ସ୍କୁଲ ବେଳେ କୋହଲିଙ୍କୁ ପ୍ରାଇଜ୍‌ ଦେଉଥିଲେ ଏବେ ତାଙ୍କ ନେତୃତ୍ୱରେ ସନ୍ୟାସ ନେବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନ ଥିଲା ସ୍କୁଲରେ ପଢୁଥିବା ବେଳେ ଭଲ କ୍ରିକେଟ୍‌ ଖେଳୁଥିବାରୁ ବିରାଟ କୋହଲି ଆଶିଷ ନେହାରାଙ୍କ ହାତରୁ ପ୍ରାଇଜ୍‌ ଗ୍ରହଣ କରୁଥିଲେ। ଏବେ କିନ୍ତୁ ବିରାଟଙ୍କ ନେତୃତ୍ୱରେ ଆଶିଷ ନେହେରା ଟିମ୍ ଇଣ୍ଡିରେ ଖେଳୁଛନ୍ତି। କେବଳ ଏତିକି ନୁହେଁ ବିରାଟଙ୍କ ଅଧିନାୟକତ୍ୱରେ ନେହେରା କ୍ରିକେଟ୍‌ରୁ ସନ୍ୟାସ ମଧ୍ୟ ଗ୍ରହଣ କରିବେ। ୧୪ ବର୍ଷ ପୂର୍ବେ ୨୦୦୩ରେ ଅଣ୍ଡର ୧୬ ମ୍ୟାଚ୍‌ରେ ବିରାଟ ଭଲ ପ୍ରଦର୍ଶନ କରିଥିବାରୁ ନେହେରାଙ୍କ ହାତରୁ ତାଙ୍କୁ ଆୱାର୍ଡ ମିଳିଥିଲା। ନେହେରା […]

Rakesh Mallick
  • Published: Wednesday, 18 October 2017
  • , Updated: 18 October 2017, 08:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନ ଥିଲା ସ୍କୁଲରେ ପଢୁଥିବା ବେଳେ ଭଲ କ୍ରିକେଟ୍‌ ଖେଳୁଥିବାରୁ ବିରାଟ କୋହଲି ଆଶିଷ ନେହାରାଙ୍କ ହାତରୁ ପ୍ରାଇଜ୍‌ ଗ୍ରହଣ କରୁଥିଲେ। ଏବେ କିନ୍ତୁ ବିରାଟଙ୍କ ନେତୃତ୍ୱରେ ଆଶିଷ ନେହେରା ଟିମ୍ ଇଣ୍ଡିରେ ଖେଳୁଛନ୍ତି। କେବଳ ଏତିକି ନୁହେଁ ବିରାଟଙ୍କ ଅଧିନାୟକତ୍ୱରେ ନେହେରା କ୍ରିକେଟ୍‌ରୁ ସନ୍ୟାସ ମଧ୍ୟ ଗ୍ରହଣ କରିବେ। ୧୪ ବର୍ଷ ପୂର୍ବେ ୨୦୦୩ରେ ଅଣ୍ଡର ୧୬ ମ୍ୟାଚ୍‌ରେ ବିରାଟ ଭଲ ପ୍ରଦର୍ଶନ କରିଥିବାରୁ ନେହେରାଙ୍କ ହାତରୁ ତାଙ୍କୁ ଆୱାର୍ଡ ମିଳିଥିଲା। ନେହେରା ସେ ସମୟରେ ଭାରତୀୟ ଦଳରେ ଜଣେ ଯୁବା ଷ୍ଟାରା ବୋଲର ଭାବେ ଅନେକ ନାଁ କରିଥିଲେ। ତେଣୁ ତାଙ୍କୁ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିବାବେ ଡକାଯାଇଥିଲା। ୧୪ ବର୍ଷ ପରେ ସ୍ଥିତି ବଦଳିଯାଇଛି , ସେହି ବିରାଟ କୋହଲି ଟିମ୍‌ ଇଣ୍ଡିଆରେ ଏବେ ଅଧିନାୟକ ଅଛନ୍ତି। ବିରାଟ୍‌ଙ୍କ ନେତୃତ୍ୱରେ ନଭେମ୍ବର ୧ ତାରିଖରେ ହେବାକୁ ଥିବା ନ୍ୟୁଜିଲାଣ୍ଡି ବିପକ୍ଷ ମ୍ୟାଚ୍‌ ନେହେରା ତାଙ୍କ ଜୀବନର ଶେଷ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି। ଏହି ମ୍ୟାଚ୍‌ ପରେ ସେ କ୍ରିକେଟ୍‌ରୁ ସନ୍ୟାସ ନେବେ ବୋଲି ପୂର୍ବରୁ ସୂଚନା ଦେଇଛନ୍ତି।

Related story