ଟସ୍‌ ଜିତି ମୁମ୍ବାଇର ବୋଲିଂ ନିଷ୍ପତ୍ତି, ମ୍ୟାଚ୍‌ ଜିତିଲେ ମିଳିବ ପ୍ଲେ-ଅଫ ଟିକେଟ୍‌

ଅବୁଧାବି: ଚଳିତ ଆଇପିଏଲର ପ୍ରଥମ ଦଳ ଭାବେ କିଏ ପ୍ଲେ-ଅଫକୁ ଯିବ, ସେକଥା ଆଜିର ମ୍ୟାଚ୍‌ ପରେ ଜଣାପଡ଼ିଯିବ। କାରଣ ଆଜି ଅବୁଧାବିରେ ମୁହାଁମୁହିଁ ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୋର। ଉଭୟ ୧୧ଟି ଲେଖାଏ ମ୍ୟାଚ୍‌ରୁ ୭ଟି ଲେଖାଏ ଜିତି ୧୪ ପଏଣ୍ଟ ପାଇଛନ୍ତି। ହେଲେ ରନ୍‌ ରେଟ୍‌ ଦୃଷ୍ଟିରୁ ମୁମ୍ବାଇ ଏକ ନଂରେ ରହିଥିବା ବେଳେ ବେଙ୍ଗାଲୋର ୨ନଂରେ ରହିଛି। ଆଜିର ମ୍ୟାଚ୍‌ରେ ମୁମ୍ବାଇର କାମଚଳା ଅଧିନାୟକ କାଏରନ ପୋର୍ଲାଡ ଟସ୍‌ […]

df

Hemant Lenka
  • Published: Wednesday, 28 October 2020
  • , Updated: 28 October 2020, 07:11 PM IST

ଅବୁଧାବି: ଚଳିତ ଆଇପିଏଲର ପ୍ରଥମ ଦଳ ଭାବେ କିଏ ପ୍ଲେ-ଅଫକୁ ଯିବ, ସେକଥା ଆଜିର ମ୍ୟାଚ୍‌ ପରେ ଜଣାପଡ଼ିଯିବ। କାରଣ ଆଜି ଅବୁଧାବିରେ ମୁହାଁମୁହିଁ ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୋର। ଉଭୟ ୧୧ଟି ଲେଖାଏ ମ୍ୟାଚ୍‌ରୁ ୭ଟି ଲେଖାଏ ଜିତି ୧୪ ପଏଣ୍ଟ ପାଇଛନ୍ତି। ହେଲେ ରନ୍‌ ରେଟ୍‌ ଦୃଷ୍ଟିରୁ ମୁମ୍ବାଇ ଏକ ନଂରେ ରହିଥିବା ବେଳେ ବେଙ୍ଗାଲୋର ୨ନଂରେ ରହିଛି।

ଆଜିର ମ୍ୟାଚ୍‌ରେ ମୁମ୍ବାଇର କାମଚଳା ଅଧିନାୟକ କାଏରନ ପୋର୍ଲାଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ବିରାଟ କୋହଲିଙ୍କ ବେଙ୍ଗାଲୋର ପ୍ରଥମେ ବ୍ୟାଟିଂ କରିବ। ଆଜିର ମ୍ୟାଚ୍‌ରେ ମୁମ୍ବାଇ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ।

ତେବେ ବେଙ୍ଗାଲୋର ୩ଟି ପରିବର୍ତ୍ତନ କରିଛି। ଆହତ ଯୋଗୁ ନଭଦୀପ ସୈନି ଆଜିର ମ୍ୟାଚ୍‌ ଖେଳୁନାହାନ୍ତି। ସେହିପରି ଡେଲ ଷ୍ଟେନ ଓ ଜୋଶ ଫିଲିପ ଦଳକୁ କମବ୍ୟାକ୍‌ କରିଛନ୍ତି। ସୈନିଙ୍କ ବଦଳରେ ଶିବମ ଦୁବେଙ୍କୁ ସୁଯୋଗ ମିଳିଛି। ଆରୋନ ଫିଞ୍ଚ ଓ ମୋଇନ ଅଲୀଙ୍କୁ ବେଞ୍ଚରେ ବସିବାକୁ ପଡ଼ିଛି।

Related story