ହ୍ୟାଟ୍ରିକ୍ ବିଜୟ ସହ ଶୀର୍ଷରେ ନ୍ୟୁଜିଲ୍ୟାଣ୍ଡ୍

ଟଣ୍ଟନ: ଚଳିତ ବିଶ୍ୱକପରେ ଶନିବାର ଖେଳାଯାଇଥିବା ଆଇସିସି ବିଶ୍ୱକପର ଏକ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ୭ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ନ୍ୟୁଜିଲ୍ୟାଣ୍ଡ ଦମଦାର ବୋଲିଂ କରି ଆଫଗାନିସ୍ତାନକୁ ୪୧.୧ ଓଭରରେ ୧୭୨ ରନରେ ଅଲଆଉଟ୍ କରିଥିଲା। ଜବାବରେ କିୱି ଟିମ୍ ୩୨.୩ ଓଭରରେ ୩ ୱିକେଟ୍ ହରାଇ ୧୭୩ ରନ୍ କରି ମ୍ୟାଚକୁ ସହଜରେ ଜିତି ନେଇଥିଲା। ହ୍ୟାଟ୍ରିକ୍ ବିଜୟ ସହ ନ୍ୟୁଜିଲ୍ୟାଣ୍ଡ୍ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ପହଞ୍ଚି ଯାଇଛି। ନ୍ୟୁଜିଲ୍ୟାଣ୍ଡ୍ ୩ ମ୍ୟାଚରୁ ୬ […]

KANE

Hemant Lenka
  • Published: Sunday, 09 June 2019
  • , Updated: 09 June 2019, 04:01 PM IST

ଟଣ୍ଟନ: ଚଳିତ ବିଶ୍ୱକପରେ ଶନିବାର ଖେଳାଯାଇଥିବା ଆଇସିସି ବିଶ୍ୱକପର ଏକ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ୭ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ନ୍ୟୁଜିଲ୍ୟାଣ୍ଡ ଦମଦାର ବୋଲିଂ କରି ଆଫଗାନିସ୍ତାନକୁ ୪୧.୧ ଓଭରରେ ୧୭୨ ରନରେ ଅଲଆଉଟ୍ କରିଥିଲା।

ଜବାବରେ କିୱି ଟିମ୍ ୩୨.୩ ଓଭରରେ ୩ ୱିକେଟ୍ ହରାଇ ୧୭୩ ରନ୍ କରି ମ୍ୟାଚକୁ ସହଜରେ ଜିତି ନେଇଥିଲା। ହ୍ୟାଟ୍ରିକ୍ ବିଜୟ ସହ ନ୍ୟୁଜିଲ୍ୟାଣ୍ଡ୍ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ପହଞ୍ଚି ଯାଇଛି। ନ୍ୟୁଜିଲ୍ୟାଣ୍ଡ୍ ୩ ମ୍ୟାଚରୁ ୬ ପଏଣ୍ଟ ହାସଲ କରିଛି।

୧୭୨ ରନର ଛୋଟିଆ ଲକ୍ଷ୍ୟର ପିଛା କରୁଥିବା କିୱି ଟିମର ଆରମ୍ଭ ଭଲ ରହିନଥିଲା ଏବଂ ପ୍ରଥମ ବଲରେ ମାର୍ଟିନ୍ ଗପ୍ଟିଲଙ୍କ ୱିକେଟ୍ ହରାଇଥିଲା। ଗପ୍ଟିଲ ଖାତା ଖୋଲିବା ପୂର୍ବରୁ ଆଫତାବ ଆଲମଙ୍କ ବଲରେ ନାଜିବୁଲ୍ଲାଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ଏହା ପରେ କଲିନ୍ ମୁନରୋ (୨୨) ଓ ଅଧିନାୟକ କେନ୍ ୱିଲିୟମସନ୍ (୭୯*) ଦ୍ୱିତୀୟ ୱିକେଟ୍ ପାଇଁ ୪୧ ରନ୍ ଯୋଡ଼ିଥିଲେ।

ମୁନରୋ ୨୪ ବଲରେ ୪ ଚୌକା ମାରି ପ୍ୟାଭିଲିୟନ୍ ଫେରିଥିଲେ । ଏହା ପରେ ରସ୍ ଟେଲର (୪୮) ୱିଲିୟମସନଙ୍କ ସହ ମିଶି ଟିମ୍ ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ। ଟିମ୍ ସ୍କୋର ୧୩୦ ଥିବା ବେଳେ ଟେଲରଙ୍କୁ ଆଫତାବ ଆଲମ କ୍ଲିନ୍ ବୋଲ୍ଡ କରିଥିଲେ। ଟେଲର ୫୨ ବଲରେ ୬ ଚୌକା ଓ ୧ ଛକା ମାରିଥିଲେ।

ୱିଲିୟମସନ୍ ଓ ଟମ୍ ଲାଥାମ ଅପରାଜିତ ରହି ଟିମକୁ ଜିତାଇଥିଲେ। ୱିଲିୟମସନ୍ ୯୯ ବଲରେ ୯ ଚୌକା ସହ ୭୯ ଓ ଲାଥାମ ୧୩ ରନ୍ କରି ଅପରାଜିତ ଥିଲେ। ଆଫଗାନିସ୍ତାନ ପକ୍ଷରୁ ଆଫତାବ ୩ଟି ଯାକ ୱିକେଟ୍ ନେଇଥିଲେ।

ଏହା ପୂର୍ବରୁ ନିଶାମ ଏବଂ ଲକି ଫର୍ଗୁସନଙ୍କ ଘାତକ ବୋଲିଂ ବଳରେ ନ୍ୟୁଜିଲ୍ୟାଣ୍ଡ ଆଫଗାନିସ୍ତାନକୁ ୧୭୨ ରନରେ ସୀମିତ ରଖିଥିଲା। ଆଫଗାନିସ୍ତାନ ପକ୍ଷରୁ ହଶମତୁଲ୍ଲା ଶାହିଦି ସର୍ବାଧିକ ୫୯ ରନ୍ କରିଥିବା ବେଳେ ହଜରତୁଲ୍ଲା ଜାଜାଇ ୩୪, ନୁର୍ ଅଲୀ ଜର୍ଦ୍ଦରନ୍ ୩୧ ଓ ଆଫତାବ ୧୪ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କ ଛୁଇଁପାରି ନଥିଲେ । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ନିଶାମ ୩୧ ରନ୍ ଦେଇ ୫ଟି ଓ ଫର୍ଗୁସନ୍ ୩୭ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ।

Related story