ଓସିଏ ବୟସ ଜାଲିଆତି: ୭ ମହିଳା କ୍ରିକେଟରଙ୍କୁ ବର୍ଷେ ବାସନ୍ଦ କଲା ବିସିସିଆଇ

ମୁମ୍ବାଇ: ବୟସ ଜାଲିଆତି କରି କ୍ରିକେଟରଙ୍କୁ ଓଡ଼ିଶା ଦଳରେ ସାମିଲ କରିବା ଓସିଏ ପାଇଁ କାଳ ହୋଇଛି। ବିସିସିଆଇର କାର୍ଯ୍ୟାନୁଷ୍ଠାନ ପରେ ଦୀର୍ଘ ବର୍ଷ ହେଲା ଓସିଏରେ ଚାଲିଥିବା ଏହି କେଳେଙ୍କାରୀ ପଦାରେ ପଡିଛି। ଆଜି ବିସିସିଆଇ ଓଡ଼ିଶାର ୭ ଜଣ ସିନିୟର ମହିଳା କ୍ରିକେଟର ଓ ୪ ଜଣ ରଣଜୀ କ୍ରିକେଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଓସିଏ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ କହିବା ଅନୁସାରେ ବୟସ ପ୍ରମାଣପତ୍ରରେ ତାଳମେଳ ରହୁ ନ ଥିବାରୁ ବିସିସିଆଇ […]

oca-office

Rakesh Mallick
  • Published: Friday, 07 October 2016
  • , Updated: 07 October 2016, 08:55 PM IST

ମୁମ୍ବାଇ: ବୟସ ଜାଲିଆତି କରି କ୍ରିକେଟରଙ୍କୁ ଓଡ଼ିଶା ଦଳରେ ସାମିଲ କରିବା ଓସିଏ ପାଇଁ କାଳ ହୋଇଛି। ବିସିସିଆଇର କାର୍ଯ୍ୟାନୁଷ୍ଠାନ ପରେ ଦୀର୍ଘ ବର୍ଷ ହେଲା ଓସିଏରେ ଚାଲିଥିବା ଏହି କେଳେଙ୍କାରୀ ପଦାରେ ପଡିଛି। ଆଜି ବିସିସିଆଇ ଓଡ଼ିଶାର ୭ ଜଣ ସିନିୟର ମହିଳା କ୍ରିକେଟର ଓ ୪ ଜଣ ରଣଜୀ କ୍ରିକେଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଓସିଏ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ କହିବା ଅନୁସାରେ ବୟସ ପ୍ରମାଣପତ୍ରରେ ତାଳମେଳ ରହୁ ନ ଥିବାରୁ ବିସିସିଆଇ ୬ ଜଣ ସିନିୟର ମହିଳା କ୍ରିକେଟରଙ୍କୁ ଏକ ବର୍ଷ ପାଇଁ ବାସନ୍ଦ କରିଛନ୍ତି। ଏହି କ୍ରିକେଟରମାନ ହେଲେ ସସ୍ମିତା ମହାଳିକ, ଶିଳ୍ପା ସ୍ୱାଇଁ, ସରୋଜିନୀ ଗିରି, ସୁଶ୍ରୀ ଦିବ୍ୟଦର୍ଶିନୀ, ବି. ଜାନକୀ ରେଡ୍ଡୀ, ବନଲତା ମଲ୍ଲିକ ଏବଂ ପ୍ରଜ୍ଞା ପରମିତା ଦାସ।

ସେହିପରି ୪ ଜଣ ରଣଜୀ କ୍ରିକେଟରଙ୍କୁ ମଧ୍ୟ ଏହି କାରଣରୁ କାରଣ ଦର୍ଶାଅ ନୋଟିସ୍‌ ଜରି କରିଛି ବିସିସିଆଇ। ଏହି କ୍ରିକେଟରମାନେ ହେଲେ ଆଲୋକ ସାହୁ, ଆଶୁତୋଷ ଦାସ, ରାଜେଶ ଧୂପର ଓ ଶୁଭମ୍‌ ନାୟକ।

ସେହିପରି ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ଦଳର ୧୨ ଜଣ ଖେଳାଳିଙ୍କୁ ବିସିସିଆଇ ବର୍ଷକ ପାଇଁ ବାସନ୍ଦ କରିଛି। ଏହି ଖେଳାଳିମାନେ ହେଲେ ସୂରଜ ସିଂ, କ୍ଷମାସାଗର ବଳ, ପ୍ରତ୍ୟୁସ ମହାପାତ୍ର, ସୂର୍ଯ୍ୟକାନ୍ତ ସାମଲ, ହର୍ଷିତ ରାଠୋର, ରାଜେଶ ମହାନ୍ତି, ଧୀରେନ୍ଦ୍ର ସିଂ, ନିଶିକାନ୍ତ ରାଉତ, ଦିବ୍ୟରଞ୍ଜନ ସାହୁ, ସୌରଭ ଗୌଡ଼, ବିଶ୍ୱଜିତ ଦାସ ଏବଂ ସୁନୀଲ ରାଉଳ।

ପୂର୍ବରୁ ସେପ୍ଟେମ୍ବର ୩୦ ତାରିଖରେ ପୂର୍ବଞ୍ଚଳ ଭିନୁ ମାଙ୍କଡ ଟ୍ରଫି ଲାଗି ୧୯ ବର୍ଷରୁ କମ ଦଳ ପାଇଁ ଓଡ଼ିଶା ପଠାଇ ଥିବା ଖେଳାଳିଙ୍କ ମଧ୍ୟରୁ ୬ ଜଣଙ୍କୁ ବିସିସିଆଇ ବାଦ ଦେଇଥିଲା। ଏହି ଖେଳାଳିମାନେ ହେଲେ ସୂର୍ଯ୍ୟକାନ୍ତ ସାମଲ, ହର୍ଷିତ ରାଠୋର, କ୍ଷମା ସାଗର ବଳ, ସୂରଜ ସିଂହ, ପ୍ରତ୍ୟୁଶ ମହାପାତ୍ର ଓ ରାଜେଶ ମହାନ୍ତି।

Related story