ପ୍ରଥମ ଟେଷ୍ଟ: ଇଂଲଣ୍ଡ ୨୪୧/୪

ମାଉଣ୍ଟ ମାଉଙ୍ଗାନୁଇ: ନ୍ୟୁଜିଲ୍ୟାଣ୍ଡ୍ ଓ ଇଂଲଣ୍ଡ ମଧ୍ୟରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଆଜିଠାରୁ ଆରମ୍ଭ ହୋଇଛି। ମ୍ୟାଚର ପ୍ରଥମ ଦିବସରେ ରୋରୀ ବର୍ନସ୍‌, ଜୋ ଡେନଲୀ ଓ ବେନ୍ ଷ୍ଟୋକ୍ସଙ୍କ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ୯୦ ଓଭରରେ ୪ ୱିକେଟ୍ ହରାଇ ୨୪୧ ରନ୍ କରିଛି। ଷ୍ଟମ୍ପ୍ ଅପସାରଣ ବେଳକୁ ଷ୍ଟୋକ୍ସ ୬୭ (୧୧୪ ବଲ୍‌, ୯ ଚୌକା) ଓ ଓଲି ପୋପ୍ ୧୮ ରନ୍ କରି ଅପରାଜିତ ରହିଛନ୍ତି। ଏହା ପୂର୍ବରୁ […]

eng

Ranjit Kumar Jena
  • Published: Thursday, 21 November 2019
  • , Updated: 21 November 2019, 06:38 PM IST

ମାଉଣ୍ଟ ମାଉଙ୍ଗାନୁଇ: ନ୍ୟୁଜିଲ୍ୟାଣ୍ଡ୍ ଓ ଇଂଲଣ୍ଡ ମଧ୍ୟରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଆଜିଠାରୁ ଆରମ୍ଭ ହୋଇଛି। ମ୍ୟାଚର ପ୍ରଥମ ଦିବସରେ ରୋରୀ ବର୍ନସ୍‌, ଜୋ ଡେନଲୀ ଓ ବେନ୍ ଷ୍ଟୋକ୍ସଙ୍କ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ୯୦ ଓଭରରେ ୪ ୱିକେଟ୍ ହରାଇ ୨୪୧ ରନ୍ କରିଛି। ଷ୍ଟମ୍ପ୍ ଅପସାରଣ ବେଳକୁ ଷ୍ଟୋକ୍ସ ୬୭ (୧୧୪ ବଲ୍‌, ୯ ଚୌକା) ଓ ଓଲି ପୋପ୍ ୧୮ ରନ୍ କରି ଅପରାଜିତ ରହିଛନ୍ତି।

ଏହା ପୂର୍ବରୁ ଇଂଲଣ୍ଡ୍ କ୍ୟାପଟେନ୍ ଜୋ ରୁଟ୍ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଇଂଲଣ୍ଡ ପକ୍ଷରୁ ଡେବ୍ୟୁ କରିଥିବା ଡମ୍ ସିବଲେ ମାତ୍ର ୨୨ ରନ୍ କରି କଲିନ୍ ଡି'ଗ୍ରାଣ୍ଡହୋମଙ୍କ ଶିକାର ହୋଇଥିଲେ। ତେବେ ବର୍ନସ୍ ଓ ଡେନଲୀ ଅର୍ଦ୍ଧଶତକ ମାରି ଟିମ୍ ସ୍ଥିତି ସୁଧାରିଥିଲ। ବର୍ନସ୍ ୫୨ ରନ୍ କରି ଗ୍ରାଣ୍ଡହୋମଙ୍କ ବଲରେ ୱିକେଟକିପର ବିଜେ ୱାଟଲିଙ୍ଗଙ୍କୁ କ୍ୟାଚ୍ ଦେଇ ବସିଥିଲେ।

ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ରୁଟଙ୍କ ଫ୍ଲପ୍ ଶୋ' ଏଠାରେ ମଧ୍ୟ ଜାରି ରହିଛି। ସେ ମାତ୍ର ୨ ରନ୍ ନିଲ୍ ୱାଗନରଙ୍କ ବଲରେ ଆଉଟ୍ ହୋଇଥିଲେ। ଡେନଲୀ ଓ ଷ୍ଟୋକ୍ସ ଚତୁର୍ଥ ୱିକେଟ୍ ପାଇଁ ୮୩ ରନର ପାର୍ଟନରଶିପ୍ କରିଥିଲେ। ଡେନଲୀ (୭୪)ଙ୍କୁ ଆଉଟ୍ କରି ଟିମ୍ ସାଉଦି ଏହି ଭାଗୀଦାରୀକୁ ଭାଙ୍ଗିଥିଲେ। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ଗ୍ରାଣ୍ଡହୋମ୍ ୨ଟି, ସାଉଦି ଓ ୱାଗନର୍ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।

Related story