ନଭଦୀପ ସାଇନିଙ୍କୁ ଚେତାବନୀ

ଲାଉଡରହିଲ୍: ଭାରତର ଯୁବ ପେସ୍ ବୋଲର ନଭଦୀପ ସାଇନିଙ୍କୁ ନିଜର ଅନ୍ତର୍ଜାତୀୟ ପଦାର୍ପଣରେ ହିଁ ଚେତାବନୀ ମିଳିଛି। ଶନିବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ସାଇନି ଆଇସିସି ଆଚାର ସଂହିତା ଉଲ୍ଲଙ୍ଘନ କରିଥିଲେ, ଯେଉଁକାରଣରୁ ତାଙ୍କୁ କେବଳ ଔପଚାରିକ ଭାବେ ଚେତାବନୀ ଦିଆଯାଇ ଛଡ଼ାଯାଇଛି। ସାଇନି ଆଇସିସିର ଧାରା ୨.୫ର ଉଲ୍ଲଙ୍ଘନ କରିଛନ୍ତି, ଯେଉଁଥିରେ ଖେଳାଳି, କୋଚିଂ ଷ୍ଟାଫଙ୍କ ବିରୋଧରେ ଅଶ୍ଳୀଳ ଭାଷା କିମ୍ବା ଇଙ୍ଗିତର ପ୍ରୟୋଗ କରିବା ଆଦି ରହିଛି, ଯାହା ସାମ୍ନାରେ ଥିବା […]

saini

Ranjit Kumar Jena
  • Published: Monday, 05 August 2019
  • , Updated: 05 August 2019, 05:45 PM IST

ଲାଉଡରହିଲ୍: ଭାରତର ଯୁବ ପେସ୍ ବୋଲର ନଭଦୀପ ସାଇନିଙ୍କୁ ନିଜର ଅନ୍ତର୍ଜାତୀୟ ପଦାର୍ପଣରେ ହିଁ ଚେତାବନୀ ମିଳିଛି। ଶନିବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ସାଇନି ଆଇସିସି ଆଚାର ସଂହିତା ଉଲ୍ଲଙ୍ଘନ କରିଥିଲେ, ଯେଉଁକାରଣରୁ ତାଙ୍କୁ କେବଳ ଔପଚାରିକ ଭାବେ ଚେତାବନୀ ଦିଆଯାଇ ଛଡ଼ାଯାଇଛି।

ସାଇନି ଆଇସିସିର ଧାରା ୨.୫ର ଉଲ୍ଲଙ୍ଘନ କରିଛନ୍ତି, ଯେଉଁଥିରେ ଖେଳାଳି, କୋଚିଂ ଷ୍ଟାଫଙ୍କ ବିରୋଧରେ ଅଶ୍ଳୀଳ ଭାଷା କିମ୍ବା ଇଙ୍ଗିତର ପ୍ରୟୋଗ କରିବା ଆଦି ରହିଛି, ଯାହା ସାମ୍ନାରେ ଥିବା ବ୍ୟକ୍ତିଙ୍କୁ ଆକ୍ରମଣାତ୍ମକ ଆଭିମୁଖ୍ୟ ପାଇଁ ପ୍ରରୋଚିତ କରିପାରେ। ଏହି ଭୁଲ୍ ପାଇଁ ସାଇନିଙ୍କୁ ଏକ ଡିମେରିଟ୍ ପଏଣ୍ଟ ମଧ୍ୟ ମିଳିଛି।

ଏହା ସାଇନିଙ୍କ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଥିଲା। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ଇନିଂସର ଚତୁର୍ଥ ଓଭରରେ ସାଇନି ପ୍ରତିପକ୍ଷ ବ୍ୟାଟ୍ସମ୍ୟାନ୍ ନିକୋଲାସ ପୁରନଙ୍କ ୱିକେଟ୍ ନେଇଥିଲେ ଏବଂ ତାଙ୍କୁ ଭୁଲ୍ ଢ଼ଙ୍ଗରେ ବିଦାୟ ଦେଇଥିଲେ। ସାଇନି ନିଜ ଭୁଲ ମାନି ରେଫରୀ ଜେଫ୍ କ୍ରୋ'ଙ୍କ ଦ୍ୱାରା ଦିଆଯାଇଥିବା ଦଣ୍ଡକୁ ସ୍ୱୀକାର କରିଛନ୍ତି। ଏହି କାରଣରୁ ସାଇନିଙ୍କ ବିରୋଧରେ କୌଣସି ଆନୁଷ୍ଠାନିକ ଶୁଣାଣିର ଆବଶ୍ୟକତା ହୋଇନଥିଲା।

Related story