ଦ୍ୱିତୀୟ ଟି-୨୦ରେ ହାରିଲା ଭାରତ

ରାଜକୋଟ: ଗୁଜରାଟ୍‌ର ରାଜକୋଟ୍‌ରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତ, ନ୍ୟୁଜିଲାଣ୍ଡଠାରୁ ୪୦ରନ୍‌ରେ ପରାସ୍ତ ହୋଇଛି। ନ୍ୟୁଜିଲାଣ୍ଡ ବିଜୟର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଟ୍ରେଣ୍ଡ ବୋଲ୍ଟ। ସେ ଘାତକ ବୋଲିଂ କରି ୪ ୱିକେଟ୍‌ ଅକ୍ତିଆର କରିଥିଲେ। ନ୍ୟୁଜିଲାଣ୍ଡ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପାଳି ଆରମ୍ଭ କରିବାକୁ ଆସିଥିଲେ ଓପ୍ନର ମାର୍ଟିନ୍‌ ଗୁପ୍ଟିଲ ଓ କୋଲିନ୍‌ ମୁନ୍‌ରୋ। ଗୁପ୍ଟିଲ୍‌ ୪୫ ରନ୍‌ କରିଥିବା ବେଳେ ଚହେଲଙ୍କ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ। ପରେ […]

India New Zealand Cricket

Rakesh Mallick
  • Published: Saturday, 04 November 2017
  • , Updated: 04 November 2017, 10:59 PM IST

ରାଜକୋଟ: ଗୁଜରାଟ୍‌ର ରାଜକୋଟ୍‌ରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତ, ନ୍ୟୁଜିଲାଣ୍ଡଠାରୁ ୪୦ରନ୍‌ରେ ପରାସ୍ତ ହୋଇଛି। ନ୍ୟୁଜିଲାଣ୍ଡ ବିଜୟର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଟ୍ରେଣ୍ଡ ବୋଲ୍ଟ। ସେ ଘାତକ ବୋଲିଂ କରି ୪ ୱିକେଟ୍‌ ଅକ୍ତିଆର କରିଥିଲେ।

ନ୍ୟୁଜିଲାଣ୍ଡ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପାଳି ଆରମ୍ଭ କରିବାକୁ ଆସିଥିଲେ ଓପ୍ନର ମାର୍ଟିନ୍‌ ଗୁପ୍ଟିଲ ଓ କୋଲିନ୍‌ ମୁନ୍‌ରୋ। ଗୁପ୍ଟିଲ୍‌ ୪୫ ରନ୍‌ କରିଥିବା ବେଳେ ଚହେଲଙ୍କ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ। ପରେ ବ୍ୟାଟିଂ କରିବାକୁ ଆସିଲେ ଅଧିନାୟକ କେନ୍‌ ୱିଲିୟମସନ୍‌। ମାତ୍ର ସେ ବେଶୀ ସମୟ କ୍ରିଜ୍‌ରେ ତିଷ୍ଠି ପାରିନଥିଲେ। ୧୨ ରନ୍‌ କରି ସେ ଆଉଟ୍‌ ହୋଇଯାଇଥିଲେ। ଅନ୍ୟପକ୍ଷରେ ଓପ୍ନିଂ କରିବାକୁ ଆସିଥିବା କୋଲିନ୍‌ ଧୂଆଁଧାର ବ୍ୟାଟିଂ କରିଥିଲେ। ସେ ୫୮ ବଲ୍‌ରେ ୧୦୯ ରନ୍‌ କରିଥିବା ବେଳେ ଟମ୍‌ ବ୍ରୁସ୍‌ ୧୮ ରନ୍‌ କରି ନଟ୍‌ଆଉଟ୍‌ ଅଛନ୍ତି। କୋଲିନ୍‌ଙ୍କ ଧୂଆଁଧାର ଇନିଂସ ବଳରେ ନ୍ୟୁଜିଲାଣ୍ଡ ୧୯୬ କରିପାରି ଥିଲା।

ନ୍ୟାଜିଲାଣ୍ଡର ୧୯୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଭାରତ ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇ ଚାଲିଥିଲା। ରୋହିତ ଶର୍ମା ୫, ଶିଖର ଧାୱନ୍‌ ୧,  ଶ୍ରୀୟାସ୍‌ ଅୟର୍‌ ୨୩, ବିରାଟ କୋହଲି ୬୫, ହାର୍ଦ୍ଦିକ ପାଣ୍ଡ୍ୟା ୧, ଏମ୍‌ଏସ୍‌ ଧୋନୀ ୪୯, ଅକ୍ସର ପଟେଲ ୫ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ୨୦ ଓଭରରେ ଭାରତ ୭ ୱିକେଟ୍‌ ହରାଇ ମାତ୍ର ୧୫୬ ରନ୍‌ କରିପାରିଥିଲା।

Related story