ଚତୁର୍ଥ ଥର ଟାଇଟଲ୍ ଜିତି ରେକର୍ଡ କରିବ କି ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ରେ ତିନିଥର ଟ୍ରଫି ଜିତିସାରିଥିବା ମୁମ୍ବାଇ ଇଣ୍ଡିଆନ୍ସ ପୁଣିଥରେ ଦମ ଦେଖାବାକୁ ପ୍ରସ୍ତୁତ। ଭାରତୀୟ ଓପ୍ନର ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଏହି ଟିମରେ ଜଣେ ନୁହେଁ ବରଂ ଅନେକ ମ୍ୟାଚ ୱିନର ଅଛନ୍ତି। ଟିମର ଟ୍ୟାଗ୍ ଲାଇନ୍ ମଧ୍ୟ ‘ଦୁନିଆ ହିଲା ଦେଙ୍ଗେ ହମ୍’, ଯେଉଁଥିରେ ଖେଳାଳିମାନଙ୍କ ଉତ୍ସାହ ଜଣାପଡୁଛି। ମୁମ୍ବାଇ ଟିମ୍ ଦ୍ୱାଦଶ ସଂସ୍କରଣରେ ତା’ର ପ୍ରଥମ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ରବିବାର ଖେଳିବ। ମୁମ୍ବାଇ ୨୦୧୩, ୨୦୧୫ ଓ ୨୦୧୭ରେ ଆଇପିଏଲ୍ […]

swq

swq

Ranjit Kumar Jena
  • Published: Wednesday, 20 March 2019
  • Updated: 20 March 2019, 04:57 PM IST

Sports

Latest News

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ରେ ତିନିଥର ଟ୍ରଫି ଜିତିସାରିଥିବା ମୁମ୍ବାଇ ଇଣ୍ଡିଆନ୍ସ ପୁଣିଥରେ ଦମ ଦେଖାବାକୁ ପ୍ରସ୍ତୁତ। ଭାରତୀୟ ଓପ୍ନର ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଏହି ଟିମରେ ଜଣେ ନୁହେଁ ବରଂ ଅନେକ ମ୍ୟାଚ ୱିନର ଅଛନ୍ତି।

ଟିମର ଟ୍ୟାଗ୍ ଲାଇନ୍ ମଧ୍ୟ ‘ଦୁନିଆ ହିଲା ଦେଙ୍ଗେ ହମ୍’, ଯେଉଁଥିରେ ଖେଳାଳିମାନଙ୍କ ଉତ୍ସାହ ଜଣାପଡୁଛି। ମୁମ୍ବାଇ ଟିମ୍ ଦ୍ୱାଦଶ ସଂସ୍କରଣରେ ତା’ର ପ୍ରଥମ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ରବିବାର ଖେଳିବ। ମୁମ୍ବାଇ ୨୦୧୩, ୨୦୧୫ ଓ ୨୦୧୭ରେ ଆଇପିଏଲ୍ ଟ୍ରଫି ଜିତିଥିଲା। ଏଥର ମଧ୍ୟ ଟିମ୍ ତା’ର ଚତୁର୍ଥ ଟାଇଟଲ୍ ଜିତିବା ନେଇ ଦୃଢ଼ ଆଶାୟୀ ଅଛି।

