ଟେଷ୍ଟ ସିରିଜ୍ ପୋଛିନେଲା ଅଷ୍ଟ୍ରେଲିଆ

ସିଡନୀ: ନେଥନ୍ ଲାୟନଙ୍କ ସ୍ପିନ୍ ଆଗରେ ପୁଣି ଆତ୍ମସମର୍ପଣ କରିଛି କିୱି ଟିମ୍। ଲାୟନଙ୍କ ସାଙ୍ଗକୁ ମିଚେଲ୍ ଷ୍ଟାର୍କଙ୍କ ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆ ଏଠାରେ ଅନୁଷ୍ଠିତ ତୃତୀୟ ଟେଷ୍ଟର ଚତୁର୍ଥ ଦିବସରେ ନ୍ୟୁଜିଲ୍ୟାଣ୍ଡକୁ ୨୭୯ ରନରେ ପରାସ୍ତ କରିଛି। ଏଥିସହ ଅଷ୍ଟ୍ରେଲିଆ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ ପୋଛି ନେଇଛି। ଘରୋଇ ମାଟିରେ ଅଷ୍ଟ୍ରେଲିଆର କ୍ରମାଗତ ଏହା ଦ୍ୱିତୀୟ ସିରିଜ୍ ବିଜୟ। ଏହା ପୂର୍ବରୁ ଅଷ୍ଟ୍ରେଲିଆ ପାକିସ୍ତାନ ବିପକ୍ଷ ଦୁଇମ୍ୟାଚ୍ ସିରିଜକୁ ମଧ୍ୟ କ୍ଲିନସୁଇପ୍ କରିଛି। […]

aus1

Ranjit Kumar Jena
  • Published: Monday, 06 January 2020
  • , Updated: 06 January 2020, 05:52 PM IST

ସିଡନୀ: ନେଥନ୍ ଲାୟନଙ୍କ ସ୍ପିନ୍ ଆଗରେ ପୁଣି ଆତ୍ମସମର୍ପଣ କରିଛି କିୱି ଟିମ୍। ଲାୟନଙ୍କ ସାଙ୍ଗକୁ ମିଚେଲ୍ ଷ୍ଟାର୍କଙ୍କ ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆ ଏଠାରେ ଅନୁଷ୍ଠିତ ତୃତୀୟ ଟେଷ୍ଟର ଚତୁର୍ଥ ଦିବସରେ ନ୍ୟୁଜିଲ୍ୟାଣ୍ଡକୁ ୨୭୯ ରନରେ ପରାସ୍ତ କରିଛି। ଏଥିସହ ଅଷ୍ଟ୍ରେଲିଆ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ ପୋଛି ନେଇଛି। ଘରୋଇ ମାଟିରେ ଅଷ୍ଟ୍ରେଲିଆର କ୍ରମାଗତ ଏହା ଦ୍ୱିତୀୟ ସିରିଜ୍ ବିଜୟ। ଏହା ପୂର୍ବରୁ ଅଷ୍ଟ୍ରେଲିଆ ପାକିସ୍ତାନ ବିପକ୍ଷ ଦୁଇମ୍ୟାଚ୍ ସିରିଜକୁ ମଧ୍ୟ କ୍ଲିନସୁଇପ୍ କରିଛି।

ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟକୁ ମଧ୍ୟ ଅଷ୍ଟ୍ରେଲିଆ ଚାରଦିନ ଭିତରେ ଜିତିଥିଲା। ସିରିଜର ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଅଷ୍ଟ୍ରେଲିଆ ନ୍ୟୁଜିଲ୍ୟାଣ୍ଡ୍ ଆଗରେ ୪୧୬ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହାକୁ ପିଛା କରି ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ଦ୍ୱିତୀୟ ଇନିଂସରେ ମାତ୍ର ୧୩୬ ରନ୍ କରି ଅଲଆଉଟ୍ ହୋଇଛି। ଅଷ୍ଟ୍ରେଲିଆ ପକ୍ଷରୁ ଲାୟନ୍ ୫୦ ରନ୍ ଦେଇ ୫ଟି ଓ ଷ୍ଟାର୍କ ୨୫ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ। ନ୍ୟୁଜିଲ୍ୟାଣ୍ଡର କଲିନ୍ ଡି'ଗ୍ରାଣ୍ଡହୋମ୍ ସର୍ବାଧିକ ୫୨ ରନ୍ କରିଥିଲେ। ପ୍ରଥମ ଇନିଂସରେ ଦ୍ୱିଶତକ (୨୧୫) ମାରିଥିବା ମାର୍ନସ୍ ଲାବୁଶେନ୍ ଉଭୟ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଏବଂ ସିରିଜ୍ ବିବେଚିତ ହୋଇଛନ୍ତି।

୪୧୬ ରନର ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡର ଦୁଇ ଓପ୍ନର କ୍ୟାପଟେନ୍ ଟମ୍ ଲାଥାମ (୧) ଓ ଟମ୍ ବ୍ଲଣ୍ଡେଲ୍ (୨) ଦୁଇ ଅଙ୍କ ଛୁଇଁପାରିନଥିବା ବେଳେ ଜିତ୍ ରାଭାଲ୍ (୧୨) ଓ ରସ୍ ଟେଲର୍ (୨୨) ନିରାଶ କରିଥିଲେ। ପ୍ରଥମ ଇନିଂସରେ ଅର୍ଦ୍ଧଶତକ ମାରିଥିବା ଡେବ୍ୟୁଟାଣ୍ଟ ଗ୍ଲେନ୍ ଫିଲିପ୍ସ ଖାତା ଖୋଲିପାରିନଥିଲେ। ୱିକେଟକିପର ବ୍ୟାଟ୍ସମ୍ୟାନ୍ ବିଜେ ୱାଟଲିଙ୍ଗ୍ ୧୯ ଓ ଟଡ୍ ଆଷ୍ଟଲ୍ ୧୭ ରନ୍ କରି ଲାୟନଙ୍କ ଶିକାର ହୋଇଥିଲେ। ୱିଲିୟମ୍ ସମରଭିଲ୍ଲେ ୭ ରନ୍ କରି ଆଉଟ୍ ହୋଇଥିବା ବେଳେ ମ୍ୟାଟ୍ ହେନରୀ ଆହତ କାରଣରୁ ବ୍ୟାଟିଂ କରିବାକୁ ଆସିନଥିଲେ।

ଏହା ପୂର୍ବରୁ ସୋମବାର ଅଷ୍ଟ୍ରେଲିଆ ତା'ର ପୂର୍ବଦିନର ସ୍କୋର ୪୦/୦ରୁ ଖେଳ ଆରମ୍ଭ କରିଥିଲା। ତେବେ ଡେଭିଡ୍ ୱାର୍ଣ୍ଣରଙ୍କ ଶତକ ଓ ଲାବୁଶେନଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ୫୨ ଓଭରରେ ୨ ୱିକେଟ୍ ହରାଇ ୨୧୭ ରନରେ ଦ୍ୱିତୀୟ ଇନିଂସ୍ ଘୋଷଣା କରିଥିଲା। ୱାର୍ଣ୍ଣର୍ ୧୫୯ ବଲରେ ୯ ଚୌକା ସହ ଅପରାଜିତ ୧୧୧, ଲାବୁଶେନ୍ ୭୪ ବଲରେ ୩ ଚୌକା ସହ ୫୯ ଓ ଜୋ ବର୍ନସ୍ ୪୦ ରନ୍ କରି ଆଉଟ୍ ହୋଇଥିଲେ। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ହେନରୀ ଓ ଆଷ୍ଟଲ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

Related story