ବାରବାଟୀ ରଚିଲା ଇତିହାସ: ଚହଲ, ଧୋନୀ ଓ ରୋହିତଙ୍କ ନୂଆ କୀର୍ତ୍ତିମାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆ ଓ ଶ୍ରୀଲଙ୍କା ମଧ୍ୟରେ ବାରବାଟୀରେ ଖେଳାଯାଇଥିବା ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଭାରତ ୯୩ ରନରେ ବିଜୟୀ ହୋଇଛି। ଏହି ମ୍ୟାଚ୍‌ ଭାରତୀୟ କ୍ରିକେଟ୍‌ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍। କାରଣ ଏହି ମ୍ୟାଚରେ ଏକାଧିକ ରେକର୍ଡ ସୃଷ୍ଟି ହୋଇଛି। ୯୩ ରନର ବିଜୟ ଟି-ଟ୍ୱେଣ୍ଟି ଇତିହାସର ଭାରତର ସବୁଠୁ ବଡ଼ ବିଜୟ। ଏତେ ଅଧିକ ବ୍ୟବଧାନରେ ଭାରତ ଏହା ପୂର୍ବରୁ କେବେ ଜିତି ନଥିଲା। ପୂର୍ବ ରେକର୍ଡକୁ ଯଦି ଲକ୍ଷ୍ୟ […]

aaaaaassss

Rakesh Mallick
  • Published: Thursday, 21 December 2017
  • , Updated: 21 December 2017, 04:39 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆ ଓ ଶ୍ରୀଲଙ୍କା ମଧ୍ୟରେ ବାରବାଟୀରେ ଖେଳାଯାଇଥିବା ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଭାରତ ୯୩ ରନରେ ବିଜୟୀ ହୋଇଛି। ଏହି ମ୍ୟାଚ୍‌ ଭାରତୀୟ କ୍ରିକେଟ୍‌ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍। କାରଣ ଏହି ମ୍ୟାଚରେ ଏକାଧିକ ରେକର୍ଡ ସୃଷ୍ଟି ହୋଇଛି। ୯୩ ରନର ବିଜୟ ଟି-ଟ୍ୱେଣ୍ଟି ଇତିହାସର ଭାରତର ସବୁଠୁ ବଡ଼ ବିଜୟ। ଏତେ ଅଧିକ ବ୍ୟବଧାନରେ ଭାରତ ଏହା ପୂର୍ବରୁ କେବେ ଜିତି ନଥିଲା। ପୂର୍ବ ରେକର୍ଡକୁ ଯଦି ଲକ୍ଷ୍ୟ କରିବା ତେବେ ଭାରତ ଏହାପୂର୍ବରୁ ଇଂଲଣ୍ଡ ବିପକ୍ଷରେ ୯୦ ଓ ୭୫ ରନରେ ବିଜୟ ହୋଇଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ୭୩ ରନରେ ବିଜୟୀ ହୋଇଥିଲା। ଏହା ସହିତ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଏହା ଦଳର ପ୍ରଥମ ଟି-ଟ୍ୱେଣ୍ଟି ବିଜୟ।

ବାରବାଟୀ ମ୍ୟାଚ୍‌ରେ ଭାରତୀୟ ସ୍ପିନ୍‌ ବୋଲର ଚହଲ କ୍ରିକେଟ୍‌ ଇତିହସରେ ଏକ ମାଇଲଷ୍ଟୋନ ତିଆରି କରିଛନ୍ତି। କଟକ ଟି-ଟ୍ୱେଣ୍ଟିରେ ଚହଲ ଘାତକ ବୋଲିଂ କରି  ୪ଟି ୱିକେଟ୍‌ ହାସଲ କରିଥିଲେ। ଏହାଫଳରେ ସେ ଚଳିତ ବର୍ଷରେ ଟି-ଟ୍ୱେଣ୍ଟି ଫର୍ମାଟରେ ବିଶ୍ୱର ସର୍ବାଧିକ ୱିକେଟ୍‌ ହାସଲ କରିଥିବା ବୋଲର ପାଲଟିଯାଇଛନ୍ତି। ଚହଲ ଚଳତି ବର୍ଷ ଏହି ଫର୍ମାଟରେ ୧୯ଟି ୱିକେଟ୍‌ ନେଇସାରିଛନ୍ତି। ସେ ବାରବାଟୀ ମ୍ୟାଚ୍‌ରେ ୩ଟି ୱିକେଟ୍‌ ହାସଲ କରିବା ପରେ ଏହି ରେକର୍ଡ ରଚିଥିଲେ। ଆଫଗାନିସ୍ତାନର ରସିଦ ଖାନ ଚଳିତ ବର୍ଷ ଟି-ଟ୍ୱେଣ୍ଟିରେ ୧୭ଟି ୱିକେଟ୍‌ ନେଇ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ଏହି ମ୍ୟାଚ୍‌ରେ ରୋହିତ ଓ ଧୋନୀ ମଧ୍ୟ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ରୋହିତ ଦ୍ୱିତୀୟ ଭାରତୀୟ ଭାବେ ଟି-ଟ୍ୱେଣ୍ଟିରେ ୧୫୦୦ ରନ୍‌ ପୂରଣ କରିଛନ୍ତି। ତାଙ୍କ ପୂର୍ବରୁ ବିରାଟ କୋହଲି ପ୍ରଥମ ଭାରତୀୟ ଭାବେ ୧୫୦୦ରନ୍ ପୂରଣ କରିସାରିଛନ୍ତି। ରୋହିତ ବିଶ୍ୱର ୧୫ତମ ବ୍ୟାଟ୍ସମ୍ୟାନ୍‌ ଭାବେ ୧୫୦୦ରନ୍‌ ପୂରଣ କରିଛନ୍ତି।

ଏହି ମ୍ୟାଚ୍‌ରେ ଧୋନୀ ତାଙ୍କ ନିଜ ନାଁରେ ଆଉ ଏକ ରେକର୍ଡ କରିଛନ୍ତି। ଧୋନୀ ଟି-ଟ୍ୱେଣ୍ଟିରେ ଦ୍ୱିତୀୟ ୱେକେଟ୍‌ କିପର ଭାବେ ୨୭ଟି ଷ୍ଟମ୍ପିଂ କରିଛନ୍ତି। ଯାହା ବିଶ୍ୱର ଦ୍ୱିତୀୟ ସର୍ବାଧିକ।  ତାଙ୍କ ଉପରେ ପାକିସ୍ତାନର କମରାନ୍‌ ଆକମଲ ହିଁ ଅଛନ୍ତି। ସେ ୩୨ଟି ଷ୍ଟମ୍ପିଂ କରିଛନ୍ତି।

https://youtu.be/GFVuLqhPzIU

Related story