ରୋହିତ ଶର୍ମା ଟିମର ସଫଳ ନେତୃତ୍ୱ ନେଇଛନ୍ତି। ଗତ ସିଜନରେ ଟିମ୍ ଖରାପ ପ୍ରଦର୍ଶନ କରି ଲିଗ୍ ପର୍ଯ୍ୟାୟରୁ ବାଦ୍ ପଡ଼ିଥିଲା, କିନ୍ତୁ ଏଥର ସେମାନେ ପୂରା ଜୋଶ୍ର ସହ ପୁରୁଣା ପ୍ରଦର୍ଶନକୁ ଦୋହରାଇବେ। ସନ୍ତୁଳନ ହିଁ ମୁମ୍ବାଇ ଇଣ୍ଡିଆନ୍ସ ଟିମର ବିଶେଷତ୍ୱ। ଟିମରେ ଅଧିନାୟକ ରୋହିତ ଓ ସୂର୍ଯ୍ୟକୁମାରଙ୍କ ଭଳି ଅଭିଜ୍ଞ ବ୍ୟାଟ୍ସମ୍ୟାନ ଉପସ୍ଥିତ ଥିଲା ବେଳେ ଅଲରାଉଣ୍ଡରରେ ପାଣ୍ଡ୍ୟା ଭ୍ରାତା ଯଥା କୃନାଲ୍ ଓ ହାର୍ଦ୍ଦିକ ମଧ୍ୟ ସାମିଲ୍ ଅଛନ୍ତି। ହାର୍ଦ୍ଦିକ ଫିଟନେସ୍ କାରଣରୁ ଟିମ ଇଣ୍ଡିଆରୁ ବାହାରେ ଥିଲେ ଏବଂ ଆଇପିଏଲ ଜରିଆରେ ସେ ଫିଟନେସକୁ ପ୍ରମାଣ କରିବାକୁ ପ୍ରୟାସ କରିବେ। ଅନ୍ୟପକ୍ଷରେ ୨୮ ବର୍ଷୀୟ ସୂର୍ଯ୍ୟକୁମାର ଆଇପିଏଲରେ ଏପର୍ଯ୍ୟନ୍ତ ୬୯ ମ୍ୟାଚ୍ ଖେଳି ୧୧୨୪ ରନ୍ କରିଛନ୍ତି। ରୋହିତ ୧୭୩ ମ୍ୟାଚରେ ୪୪୯୩ ରନ୍ କରିଛନ୍ତି ଏବଂ ତାଙ୍କ ନାମରେ ୧ ଶତକ ଓ ୩୪ ଅର୍ଦ୍ଧଶତକ ରହିଛି।

ଏହି ଅଙ୍କ କହୁଛି ମୁମ୍ବାଇ ଏଥର ଟାଇଟଲ୍ ଜିତିବ: ୨୦୧୩ରେ ରୋହିତ ଶର୍ମାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଦଳର ନେତୃତ୍ୱ ଭାର ପ୍ରଦାନ କରାଯାଇଥିଲା। ଏହାପରଠାରୁ ମୁମ୍ବାଇର ଭାଗ୍ୟ ବଦଳିଯାଇଥିଲା। ରୋହିତ ନିଜର ପ୍ରଥମ ନେତୃତ୍ୱରେ ହିଁ ଟିମକୁ ପ୍ରଥମ ଟାଇଟଲ୍ ଦେଇଥିଲେ। ଏହା ପରେ ୨୦୧୪ ସଂସ୍କରଣରେ ତାଙ୍କ ଦଳ ପ୍ଲେଅଫରୁ ଆଗକୁ ବଢ଼ିପାରି ନଥିଲା। ୨୦୧୫ରେ ପୁଣିଥରେ ରୋହିତଙ୍କ ନେତୃତ୍ୱରେ ମୁମ୍ବାଇ ଚାମ୍ପିଅନ୍ ହୋଇଥିଲା। ୨୦୧୬ରେ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରି ଲିଗ୍ ପର୍ଯ୍ୟାୟରୁ ବିଦାୟ ନେଇଥିବା ବେଳେ ୨୦୧୭ରେ ମୁମ୍ବାଇ ତୃତୀୟ ଟାଇଟଲ୍ ଜିତି ରେକର୍ଡ କରିଥିଲା।

