ଭାରତର ଏହି ଷ୍ଟାର ଧାବିକା ୪ ବର୍ଷ ବ୍ୟାନ୍‌ ହେଲେ, ସ୍ୱର୍ଣ୍ଣ ପଦକ ବି ଗଲା

ନୂଆଦିଲ୍ଲୀ: ଭାରତର ଷ୍ଟାର ଧାବିକା ନିର୍ମଳା ଶେହରୋନ୍‌ ଡୋପିଂ ଟେଷ୍ଟରେ ବିଫଳ ହୋଇଛନ୍ତି। ଏଥିପାଇଁ ତାଙ୍କୁ ଆଥେଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ ୪ବର୍ଷ ପାଇଁ ବ୍ୟାନ୍‌ କରିଛି। ଏଥିସହ ସେ ୨୦୧୭ ଏସିଆ ଚାମ୍ପିୟନଶିପ୍‌ରେ ଜିତିଥିବା ସ୍ୱର୍ଣ୍ଣ ପଦକକୁ ମଧ୍ୟ ରଦ୍ଦ କରାଯାଇଛି। ୟୁନିଟ ପକ୍ଷରୁ କୁହାଯାଇଛି ଯେ ଅସିଦ୍ଧ ଘୋଷଣା ହୋଇଥିବା ଔଷଧକୁ ନିୟମିତ ଭାବେ ନିର୍ମଳା ସେବନ କରୁଥିଲେ। ତାଙ୍କର ଡୋପିଂ ଟେଷ୍ଟ ହୋଇଥିଲା। ଏଥିରେ ସେ ବିଫଳ ହୋଇଛନ୍ତି। ଏଥିପାଇଁ ତାଙ୍କ ୪ ବର୍ଷ […]

sss

Hemant Lenka
  • Published: Wednesday, 09 October 2019
  • , Updated: 09 October 2019, 05:41 PM IST

ନୂଆଦିଲ୍ଲୀ: ଭାରତର ଷ୍ଟାର ଧାବିକା ନିର୍ମଳା ଶେହରୋନ୍‌ ଡୋପିଂ ଟେଷ୍ଟରେ ବିଫଳ ହୋଇଛନ୍ତି। ଏଥିପାଇଁ ତାଙ୍କୁ ଆଥେଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ ୪ବର୍ଷ ପାଇଁ ବ୍ୟାନ୍‌ କରିଛି। ଏଥିସହ ସେ ୨୦୧୭ ଏସିଆ ଚାମ୍ପିୟନଶିପ୍‌ରେ ଜିତିଥିବା ସ୍ୱର୍ଣ୍ଣ ପଦକକୁ ମଧ୍ୟ ରଦ୍ଦ କରାଯାଇଛି।

ୟୁନିଟ ପକ୍ଷରୁ କୁହାଯାଇଛି ଯେ ଅସିଦ୍ଧ ଘୋଷଣା ହୋଇଥିବା ଔଷଧକୁ ନିୟମିତ ଭାବେ ନିର୍ମଳା ସେବନ କରୁଥିଲେ। ତାଙ୍କର ଡୋପିଂ ଟେଷ୍ଟ ହୋଇଥିଲା। ଏଥିରେ ସେ ବିଫଳ ହୋଇଛନ୍ତି। ଏଥିପାଇଁ ତାଙ୍କ ୪ ବର୍ଷ ପାଇଁ ବ୍ୟାନ୍‌ କରାଯାଇଛି। ଏହି ନିର୍ଦ୍ଦେଶନାମା ପିଛିଲା ଭାବେ ୨୦୧୮ ଜୁନ୍‌ ୨୯ରୁ ଲାଗୁ ହେବ।

ସେହିପରି ୨୦୧୬ରୁ ୨୦୧୮ ମଧ୍ୟରେ ସେ ଭାଗ ନେଇଥିବା କିମ୍ବା ଜିତିଥିବା ସମସ୍ତ ପଦକକୁ ମଧ୍ୟ ଅଯୋଗ୍ୟ ଘୋଷଣା କରାଯାଇଛି। ଭାରତରେ ହୋଇଥିବା ୨୦୧୭ ମସିହା ଏସିଆନ୍ ଚାମ୍ପିୟନଶିପ୍‌ର ୪୦୦ ମିଟରରେ ସେ ସ୍ୱର୍ଣ୍ଣ ପଦକ ଓ ୪ ଗୁଣା ୪୦୦ ମିଟର ରିଲେରେ ମଧ୍ୟ ବିଜେତା ହୋଇଥିଲେ। ତେବେ ଏହି ପଦକକୁ ଏବେ ପ୍ରତ୍ୟାହାର କରି ନିଆଯାଇଛି।

Related story