ଟସ୍ ଜିତିଲା ମୁମ୍ବାଇ, ଖେଳିବେନି ରୋହିତ୍

ଶାରଜା: ଚଳିତ ଆଇପିଏଲର ଆଜି ଏକ ହାଇଭୋଲଟେଜ୍ ମୁକାବିଲାରେ ସାମ୍ନାସାମ୍ନି ହେଉଛନ୍ତି ଚେନ୍ନାଇ ସୁପର୍ କିଙ୍ଗସ୍ ଓ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ। ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଚେନ୍ନାଇ ଟିମ୍ ପ୍ରଥମେ ବ୍ୟାଟିଂ କରିବ। ଏହି ମ୍ୟାଚରେ ମୁମ୍ବାଇ ଟିମ୍ ତା’ର କ୍ୟାପଟେନ୍ ରୋହିତ୍ ଶର୍ମାଙ୍କ ବିନା ଓହ୍ଲାଉଛି। ରୋହିତଙ୍କ ଅନୁପସ୍ଥିତିରେ କାଇରନ୍ ପୋଲାର୍ଡ ଟିମର କ୍ୟାପଟେନ୍ ଭାର ସମ୍ଭାଳୁଛନ୍ତି। ମୁମ୍ବାଇ ଟିମରେ ଗୋଟିଏ […]

ipl1

Ranjit Kumar Jena
  • Published: Friday, 23 October 2020
  • , Updated: 23 October 2020, 07:27 PM IST

ଶାରଜା: ଚଳିତ ଆଇପିଏଲର ଆଜି ଏକ ହାଇଭୋଲଟେଜ୍ ମୁକାବିଲାରେ ସାମ୍ନାସାମ୍ନି ହେଉଛନ୍ତି ଚେନ୍ନାଇ ସୁପର୍ କିଙ୍ଗସ୍ ଓ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ। ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଚେନ୍ନାଇ ଟିମ୍ ପ୍ରଥମେ ବ୍ୟାଟିଂ କରିବ।

ଏହି ମ୍ୟାଚରେ ମୁମ୍ବାଇ ଟିମ୍ ତା'ର କ୍ୟାପଟେନ୍ ରୋହିତ୍ ଶର୍ମାଙ୍କ ବିନା ଓହ୍ଲାଉଛି। ରୋହିତଙ୍କ ଅନୁପସ୍ଥିତିରେ କାଇରନ୍ ପୋଲାର୍ଡ ଟିମର କ୍ୟାପଟେନ୍ ଭାର ସମ୍ଭାଳୁଛନ୍ତି। ମୁମ୍ବାଇ ଟିମରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ଆହତ ରୋହିତଙ୍କ ସ୍ଥାନରେ ସୌରଭ ତିୱାରୀ ସ୍ଥାନ ପାଇଛନ୍ତି। ସେହିପରି ଚେନ୍ନାଇ ଟିମରେ ତିନୋଟି ପରିବର୍ତ୍ତନ କରାଯାଇଛି। ଶେନ୍ ୱାଟସନ୍, ପୀୟୂଷ ଚାୱଲା ଓ କେଦାର ଯାଦବ ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିଛନ୍ତି। ସେମାନେ ସ୍ଥାନରେ ଇମ୍ରାନ୍ ତାହିର୍, ଋତୁରାଜ ଗାଏକ୍ୱାଡ୍ ଓ ଜଗଦୀଶାନ୍ ସୁଯୋଗ ପାଇଛନ୍ତି।

ଚଳିତ ସଂସ୍କରଣରେ ଚେନ୍ନାଇର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଚେନ୍ନାଇ ୧୦ ମ୍ୟାଚରୁ ୩ ବିଜୟ ଓ ୭ ପରାଜୟ ସହ ପଏଣ୍ଟ ଟେବୁଲର ଅନ୍ତିମ ସ୍ଥାନରେ ରହିଛି। ସେହିପରି ମୁମ୍ବାଇ ୯ ମ୍ୟାଚରୁ ୬ ବିଜୟ ଓ ୩ ପରାଜୟ ସହ ତୃତୀୟ ସ୍ଥାନରେ ରହିଛି। ଆଜିର ମ୍ୟାଚ୍ ଜିତି ମୁମ୍ବାଇ ଉପରକୁ ଉଠିବାକୁ ପ୍ରୟାସ କରିବ। ଚଳିତ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚରେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ। ଯେଉଁଥିରେ ଚେନ୍ନାଇ ବିଜୟୀ ହୋଇଥିଲା। ତେବେ ଆଜି ମୁମ୍ବାଇ ପାଖରେ ଏହି ପରାଜୟର ପ୍ରତିଶୋଧ ନେବାର ଭଲ ସୁଯୋଗ ରହିଛି।

Related story