“ମୋ ଦେଶପ୍ରେମ ଏବେ ସନ୍ଦେହରେ, ଏହା ହିଁ ମୋ ଜୀବନର ସବୁଠାରୁ ଖରାପ ସମୟ”

ନୂଆଦିଲ୍ଲୀ: ସେ ମହିଳା କ୍ରିକେଟ୍‌ ଦଳର ବରିଷ୍ଠତମ ସଦସ୍ୟ, ସବୁଠାରୁ ଅଦିକ ରେକର୍ଡ ତାଙ୍କ ନାମରେ, କିନ୍ତୁ ତାଙ୍କ କୌଶଲ ଏବଂ ଦଳ ପାଇଁ ପ୍ରତିବଦ୍ଧତାକୁ ନେଇ ପ୍ରଶ୍ନ ଉଠିବା ପରେ ଭାଙ୍ଗିପଡ଼ିଛନ୍ତି ମିତାଲି ରାଜ୍‌। ସେ ଅଭିଯୋଗ ଆଣିଛନ୍ତି, ଏହା ତାଙ୍କ ଜୀବନର ସବୁଠାରୁ ଖରାପ ସମୟ। ଟି୨୦ ବିଶ୍ୱକପ୍‌ ସମୟରେ ବ୍ୟାଟିଂ ପୋଜିସନ୍‌କୁ ନେଇ ଆରମ୍ଭ ହୋଇଥିବା ଦୋଷାରୋପ ପ୍ରକ୍ରିୟା ପରେ ମିତାଲିଙ୍କୁ ବାଦ୍‌ ଦେବାଯାଏ ଯାଇଥିଲା ଏବଂ ବୁଧବାର ମୁଖ୍ୟ କୋଚ୍‌ ରମେଶ […]

mithali

mithali

Subrat Kumar Nayak
  • Published: Thursday, 29 November 2018
  • Updated: 29 November 2018, 12:41 PM IST

Sports

Latest News

ନୂଆଦିଲ୍ଲୀ: ସେ ମହିଳା କ୍ରିକେଟ୍‌ ଦଳର ବରିଷ୍ଠତମ ସଦସ୍ୟ, ସବୁଠାରୁ ଅଦିକ ରେକର୍ଡ ତାଙ୍କ ନାମରେ, କିନ୍ତୁ ତାଙ୍କ କୌଶଲ ଏବଂ ଦଳ ପାଇଁ ପ୍ରତିବଦ୍ଧତାକୁ ନେଇ ପ୍ରଶ୍ନ ଉଠିବା ପରେ ଭାଙ୍ଗିପଡ଼ିଛନ୍ତି ମିତାଲି ରାଜ୍‌। ସେ ଅଭିଯୋଗ ଆଣିଛନ୍ତି, ଏହା ତାଙ୍କ ଜୀବନର ସବୁଠାରୁ ଖରାପ ସମୟ।

ଟି୨୦ ବିଶ୍ୱକପ୍‌ ସମୟରେ ବ୍ୟାଟିଂ ପୋଜିସନ୍‌କୁ ନେଇ ଆରମ୍ଭ ହୋଇଥିବା ଦୋଷାରୋପ ପ୍ରକ୍ରିୟା ପରେ ମିତାଲିଙ୍କୁ ବାଦ୍‌ ଦେବାଯାଏ ଯାଇଥିଲା ଏବଂ ବୁଧବାର ମୁଖ୍ୟ କୋଚ୍‌ ରମେଶ ପାୱାର ମିତାଲିଙ୍କ ଆଚରଣକୁ ନେଇ ପ୍ରଶ୍ନ ଉଠାଇବାପରେ ମିତାଲି ଭାବବିହ୍ୱଳ ହୋଇ ଏକ ଟ୍ୱିଟ୍‌ କରିଛନ୍ତି।

ସୂଚନାଯୋଗ୍ୟ ଯେ, ୱେଷ୍ଟଇଣ୍ଡିଜ୍‌ରେ ଆୟୋଜିତ ଟି୨୦ ବିଶ୍ୱକପ୍‌ର ଇଂଲଣ୍ଡ ବିପକ୍ଷରେ ଖେଳାଯାଥିବା ସେମିଫାଇନାଲ ମ୍ୟାଚ୍‌ରେ ବିବାଦୀୟଭାବରେ ମିତାଲିଙ୍କୁ ବାଦ୍‌ ଦିଆଯିବାପରେ ଇଂଲଣ୍ଡଠାରୁ ଭାରତ ହାରିଯାଇଥିଲା। ଏହାପରଠାରୁ ହିଁ ବିବାଦ ଆରମ୍ଭ ହୋଇଛି।

ପାୱାରଙ୍କ ଅଭିଯୋଗର ଉତ୍ତର ରଖି ମିତାଲି ଜବାବରେ କହିଛନ୍ତି, “ମୋ ବିଷୟରେ ଆସିଥିବା ଅଭିଯୋଗକୁ ନେଇ ମୁଁ ମର୍ମାହତ ଏବଂ ଦୁଃଖିତ। ଖେଳ ପ୍ରତି ଏବଂ ଦେଶ ପ୍ରତି ୨୦ ବର୍ଷର ମୋର ପ୍ରତିବଦ୍ଧତା ବଜାୟ ରହିଆସିଛି। କଠିନ ପରିଶ୍ରମ ମୋର ଝାଳ ଏବଂ ଶିରାପ୍ରଶିରରେ ଉପସ୍ଥିତି ଜାହିର କରୁଛି।”
https://twitter.com/M_Raj03/status/1068007740293832705

ତାଙ୍କୁ ନେଇ ଉପୁଜିଥିବା ସନ୍ଦେହ ବାବଦରେ ସେ କହିଥିଲେ, “ଏସବୁ ପରେ ମଧ୍ୟ ଆଜି ମୋ ଦେଶପ୍ରେମ ଉପରେ ସନ୍ଦେହ ଉପୁଜିଛି। ମୋ କୌଶଳ ଉପରେ ପ୍ରଶ୍ନ ଉଠୁଛି ଏବଂ କାଦୁଅ ଫୋପଡ଼ା ଅରମ୍ଭ ହୋଇସାରିଛି। ମୋତେ ଇଶ୍ୱର ଶକ୍ତି ଦିଅନ୍ତୁ।”

ସୂଚନାଯୋଗ୍ୟ ଯେ ମିତାଲି ବର୍ତ୍ତମାନ ସବୁଠାରୁ ଅଧିକ ଟି୨୦ ସ୍କୋର କରିଥିବା ଭାରତୀୟ। ସେ ୨୨୮୩ ରନ୍‌ ସହିତ ସର୍ବାଗ୍ରେ ଥିବାବେଳେ ରୋହିତ ଶର୍ମା, ବିରାଟ କୋହଲି, ହରମନ୍‌ପ୍ରୀତ କୌର ଏବଂ ସୁରେଶ ରୈନାଙ୍କ ପରି ଖେଳାଳିଙ୍କୁ ପଛରେ ପକାଇଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos