ଗ୍ରେଗ୍ ବାର୍କଲେ ଆଇସିସିର ନୂଆ ଚେୟାରମ୍ୟାନ୍

ପ୍ୟାରିସ୍: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ନୂଆ ଚେୟାରମ୍ୟାନ୍ ନାଁ ଘୋଷଣା କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ କ୍ରିକେଟର ମୁଖ୍ୟ ଗ୍ରେଗ୍ ବାର୍କଲେ ଆଇସିସିର ନୂଆ ଚେୟାରମ୍ୟାନ୍ ଭାବେ ନିର୍ବାଚିତ ହୋଇଛନ୍ତି। ଭାରତର ଶଶାଙ୍କ ମନୋହରଙ୍କ ଦୁଇବର୍ଷର କାର୍ଯ୍ୟକାଳର ଅବଧି ପୂରଣ ହେବା ପରେ ଏହି ପଦବୀ ଖାଲି ପଡ଼ିଥିଲା। ତାଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଶେଷ ହୋଇଛି। ଶଶାଙ୍କଙ୍କ ପରେ ସିଙ୍ଗାପୁରର ଇମ୍ରାନ୍ ଖ୍ୱାଜାଙ୍କୁ କାର୍ଯ୍ୟକାରୀ ଚେୟାରମ୍ୟାନ୍ କରାଯାଇଥିଲା। ଚେୟାରମ୍ୟାନ୍ ପଦବୀ ଦୌଡ଼ରେ ବାର୍କଲେ ଓ ଖ୍ୱାଜା ହିଁ […]

greg-barclay

Ranjit Kumar Jena
  • Published: Wednesday, 25 November 2020
  • , Updated: 25 November 2020, 11:44 AM IST

ପ୍ୟାରିସ୍: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ନୂଆ ଚେୟାରମ୍ୟାନ୍ ନାଁ ଘୋଷଣା କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ କ୍ରିକେଟର ମୁଖ୍ୟ ଗ୍ରେଗ୍ ବାର୍କଲେ ଆଇସିସିର ନୂଆ ଚେୟାରମ୍ୟାନ୍ ଭାବେ ନିର୍ବାଚିତ ହୋଇଛନ୍ତି। ଭାରତର ଶଶାଙ୍କ ମନୋହରଙ୍କ ଦୁଇବର୍ଷର କାର୍ଯ୍ୟକାଳର ଅବଧି ପୂରଣ ହେବା ପରେ ଏହି ପଦବୀ ଖାଲି ପଡ଼ିଥିଲା। ତାଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଶେଷ ହୋଇଛି। ଶଶାଙ୍କଙ୍କ ପରେ ସିଙ୍ଗାପୁରର ଇମ୍ରାନ୍ ଖ୍ୱାଜାଙ୍କୁ କାର୍ଯ୍ୟକାରୀ ଚେୟାରମ୍ୟାନ୍ କରାଯାଇଥିଲା। ଚେୟାରମ୍ୟାନ୍ ପଦବୀ ଦୌଡ଼ରେ ବାର୍କଲେ ଓ ଖ୍ୱାଜା ହିଁ ଆଗରେ ଥିଲେ। କିନ୍ତୁ ବାର୍କଲେଙ୍କୁ ଏହି ପଦବୀ ପାଇଁ ସର୍ବସମ୍ମତି ମିଳିଛି।

ଏହି ବଡ଼ ପଦବୀ ମିଳିବା ପରେ ବାର୍କଲେ କହିଛନ୍ତି, ଆଇସିସିର ଚେୟାରମ୍ୟାନ୍ ହେବା ମୋ ପାଇଁ ସମ୍ମାନର କଥା। ମୋତେ ସମର୍ଥନ କରିଥିବା ଆଇସିସି ନିର୍ଦ୍ଦେଶକଙ୍କୁ ଧନ୍ୟବାଦ ଜଣାଉଛି। ମୋର ବିଶ୍ୱାସ ଯେ ଆମେ ସମସ୍ତେ ଏକାଠି ମିଶି ଖେଳର ବିକାଶ ଉପରେ କାମ କରିବୁ ଏବଂ କରୋନା ଭଳି ମହାମାରୀରୁ ବାହାରି ଏକ ମଜଭୁତ୍ ସ୍ଥିତିକୁ ଆସିବୁ।

ସୂଚନାଯୋଗ୍ୟ, ବାର୍କଲେ ୨୦୧୨ରୁ ନ୍ୟୁଜିଲ୍ୟାଣ୍ଡ୍ କ୍ରିକେଟର ଡାଇରେକ୍ଟର ଅଛନ୍ତି ଏବଂ ସେ ପେସାରେ ଜଣେ ଓକିଲ୍। ଏହା ପୂର୍ବରୁ ବାର୍କଲେ ଆଇସିସି ବୋର୍ଡରେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟର ପ୍ରତିନିଧିତ୍ୱ କରିଥିଲେ। ବାର୍କଲେ ଏବେ ଏହି ପଦବୀରୁ ଇସ୍ତଫା ଦେଇ ଆଇସିସିର ନୂଆ ଦାୟିତ୍ବ ବହନ କରିବେ।

ଆଇସିସିର ଚେୟାରମ୍ୟାନ୍ ପଦବୀ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ନାଁ ସାମ୍ନାକୁ ଆସିଥିଲା। ଏପରିକି ଅନେକ ପୂର୍ବତନ କ୍ରିକେଟର୍ ମଧ୍ୟ ଗାଙ୍ଗୁଲିଙ୍କୁ ସମର୍ଥନ କରିଥିଲେ। ତେବେ ପୂର୍ବତନ କ୍ୟାପଟେନ୍ ନିଜକୁ ଏହି ଦୌଡ଼ରୁ ଅଲଗା କରିଦେଇଥିଲେ। ଆଇସିସି ବୋର୍ଡରେ ଏବେ ୧୭ଜଣ ସଦସ୍ୟ ଅଛନ୍ତି, ଯେଉଁଥିରୁ ୧୬ଜଣ ମତଦାନ କରିପାରିବେ। ଚେୟାରମ୍ୟାନ୍ ପଦବୀ ପାଇଁ ଦୁଇ-ତୃତୀୟାଂଶ ଭୋଟ୍ ଦରକାର।

Related story