୨ଟି ଟେଷ୍ଟରେ ୨୨ ୱିକେଟ୍: ଅଷ୍ଟ୍ରେଲିଆର ୧୩୦ ବର୍ଷର ରେକର୍ଡ ଭାଙ୍ଗିଲେ ଲିଅନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ଓ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ସ୍ପିନର ନାଥନ ଲିଅନ ଆକର୍ଷଣୀୟ ବୋଲିଂ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ସେ ବାଂଲାଦେଶ ବିପକ୍ଷରେ ମାତ୍ର ଦୁଇଟି ଟେଷ୍ଟ ମ୍ୟାଚ୍‌ରେ ୨୨ଟି ୱିକେଟ୍‌ ନେଇଛନ୍ତି। ଏହାପରେ ସେ ଅଷ୍ଟ୍ରେଲିଆ ଦଳର ୧୩୦ ବର୍ଷର ରେକର୍ଡ ଭାଙ୍ଗିଛନ୍ତି। ଏହାସହ ଦୁଇଟି ମ୍ୟାଚ୍‌ରେ ୨୨ ୱିକେଟ୍‌ ନେବାରେ ସେ ପ୍ରଥମ ଅଷ୍ଟ୍ରେଲିଆ ଖେଳାଳି ହୋଇଯାଇଛନ୍ତି। ପୂର୍ବରୁ ଅଷ୍ଟ୍ରେଲିଆ ବୋଲର […]

Rakesh Mallick
  • Published: Saturday, 09 September 2017
  • , Updated: 09 September 2017, 05:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ଓ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ସ୍ପିନର ନାଥନ ଲିଅନ ଆକର୍ଷଣୀୟ ବୋଲିଂ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ସେ ବାଂଲାଦେଶ ବିପକ୍ଷରେ ମାତ୍ର ଦୁଇଟି ଟେଷ୍ଟ ମ୍ୟାଚ୍‌ରେ ୨୨ଟି ୱିକେଟ୍‌ ନେଇଛନ୍ତି। ଏହାପରେ ସେ ଅଷ୍ଟ୍ରେଲିଆ ଦଳର ୧୩୦ ବର୍ଷର ରେକର୍ଡ ଭାଙ୍ଗିଛନ୍ତି। ଏହାସହ ଦୁଇଟି ମ୍ୟାଚ୍‌ରେ ୨୨ ୱିକେଟ୍‌ ନେବାରେ ସେ ପ୍ରଥମ ଅଷ୍ଟ୍ରେଲିଆ ଖେଳାଳି ହୋଇଯାଇଛନ୍ତି। ପୂର୍ବରୁ ଅଷ୍ଟ୍ରେଲିଆ ବୋଲର ଜେଜେ ଫେରିସ୍‌ ୧୮୮୭ ମସିହାରେ ଇଂଲଣ୍ଡ ବିପକ୍ଷରେ ଦୁଇଟି ମ୍ୟାଚ୍‌ରୁ ୧୮ ୱିକେଟ୍‌ ନେଇ ରେକର୍ଡ କରିଥିଲେ। ଯଦିଓ ବାଂଲାଦେଶ-ଅଷ୍ଟ୍ରେଲିଆ ମଧ୍ୟରେ ୨ ଟିକିଆ ସିରିଜ ୧-୧ରେ ଶେଷ ହୋଇଥିଲା। ତଥାବି ନାଥନ ଲିଅନ ଯେଉଁଭଳି ଫର୍ମରେ ଅଛନ୍ତି ଆଗମୀ ଭାରତ ବିପକ୍ଷରେ ହେବାକୁ ଥିବା ସିରିଜ ପାଇଁ ଘାତକ ସାବ୍ୟସ୍ତ ହୋଇପାରନ୍ତି।

 

Related story