ଭାରତକୁ ଧମକ ଦେଲେ ଏହି ପୂର୍ବତନ ପାକ୍ କ୍ରିକେଟର୍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଭାରତ ସରକାରଙ୍କ ଦ୍ୱାରା ଧାରା ୩୭୦ ଉଚ୍ଛେଦ ହେବା ଘଟଣା କେବଳ ପାକିସ୍ତାନର ରାଜନେତାଙ୍କୁ ନୁହେଁ ବରଂ କ୍ରିକେଟରଙ୍କୁ ମଧ୍ୟ ଖୁବ୍ ବାଧିଛି। ଏଥିରେ ଏବେ ପାକିସ୍ତାନର ପୂର୍ବତନ କ୍ରିକେଟର୍ ଜାଭେଦ୍ ମିଆଁଦାଦଙ୍କ ନାଁ ସାମିଲ୍ ହୋଇଛି। ମିଆଁଦାଦଙ୍କ ପୂର୍ବରୁ ଶାହିଦ ଆଫ୍ରିକି, ଶୋଏବ ଅଖତର, ବର୍ତ୍ତମାନ କ୍ୟାପଟେନ୍ ସର୍ଫରାଜ ଅହମ୍ମଦଙ୍କ ଭଳି କ୍ରିକେଟର୍ ଭାରତର ଏହି ଅନ୍ତରୀଣ ମାମଲାକୁ ନେଇ ନିଜ ନିଜର ମତ ଦେଇସାରିଛନ୍ତି। କଶ୍ମୀର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ […]

javed

Ranjit Kumar Jena
  • Published: Tuesday, 20 August 2019
  • , Updated: 20 August 2019, 04:32 PM IST

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଭାରତ ସରକାରଙ୍କ ଦ୍ୱାରା ଧାରା ୩୭୦ ଉଚ୍ଛେଦ ହେବା ଘଟଣା କେବଳ ପାକିସ୍ତାନର ରାଜନେତାଙ୍କୁ ନୁହେଁ ବରଂ କ୍ରିକେଟରଙ୍କୁ ମଧ୍ୟ ଖୁବ୍ ବାଧିଛି। ଏଥିରେ ଏବେ ପାକିସ୍ତାନର ପୂର୍ବତନ କ୍ରିକେଟର୍ ଜାଭେଦ୍ ମିଆଁଦାଦଙ୍କ ନାଁ ସାମିଲ୍ ହୋଇଛି। ମିଆଁଦାଦଙ୍କ ପୂର୍ବରୁ ଶାହିଦ ଆଫ୍ରିକି, ଶୋଏବ ଅଖତର, ବର୍ତ୍ତମାନ କ୍ୟାପଟେନ୍ ସର୍ଫରାଜ ଅହମ୍ମଦଙ୍କ ଭଳି କ୍ରିକେଟର୍ ଭାରତର ଏହି ଅନ୍ତରୀଣ ମାମଲାକୁ ନେଇ ନିଜ ନିଜର ମତ ଦେଇସାରିଛନ୍ତି।

କଶ୍ମୀର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରି ମିଆଁଦାଦ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଛନ୍ତି। ସେ ପାକିସ୍ତାନ ଗଣମାଧ୍ୟମକୁ ବୟାନ ଦେଇ କହିଛନ୍ତି, ପାକିସ୍ତାନ ପାଖରେ ପରମାଣୁ ବୋମା କେବଳ ଦେଖାଇବା ପାଇଁ ନାହିଁ ବରଂ ଆମେ ଏହାକୁ ବ୍ୟବହାର ମଧ୍ୟ ପାରିବୁ।

 

View this post on Instagram

 

Legendary batsman Javed Miandad speaks about ongoing issue of Kashmir and India. #Cricket #Pakistan #Karachi #Lahore #Kashmir #KashmirUnderThreat #KashmirHamaraHai #India #JavedMiandad

A post shared by Khel Shel (@khelshel) on


ପାକିସ୍ତାନର ଏକ ସ୍ପୋର୍ଟ୍ସ ୱେବସାଇଟ୍ "ଖେଲଶେଲଡଟକମ୍'ର ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ମିଆଁଦାଦଙ୍କ ଏକ ଭିଡିଓ ଶେୟାର କରାଯାଇଛି, ଯେଉଁଥିରେ ଏହି ପୂର୍ବତନ କ୍ରିକେଟର୍ ପାକିସ୍ତାନ ସାମ୍ବାଦିକମାନଙ୍କ ସହ କଶ୍ମୀର ବିଷୟରେ ଚର୍ଚ୍ଚା କରୁଥିଲେ। ମିଆଁଦାଦ ଭୀଷଣ ରାଗିଯାଇଥିଲେ ଏବଂ କହିଥିଲେ, ଯଦି ପାକିସ୍ତାନ ପାଖରେ ଲିଥାଲ୍ ୱିପନ୍ (ମାରାତ୍ମକ ଅସ୍ତ୍ର) ଅଛି, ତାହେଲେ ନିଜ ଜୀବନ ବଞ୍ଚାଇବା ପାଇଁ ଆକ୍ରମଣ କରିବା ନିହାତି ଦରକାର। ପାକିସ୍ତାନ ମଧ୍ୟ ଏହି ଅସ୍ତ୍ରକୁ ବ୍ୟବହାର କରିବା ଦରକାର। ମିଆଁଦାଦ ଆହୁରି କହିଛନ୍ତି, ସାରା ବିଶ୍ୱରେ ଗୋଟିଏ ନିୟମ ଅଛି ଯେ ଆତ୍ମରକ୍ଷା ପାଇଁ ଆପଣ ଆକ୍ରମଣ କରିପାରନ୍ତି।

ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବନ୍ଧରେ ପଚରାଯାଇଥିବା ପ୍ରଶ୍ନରେ ମିଆଁଦାଦ ଖୁବ୍ ରାଗି ଯାଇଥିଲେ। ସେ କହିଥିଲେ, ମୋଦି ଜଣେ ଡରୁଆ ମଣିଷ ଏବଂ ଆମେ ପରମାଣୁ ଶକ୍ତି କେବଳ ଦେଖାଇବା ପାଇଁ ରଖିନାହୁଁ, ଏହାକୁ ବ୍ୟବହାର କରିବା ପାଇଁ ରଖିଛୁ । ଆମେ ସବୁ କିଛି ସଫା କରିଦେବୁ।

Related story