ନୂଆଦିଲ୍ଲୀ: ରୁଷରେ ଚାଲିଥିବା ମାଗୋମ୍ମଦ ସଲାମ୍ ଉମାଖାନୋଭ୍ ମେମୋରିଆଲ୍ ଇଣ୍ଟରନ୍ୟାଶନାଲ୍ ବକ୍ସିଂ ଟୁର୍ଣ୍ଣାମେଣ୍ଟର ଇଣ୍ଡିଆ ଓପନ୍ ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ବକ୍ସର ନୀରଜ ଫୋଗତ୍ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି। ସେ ୨୦୧୬ ବିଶ୍ୱ ଚାମ୍ପିୟନ୍ ଆଲେସିଆ ମେସିଆନୋଙ୍କୁ ହରାଇ ଫାଇନାଲରେ ପହଞ୍ଚିଛନ୍ତି।
ଷ୍ଟ୍ରାଞ୍ଜା ମୋମୋରିଆଲ ବକ୍ସିଂରେ ବ୍ରୋଞ୍ଜ ପଦକ ଜିତିଥିବା ନୀରଜ ୫୭ କେଜି ବର୍ଗର ସେମିଫାଇନାଲରେ ୩-୨ ପଏଣ୍ଟରେ ବିଜୟୀ ହୋଇ ଭାରତ ପାଇଁ ଅତିକମରେ ରୌପ୍ୟ ପଦକ ପକ୍କା କରିଛନ୍ତି। ଏହି ମୁକାବିଲାରେ ଉଭୟ ବକ୍ସରଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। କିନ୍ତୁ ଫାଇନାଲ୍ ରାଉଣ୍ଡରେ ଭାରତୀୟ ବକ୍ସର ପରଫେକ୍ଟ ପଞ୍ଚ୍ ମାରି ମୁକାବିଲାକୁ ଜିତି ନେଇଥିଲେ।
ଏହା ପୂର୍ବରୁ ଗୁରୁବାର ଭାରତର ଗୌରବ ସୋଲାଙ୍କି ସେମିଫାଇନାଲରେ ପହଞ୍ଚି ବ୍ରୋଞ୍ଜ ପଦକ ନିଶ୍ଚିତ କରିଛନ୍ତି। ଗତବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଗୌରବ କ୍ୱାର୍ଟରଫାଇନାଲରେ ରୁଷର ମାକସିମ୍ ଚେର୍ନିଶେଭଙ୍କୁ ୩-୨ରେ ହରାଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଜାତୀୟ ମାନବାଧିକାର କମିଶନର ନୂଆ ଅଧ୍ୟକ୍ଷ ଜଷ୍ଟିସ ଭି.ରାମସୁବ୍ରମଣ୍ୟମ
ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଭି. ରାମସୁବ୍ରମଣ୍ୟମଙ୍କୁ ଜାତୀୟ ମାନବାଧିକାର କମିଶନର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଜଷ୍ଟିସ ଅରୁଣ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ଚଳିତବର୍ଷ ଜୁନ ୧ରେ ଶେଷ ହୋଇଥିଲା।
National
ହସ୍ପିଟାଲ ବେଡରେ ବିନୋଦ କାମ୍ବଲି
ତାଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ରହିଛି। କିନ୍ତୁ ଏବେ ସେ ବିପଦ ମୁକ୍ତ ହୋଇ ନଥିବା ଆଇଏଏନଏସ୍ ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି।
Education
ହଟିଲା କଟକଣା: ଏଣିକି ଫେଲ୍ ହେଲେ ଫେଲ୍
୫ମ ଓ ୮ମ ଶ୍ରେଣୀରେ ଫେଲ ହେଉଥିବା ପିଲାମାନଙ୍କୁ ଆଉ ଗୋଟିଏ ସୁଯୋଗ ଦିଆଯିବ। ସେମାନେ ୨ ମାସ ମଧ୍ୟରେ ପୁଣି ପରୀକ୍ଷାର ସୁଯୋଗ ପାଇପାରିବେ।
National
ସ୍କୁଲ ଛାଡ଼ିବାକୁ ଯିବା ବେଳେ ୨ ନାବାଳକ ସାବତ ଭାଇଙ୍କ ତଣ୍ଟି କାଟିଦେଲା
ଅଭିଯୁକ୍ତ ନୀରଜ ଶର୍ମା ତା’ର ଦୁଇ ସାବତ ଭାଇଙ୍କୁ ବାଇକରେ ସ୍କୁଲ ଛାଡ଼ିବାକୁ ନେଇଥିଲା। କିନ୍ତୁ ସ୍କୁଲ ଯିବା ବଦଳରେ ସେ ଉଭୟଙ୍କୁ ଗୋଟିଏ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲା। ସେଠାରେ ସେ ଉଭୟଙ୍କୁ ତଣ୍ଟି କାଟି ହତ୍ୟା କରିଥିଲା।
National
ଶେଖ ହସିନାଙ୍କୁ ଢାକା ପଠାଅ: ଭାରତକୁ ଚିଠି ଲେଖିଲା ବାଂଲାଦେଶ
ଢାକା ଭିତ୍ତିକ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ(ଆଇସିଟି) ମାନବଜାତି ବିରୋଧରେ ଅପରାଧ ଓ ନରସଂହାର ଅଭିଯୋଗରେ ଶେଖ ହସିନା, ତାଙ୍କ ସରକାରରେ ଥିବା ମନ୍ତ୍ରୀ, ପରାମର୍ଶଦାତା, ପୂର୍ବତନ ସାମରିକ ଓ ବେସାମରିକ ଅଧିକାରୀଙ୍କ ବିରୋଧରେ ଗିରଫ ପରୱାନା ଜାଣି କରିଛନ୍ତି।