ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗ (ସିଏସକେ)ର ହାତ ଛାଡି ପାରନ୍ତି ମିଷ୍ଟର କୁଲ ମହେନ୍ଦ୍ର ସିଂହ ଧୋନି। ବିସିସିଆଇ କାର୍ଯ୍ୟକାରିଣୀ କମିଟି ଏହି ଦଳ ସମେତ ରାଜସ୍ଥାନ ରୟାଲକୁ ଦୁଇବର୍ଷ ପାଇଁ ବାସନ୍ଦ କରିବା ପରେ ସେ ଏ ନେଇ ଇଙ୍ଗିତ ଦେଇ ସାରିଲେଣି। ଧୋନି ଆଇପିଏଲରେ ୮ ବର୍ଷଧରି ସିଏସକେକୁ ପ୍ରତିନିଧିତ୍ତ୍ୱ କରିଆସୁଛନ୍ତି । ଏବେ ସେ ସିଏସକେକୁ ଛାଡି ଅନ୍ୟ ଦଳରୁ ପ୍ରତିନିଧିତ୍ତ୍ୱ କରିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଚଳିତବର୍ଷ ହେବାକୁ ଥିବା ଆଇପିଏଲ ସଂସ୍କରଣରେ ନୂତନ ଭାବେ ଦୁଇଟି ଦଳ ଭାଗ ନେବେ। ଏହି ଦୁଇ ଦଳରୁ ଗୋଟିଏ ପ୍ରମୁଖ ଦଳର ଧୋନି ନେତୃତ୍ୱ ନେବା ଆଶା କରାଯାଉଛି। ସୂଚନାଯୋଗ୍ୟ, ଶୁକ୍ରବାର ଧୋନି ଓ ଆଇସିସି ଅଧ୍ୟକ୍ଷ ଏନ ଶ୍ରୀନିବାସନଙ୍କୁ ଭେଟି ୪୫ ମିନିଟ୍ ଧରି ଆଲୋଚନା କରିଥିଲେ।