ସବୁ ଫର୍ମାଟରେ ଭାରତର ବିଶ୍ୱ ରେକର୍ଡ: ରଚିଲା ନୂଆ ଇତିହାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତର ରେକର୍ଡ ବିଜୟ। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ ଠାରେ ଖେଳାଯାଇଥିବା ଶେଷ ତଥା ତୃତୀୟ ଦିନିକିଆରେ ଭାରତ ଶ୍ରୀଲଙ୍କାକୁ ୫ ୱିକେଟ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜିକୁ ୩-୦ରେ ପୋଛି ନେଇଛି । ଆଜିର ବିଜୟ ସହ ଭାରତ ଅନେକ ନୂଆ ରେକର୍ଡ ସ୍ଫାପନ କରିଛି ଭାରତ ଏକମାତ୍ର ଦଳ ଭାବେ ଚଳିତ ବର୍ଷ ସବୁଠୁ ଅଧିକ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଜିତିବାର ରେକର୍ଡ ନିଜ […]

NBT-image

Rakesh Mallick
  • Published: Sunday, 24 December 2017
  • , Updated: 24 December 2017, 11:17 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତର ରେକର୍ଡ ବିଜୟ। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ ଠାରେ ଖେଳାଯାଇଥିବା ଶେଷ ତଥା ତୃତୀୟ ଦିନିକିଆରେ ଭାରତ ଶ୍ରୀଲଙ୍କାକୁ ୫ ୱିକେଟ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜିକୁ ୩-୦ରେ ପୋଛି ନେଇଛି । ଆଜିର ବିଜୟ ସହ ଭାରତ ଅନେକ ନୂଆ ରେକର୍ଡ ସ୍ଫାପନ କରିଛି

ଭାରତ ଏକମାତ୍ର ଦଳ ଭାବେ ଚଳିତ ବର୍ଷ ସବୁଠୁ ଅଧିକ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଜିତିବାର ରେକର୍ଡ ନିଜ ନାଁରେ କରିପାରିଛି। ଏହାପୂର୍ବରୁ ଭାରତ ୮ ଟି-ଟ୍ୱେଣ୍ଟି ଜିତି ପାକିସ୍ତାନ ସହ ସମକକ୍ଷ ହୋଇଥିଲା। ଏହାସହ ଚଳିତ ବର୍ଷ ଭାରତ ବିଶ୍ୱ କ୍ରିକେଟ୍‌ ଜଗତରେ ଏକ ନୂଆ ଇତିହାସ ତିଆରି କରିଛି। ଭାରତ ଏକମାତ୍ର ଦଳ ଯିଏ ଚଳିତ ବର୍ଷ ଟେଷ୍ଟ, ଦିନିକିଆ ଓ ଟି-ଟ୍ୱେଣ୍ଟିରେ ସର୍ବାଧିକ ମ୍ୟାଚ୍ ଜିତିବାର ବିଶ୍ୱରେକର୍ଡ କରିଛି। ଏହାସହ ଆଉ ଏକ ରେକର୍ଡ ମଧ୍ୟ ଟିମ୍‌ ନିଜ ନାଁରେ କରିଛି। ଏହା ପୂର୍ବରୁ ଭାରତ ନିଜ ମାଟିରେ ୩ ଟିକିଆ ଟି-ଟ୍ୱେଣ୍ଟି ସିରିଜକୁ କ୍ଲିନ୍‌ ସୁଇପ କରିନଥିଲା। ଫଳରେ ଏହି ସ୍ୱପ୍ନ ଭାରତର ପୂରଣ ହୋଇଛି।

Related story