ବର୍ଷା ପରେ ଅଷ୍ଟ୍ରେଲିଆକୁ ନୂଆ ଟାର୍ଗେଟ୍: ୨୧ ଓଭରରେ ୧୬୪ ରନ୍‌ର ବିଜୟ ଲକ୍ଷ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚେନ୍ନାଇ ଦିନିକିଆ ବର୍ଷା ଯୋଗୁଁ କିଛି ସମୟ ପାଇଁ ବନ୍ଦ ରହିବା ପରେ ପୁଣି ଆରମ୍ଭ ହୋଇଛି। ବର୍ଷା ପାଇଁ ଦ୍ୱିତୀୟ ଇଂନିସ ବିଳମ୍ବରେ ଆରମ୍ଭ ହୋଇଥିବା ସହ ଓଭର କମାଇଦିଆଯାଇଛି। ଡିଏଲ୍‌ଏସ୍‌ ନିୟମ ଅନୁସାରେ ଅଷ୍ଟ୍ରେଲିଆକୁ ନୂଆ ଟାର୍ଗେଟ୍‌ ଦିଆଯାଇଛି। ଅଷ୍ଟ୍ରେଲିଆକୁ ଏହି ମ୍ୟାଚ୍‌ରେ ଜିତିବାକୁ ହେଲେ ୨୧ ଓଭରରେ ୧୬୪ ରନ୍ କରିବାକୁ ପଡିବ। ପୂର୍ବରୁ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ […]

Rakesh Mallick
  • Published: Sunday, 17 September 2017
  • , Updated: 17 September 2017, 08:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚେନ୍ନାଇ ଦିନିକିଆ ବର୍ଷା ଯୋଗୁଁ କିଛି ସମୟ ପାଇଁ ବନ୍ଦ ରହିବା ପରେ ପୁଣି ଆରମ୍ଭ ହୋଇଛି। ବର୍ଷା ପାଇଁ ଦ୍ୱିତୀୟ ଇଂନିସ ବିଳମ୍ବରେ ଆରମ୍ଭ ହୋଇଥିବା ସହ ଓଭର କମାଇଦିଆଯାଇଛି। ଡିଏଲ୍‌ଏସ୍‌ ନିୟମ ଅନୁସାରେ ଅଷ୍ଟ୍ରେଲିଆକୁ ନୂଆ ଟାର୍ଗେଟ୍‌ ଦିଆଯାଇଛି। ଅଷ୍ଟ୍ରେଲିଆକୁ ଏହି ମ୍ୟାଚ୍‌ରେ ଜିତିବାକୁ ହେଲେ ୨୧ ଓଭରରେ ୧୬୪ ରନ୍ କରିବାକୁ ପଡିବ। ପୂର୍ବରୁ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍‌ ହରାଇ ୨୮୧ ରନ୍‌ କରିଥିଲା। ଦଳରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ପାଣ୍ଡ୍ୟା ଓ ଧୋନୀ ଆକର୍ଷଣୀୟ ବ୍ୟାଟିଂ କରି ଟିମ୍‌ ଇଣ୍ଡିଆର ସ୍କୋରକୁ ୨୮୧ ରନ୍‌ରେ ପହଞ୍ଚାଇଥିଲା।

Related story