ଏଥିରୁ ଗୋଟିଏ ଚିତ୍ର ସ୍ପଷ୍ଟ ହେଉଛି ଯେ, ରୋହିତ ନେତୃତ୍ୱ ନେବା ପରଠାରୁ ମୁମ୍ବାଇ ବର୍ଷକ ବ୍ୟବଧାନରେ ଟାଇଟଲ୍ ଜିତୁଛି। ମୁମ୍ବାଇ ଶେଷଥର ପାଇଁ ୨୦୧୭ରେ ଟାଇଟଲ୍ ଜିତିଥିଲା ଏବଂ ୨୦୧୮ରେ ଲିଗ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ଯଦି ଆମେ ରେକର୍ଡକୁ ଦେଖିବା ତାହେଲେ ୨୦୧୩, ୨୦୧୫, ୨୦୧୭ ପରେ ଏଥର ଅର୍ଥାତ୍ ୨୦୧୯ରେ ମୁମ୍ବାଇ ପୁଣିଥରେ ଟାଇଟଲ୍ ଜିତିବ ବୋଲି ଆକଳନ କରାଯାଉଛି।

ଦମଦାର ବୋଲିଂ: ଆଇସିସି ଦିନିକିଆ ବୋଲିଂ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନରେ ଥିବା ଜସପ୍ରୀତ ବୁମ୍ରା ମୁମ୍ବାଇ ବୋଲିଂ ବିଭାଗର ନେତୃତ୍ୱ ନେବେ। ତାଙ୍କ ବ୍ୟତୀତ ଲସିଥ ମାଲିଙ୍ଗା, ମିଚେଲ୍ ମ୍ୟାକକ୍ଲିନାଗନ, ମୟଙ୍କ ମାର୍କଣ୍ଡେ ଏବଂ ଆଡାମ ମିଲନେଙ୍କ ଭଳି ତାରକା ଟିମରେ ଅଛନ୍ତି। ଯୁବ ପେସର ବରିନ୍ଦର ସ୍ରାନ୍ ଓ ସ୍ପିନର ଜୟନ୍ତ ଯାଦବ ମଧ୍ୟ ସୁଯୋଗର ଫାଇଦା ଉଠାଇବାକୁ ଚାହିଁବେ।

ୱିକେଟକିପିଙ୍ଗ୍ ସମ୍ଭାଳିବେ ଡି’କକ୍: ଚଳିତ ସଂସ୍କରଣ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ୍ ଡି’କକଙ୍କୁ କିଣିଛି ଏବଂ ସେ ହଁ ୱିକେଟକି ପିଙ୍ଗ ଦାୟିତ୍ୱ ତୁଲାଇବେ। ଏହା ପୂର୍ବରୁ ସେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମର ସଦସ୍ୟ ଥିଲେ। ତେବେ ପୂରା ସିଜନ୍ ସେ ଟିମ ସହ ରହିବା କଷ୍ଟସାଧ୍ୟ, କାରଣ ମେ’ ୩୦ ତାରିଖରୁ ଇଂଲଣ୍ଡରେ ବିଶ୍ୱକପ୍ ଆରମ୍ଭ ହେବ। ଏଭଳି ସ୍ଥିତିରେ ଫିଟନେସ କାରଣରୁ ସେ ସ୍ୱଦେଶ ଫେରିପାରନ୍ତି। ଡି’କକ୍ ଏପର୍ଯ୍ୟନ୍ତ ଆଇପିଏଲରେ ମାତ୍ର ୩୪ ମ୍ୟାଚ୍ ଖେଳି ୯୨୭ ରନ୍ କରିଛନ୍ତି। ତାଙ୍କ ଷ୍ଟ୍ରାଇକରେଟ୍ ୧୩୦ରୁ ଊର୍ଦ୍ଧ୍ବ ରହିଛି। ତାଙ୍କ ବ୍ୟତୀତ ଈଶାନ୍ କିଶନ ମଧ୍ୟ ୱିକେଟକିପର ଭୂମିକା ତୁଲାଇପାରିବେ।

