କ୍ରିକେଟ୍‌ରୁ ନେହେରାଙ୍କ ଅଲବିଦା: ନ୍ୟୁଜିଲାଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ମ୍ୟାଚ୍ ହେବ ଜୀବନର ଶେଷ ମ୍ୟାଚ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ସିନିୟର ଖେଳାଳି ତଥା ଦୃତ ବୋଲର ଆଶିଷ ନେହେରା ଖୁବଶୀଘ୍ର କ୍ରିକେଟରୁ ସନ୍ୟାସ ନେବେ। ଆସନ୍ତା ନମ୍ଭେମ୍ବର ୧ ତାରିଖ ଦିନ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ମ୍ୟାଚ ପରେ ନେହେରା କ୍ରିକେଟକୁ ଅଲବିଦା କହିବେ। pti ପକ୍ଷରୁ ଏଭଳି ସୂଚନା ପ୍ରକାଶ ପାଇଛି। ଏହି ମ୍ୟାଚ୍‌ ଦିଲ୍ଲୀଠାରେ ଖେଳାଯିବାକୁ ଥିବା ବେଳେ ନିଜର ହୋମ ଗ୍ରାଉଣ୍ଡରେ ନେହେରା ତାଙ୍କ ଜୀବନର ଶେଷ ମ୍ୟାଚ୍‌ ଖେଳି କ୍ରିକେଟ୍‌କୁ ବାଏ […]

Rakesh Mallick
  • Published: Wednesday, 11 October 2017
  • , Updated: 11 October 2017, 09:10 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ସିନିୟର ଖେଳାଳି ତଥା ଦୃତ ବୋଲର ଆଶିଷ ନେହେରା ଖୁବଶୀଘ୍ର କ୍ରିକେଟରୁ ସନ୍ୟାସ ନେବେ। ଆସନ୍ତା ନମ୍ଭେମ୍ବର ୧ ତାରିଖ ଦିନ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ମ୍ୟାଚ ପରେ ନେହେରା କ୍ରିକେଟକୁ ଅଲବିଦା କହିବେ। pti ପକ୍ଷରୁ ଏଭଳି ସୂଚନା ପ୍ରକାଶ ପାଇଛି। ଏହି ମ୍ୟାଚ୍‌ ଦିଲ୍ଲୀଠାରେ ଖେଳାଯିବାକୁ ଥିବା ବେଳେ ନିଜର ହୋମ ଗ୍ରାଉଣ୍ଡରେ ନେହେରା ତାଙ୍କ ଜୀବନର ଶେଷ ମ୍ୟାଚ୍‌ ଖେଳି କ୍ରିକେଟ୍‌କୁ ବାଏ ବାଏ କହିବେ। ନେହେରା ୧୯୯୯ ମସିହାରେ ଭାରତୀୟ ଟିମ୍‌ରେ ତାଙ୍କ କ୍ରିକେଟ୍‌ କ୍ୟାରିୟର ଆରମ୍ଭ କରିଥିଲେ।ଏପର୍ଯ୍ୟନ୍ତ ସେ ୧୭ଟି ଟେଷ୍ଟ, ୧୨୦ଟି ଦିନିକିଆ ଓ ୨୬ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିସାରିଛନ୍ତି। ଯେଉଁଥିରେ ଟେଷ୍ଟରେ ୪୪, ଦିନିକିଆରେ ୧୫୭ ଓ ଟି-ଟ୍ୱେଣ୍ଟିରେ ୩୪ଟି ୱିକେଟ୍ ନେଇଛନ୍ତି। ୨୦୦୩ ବିଶ୍ୱକପ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ନେହେରା ମାତ୍ର ୨୩ ରନ୍‌ ଦେଇ ୬ଟି ୱିକେଟ୍‌ ହାସଲ କରି ଭାରତକୁ ନିଶ୍ଚିତ ପରାଜୟରୁ ବିଜୟୀ କରାଇଥିଲେ। ଏହାପରେ ସେ ରାତାରାତି ଷ୍ଟାର ପାଲଟିଯାଇଥିଲେ।

Related story