟଙ୍କା ବିଶିଷ୍ଟ ଗ୍ରେଡ୍‌-ଏ ତାଲିକାରେ ଥିଲା। କିନ୍ତୁ ଏଥର ଧୋନିଙ୍କ କୌଣସି କ୍ୟାଟେଗୋରୀରେ ନାହିଁ। ଏଥିରୁ ସ୍ପଷ୍ଟ ଯେ ଧୋନିଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ୩୮ ବର୍ଷୀୟ ଧୋନି ୨୦୧୯ ପରଠାରୁ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିନାହାନ୍ତି। ଏଭଳି ସ୍ଥିତିରେ ତାଙ୍କ କ୍ୟାରିୟରକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।

ତେବେ ଧୋନିଙ୍କ ଚୁକ୍ତି ନବୀକରଣ ନହେବା କୌଣସି ଆଶ୍ଚର୍ଯ୍ୟକର କଥା ନୁହେଁ କାରଣ ସେ ଗତବର୍ଷ ଜୁଲାଇ ୯ ଓ ୧୦ ତାରିଖରେ ବିଶ୍ୱକପ୍ ସେମିଫାଇନାଲ୍ ପରେ କୌଣସି ପ୍ରତିଦ୍ୱନ୍ଦ୍ୱିତାମୂଳକ ମ୍ୟାଚ୍ ଖେଳିନାହନ୍ତି। ବର୍ତ୍ତମାନ ସେ କ୍ରିକେଟରୁ ଦୂରରେ ଅଛନ୍ତି ଏବଂ ନିଜ ଭବିଷ୍ୟତକୁ ନେଇ ମଧ୍ୟ କୌଣସି ଖୁଲାସା କରୁନାହାନ୍ତି।

ତେବେ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ନିକଟରେ କହିଥିଲେ ଯେ, ଧୋନି ଖୁବଶୀଘ୍ର ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟକୁ ଅଲବିଦା କହିପାରନ୍ତି, ଯଦ୍ଦ୍ୱାରା ସେ ଆଇପିଏଲରେ ଭଲ ପ୍ରଦର୍ଶନ କରି ଟି-୨୦ ବିଶ୍ୱକପ୍ ପାଇଁ ନିଜ ଦାବିଦାର ମଜଭୁତ୍ କରିପାରିବେ।

Related story