ଦୁର୍ବଳତା: ମୁମ୍ବାଇ ଇଣ୍ଡିଆନ୍ସ ଟିମର ସେତେଟା ଦୁର୍ବଳତା ନାହିଁ, କିନ୍ତୁ ଅଧିକ ବିକଳ୍ପ କାରଣରୁ ଟିମରେ ଖେଳାଳିଙ୍କ ଚୟନକୁ ନେଇ ସମସ୍ୟା ହୋଇପାରେ। ଯେପରିକି ଦଳରେ ବେନ୍ କଟିଙ୍ଗ ଓ କାଇରନ୍ ପୋଲାର୍ଡଙ୍କ ଭଳି ଅଲରାଉଣ୍ଡର ଉପସ୍ଥିତ ଅଛନ୍ତି। ଏମାନଙ୍କ ମଧ୍ୟରୁ କାହାକୁ ସୁଯୋଗ ମିଳିବ, ତାହା ମୁଖ୍ୟ ଚିନ୍ତାର ବିଷୟ। ଏହାବ୍ୟତୀତ ଭାରତୀୟ ପେସର ବୁମ୍ରାଙ୍କୁ ବିଶ୍ୱକପ୍ ପାଇଁ ଫିଟ୍ ରଖିବା ମୁମ୍ବାଇ ପାଇଁ ଚ୍ୟାଲେଞ୍ଜିଙ୍ଗ୍ ହେବ, କାରଣ ତାଙ୍କ ଉପରେ ଅତ୍ୟଧିକ କାର୍ଯ୍ୟଭାର ରହିବ। ଟିମର ଧିମା ଆରମ୍ଭ ମଧ୍ୟ ବଡ଼ ଦୁର୍ବଳତା ହୋଇପାରେ। ସ୍ପିନ୍ ବିଭାଗରେ କୌଣସି ଅଭିଜ୍ଞ ବୋଲର ନହେବା ମଧ୍ୟ ଟିମ ପାଇଁ ଅନ୍ୟତମ ଦୁର୍ବଳତା କୁହାଯାଇପାରେ।

ବିଦେଶୀ ଖେଳାଳି ଖଚାଖଚ୍: ଟିମରେ ଏଭଳି ବିଦେଶୀ ଖେଳାଳି ସାମିଲ ଅଛନ୍ତି, ଯିଏ ନିଜ ନିଜ ବିଭାଗରେ କମାଲ କରିପାରନ୍ତି। ମିଡିୟମ ପେସର ଜେସନ୍ ବେରେନଡର୍ଫ, ମିଚେଲ୍ ମ୍ୟାକକ୍ଲିନାଗନ ଓ ଲସିଥ ମାଲିଙ୍ଗା ସୁଯୋଗର ଫାଇଦା ଉଠାଇବାକୁ ଚାହିଁବେ। ଆଇପିଏଲରେ ସର୍ବାଧିକ ୱିକେଟ୍ ଟେକର ବୋଲର ଭାବେ ମାଲିଙ୍ଗା (୧୫୪) ଆଗରେ ଅଛନ୍ତି। ସେ ଚାରିଥର ଗୋଟିଏ ମ୍ୟାଚରେ ୪ ୱିକେଟ୍ ଏବଂ ଥରେ ୫ ୱିକେଟ୍ ଉପଲବ୍ଧି ହାସଲ କରିସାରିଛନ୍ତି। ଅନ୍ୟପକ୍ଷରେ ମ୍ୟାକକ୍ଲିନାଗନ ୫୧ ମ୍ୟାଚରେ ୬୮ ୱିକେଟ୍ ନେଇଛନ୍ତି। ଏହାଛଡ଼ା ପୋଲାର୍ଡ, ଆଡାମ ମିଲନେ ଓ ଏଭିନ୍ ଲୁଇସଙ୍କ ଭଳି ଭଲ ଖେଳାଳି ମଧ୍ୟ ଉପସ୍ଥିତ ଅଛନ୍ତି।

