ସେନା ପୋଷାକରେ ଧୋନୀ ନେଲେ ପଦ୍ମଭୂଷଣ: ନିଜେ ଖୋଲିଲେ ଏହାର ଗୁମର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ସୋମବାର ପଦ୍ମଭୂଷଣରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ଭବନରେ ଧୋନୀ ସେନା ପୋଷାକ ପିନ୍ଧି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଧୋନୀ ଜଣେ କ୍ରିକେଟର ହୋଇ ସେନା ଅଫିସର ଭାବେ କାହିଁକି ସମ୍ମାନ ଗ୍ରହଣ କଲେ ସେ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ଧୋନୀ ନିଜେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି। ଧୋନୀ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରି […]

ms-dhoni

ms-dhoni

Ordigital Desk
  • Published: Tuesday, 03 April 2018
  • Updated: 03 April 2018, 07:49 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ସୋମବାର ପଦ୍ମଭୂଷଣରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ଭବନରେ ଧୋନୀ ସେନା ପୋଷାକ ପିନ୍ଧି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଧୋନୀ ଜଣେ କ୍ରିକେଟର ହୋଇ ସେନା ଅଫିସର ଭାବେ କାହିଁକି ସମ୍ମାନ ଗ୍ରହଣ କଲେ ସେ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ଧୋନୀ ନିଜେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି।

ଧୋନୀ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରି ଏହାର ଗୁମର ଖୋଲିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ, ପଦ୍ମଭୂଷଣ ସମ୍ମାନ ପାଇବା ବହୁତ ବଡ଼କଥା। ଏହି ସମ୍ମାନକୁ ଆର୍ମି ୟୁନିଫର୍ମରେ ଗ୍ରହଣ କରିବା ଖୁସିକୁ ଦଶଗୁଣା ବଢ଼ାଇ ଦେଇଛି। ଏଥିସହିତ ସେ ଦେଶର ଯବାନମାନଙ୍କୁ ମଧ୍ୟ ଧନ୍ୟବାଦ୍‌ ଦେଇଛନ୍ତି। ତାଙ୍କ ତ୍ୟାଗ ଯୋଗୁଁ ଆମେ ସାମ୍ବିଧାନିକ ଅଧିକାର ପାଇପାରୁଛନ୍ତି ବୋଲି ଧୋନୀ କହିଛନ୍ତି।

dhoniସୂଚନାଯୋଗ୍ୟ, ପଦ୍ମଭୂଷଣ ଦେଶର ତୃତୀୟ ବଡ଼ ନାଗରିକ ସମ୍ମାନ। ଧୋନୀଙ୍କୁ ଏହା ପୂର୍ବରୁ ୨୦୦୭ରେ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଓ ୨୦୦୯ରେ ଦେଶର ଚତୁର୍ଥ ସବୁଠାରୁ ବଡ଼ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା।

ବର୍ତ୍ତମାନ ମହେନ୍ଦ୍ର ସିଂହ ଧୋନୀ ସେନାରେ lieutenant colonel ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos