ବୟସ ଜାଲିଆତିରେ ଧରାପଡିବା ପରେ ଜଣେ ଖେଳାଳି ଟିମ୍‌ରୁ ବିଦା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡିଶା କ୍ରିକେଟ ଆସୋସିଏସନରେ ପୁଣି ବୟସ ଜାଲିଆତି ଅଭିଯୋଗ। ବୟସ ଜାଲିଆତି କରି ଧରାପଡିଛନ୍ତି ୧୯ ବର୍ଷରୁ କମ୍ ବୟସର ଜଣେ କ୍ରିକେଟର୍। ଧରାପଡିଥିବା ଖେଳାଳି ଜଣକ ହେଲେ ୧୯ ବର୍ଷରୁ କମ୍ ଦଳର ଅନୁରାଗ କନୋଜିଆ। ତାଙ୍କ ବୟସ ଜାଲିଆତି ସମ୍ପର୍କରେ ଜଣାପଡିବା ପରେ କନୋଜିଆଙ୍କୁ ଟିମରୁ ବାଦ୍ ଦେଇଛି ଓସିଏ। କନୋଜିଆଙ୍କ ପୂର୍ବର ଓ ଏବର ବୟସ ପ୍ରମାଣପତ୍ର ମେଳ ଖାଉ ନ ଥିବା ଜଣାପଡିଛି। ସତ୍ୟପାଠରେ ମଧ୍ୟ ସେ […]

download

Rakesh Mallick
  • Published: Thursday, 05 October 2017
  • , Updated: 05 October 2017, 07:39 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡିଶା କ୍ରିକେଟ ଆସୋସିଏସନରେ ପୁଣି ବୟସ ଜାଲିଆତି ଅଭିଯୋଗ। ବୟସ ଜାଲିଆତି କରି ଧରାପଡିଛନ୍ତି ୧୯ ବର୍ଷରୁ କମ୍ ବୟସର ଜଣେ କ୍ରିକେଟର୍। ଧରାପଡିଥିବା ଖେଳାଳି ଜଣକ ହେଲେ ୧୯ ବର୍ଷରୁ କମ୍ ଦଳର ଅନୁରାଗ କନୋଜିଆ। ତାଙ୍କ ବୟସ ଜାଲିଆତି ସମ୍ପର୍କରେ ଜଣାପଡିବା ପରେ କନୋଜିଆଙ୍କୁ ଟିମରୁ ବାଦ୍ ଦେଇଛି ଓସିଏ। କନୋଜିଆଙ୍କ ପୂର୍ବର ଓ ଏବର ବୟସ ପ୍ରମାଣପତ୍ର ମେଳ ଖାଉ ନ ଥିବା ଜଣାପଡିଛି। ସତ୍ୟପାଠରେ ମଧ୍ୟ ସେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ ହୋଇଛି। ପୂର୍ବରୁ ଗତ ବର୍ଷ ଓସିଏ କନିଷ୍ଠ ବର୍ଗରେ ପ୍ରାୟ ୩୦ ଜଣ କ୍ରିକେଟର ବୟସ ଜାଲିଆତି କରିଥିବା ଅଭିଯୋଗ ହୋଇଥିଲା।

Related story