ଏକ୍ସ ଫ୍ୟାକ୍ଟର: ଟିମରେ ଏଥର ଯୁବରାଜ ସିଂହଙ୍କୁ ସାମିଲ କରାଯାଇଛି। ୩୬ ବର୍ଷୀୟ ଏହି ଅଭିଜ୍ଞ କ୍ରିକେଟର ବୋଲିଂ ମଧ୍ୟ କରିପାରିବେ। ଆଇପିଏଲରେ ଏପର୍ଯ୍ୟନ୍ତ ୧୨୮ ମ୍ୟାଚ୍ ଖେଳିସାରିଥିବା ଯୁବି ୨୬୫୨ ରନ୍ କରିଛନ୍ତି। ତାଙ୍କ ନାମରେ ୧୨ ଅର୍ଦ୍ଧଶତକ ସାମିଲ୍ ଅଛି। ତାଙ୍କ ବ୍ୟତୀତ ୨୧ ବର୍ଷୀୟ ମୟଙ୍କ ମାର୍କଣ୍ଡେ ମଧ୍ୟ ନିଜର ପ୍ରତିଭା ଦେଖାଇବେ। ସେ ନିଜର ଛୋଟିଆ ଟି-୨୦ କ୍ୟାରିୟରରେ ୧୯ ମ୍ୟାଚରେ ୨୦ ୱିକେଟ୍ ନେଇଛନ୍ତି। ସେହିପରି ଦଳରେ ୧୭ ବର୍ଷୀୟ ଯୁବ ପେସର ରସିକ୍ ସଲାମ ସମସ୍ତଙ୍କୁ ଚକିତ କରିପାରନ୍ତି। ସେ ତୃତୀୟ କଶ୍ମୀର କ୍ରିକେଟର ଭାବେ ଆଇପିଏଲରେ ସ୍ଥାନ ପାଇଛନ୍ତି। ବିଜୟ ହଜାରେ ଟ୍ରଫିରେ ଭଲ ପ୍ରଦର୍ଶନ କାରଣରୁ ତାଙ୍କୁ ମୁମ୍ବାଇ ୨୦ଲକ୍ଷ ଟଙ୍କାରେ କିଣିଥିଲା। ଏହାବ୍ୟତୀତ ଦଳରେ ହିମାଚଳ ପ୍ରଦେଶର ପେସ୍ ବୋଲର ଅଲରାଉଣ୍ଡର ପଙ୍କଜ ଜୈସୱାଲ ଦଳ ପାଇଁ ଟ୍ରମ୍ପକାର୍ଡ ସାବ୍ୟସ୍ତ ହୋଇପାରନ୍ତି। ବିଜୟ ହଜାରେ ଟ୍ରଫିରେ ସେ ୬ ମ୍ୟାଚ୍ରୁ ୧୦ ୱିକେଟ୍ ନେଇଥିଲେ।

ଟିମ୍: କ୍ୱିଣ୍ଟନ୍ ଡି’କକ, ରୋହିତ ଶର୍ମା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଯୁବରାଜ ସିଂହ, ଅନମୋଲପ୍ରୀତ ସିଂହ, ଇଶାନ୍ କିଶନ, କୃନାଲ ପାଣ୍ଡ୍ୟା, ହାର୍ଦ୍ଦିକ ପାଣ୍ଡ୍ୟା, ବେନ୍ କଟିଙ୍ଗ, କାଇରନ୍ ପୋଲାର୍ଡ, ମୟଙ୍କ ମାର୍କଣ୍ଡେ, ମିଚେଲ୍ ମ୍ୟାକକ୍ଲିନାଗନ, ଜସପ୍ରୀତ ବୁମ୍ରା, ଜେସନ୍ ବେରେନଡର୍ଫ, ରାହୁଲ ଚହର, ପଙ୍କଜ ଜୈସୱାଲ, ସିଦ୍ଦେଶ ଲାଡ, ଏଭିନ୍ ଲୁଇସ, ଲସିଥ ମାଲିଙ୍ଗା, ଆଡାମ ମିଲନେ, ରସିକ୍ ସଲାମ, ଅନୁକୂଲ ରୟ, ବରିନ୍ଦର ସ୍ରାନ୍, ଆଦିତ୍ୟ ତାରେ, ଜୟନ୍ତ ଯାଦବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story