ଓସିଏର ଭବିଷ୍ୟତକୁ ନେଇ ଚର୍ଚ୍ଚା

କଟକ: ଲୋଧା କମିଟି ରିପୋର୍ଟ କାର୍ଯ୍ୟକାରୀ କରିବା ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ଏବେ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ (ଓସିଏ) ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର ଧରିଛି। କୋର୍ଟଙ୍କ ନିର୍ଦ୍ଦେଶ ପରେ କେବଳ ଓସିଏ ସଭାପତି ଓ ସମ୍ପାଦକ ନୁହେଁ ଅନ୍ୟ ର୍ମକର୍ତ୍ତାମାନେ ମଧ୍ୟ ଅଯୋଗ୍ୟ ହୋଇଯାଇଛନ୍ତି। ଏପରି ସ୍ଥିତିରେ ଓସିଏର କାର୍ଯ୍ୟଭାର କାହା ହାତକୁ ଯିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଅଲମ୍ପିକ ପରେ ଏବେ ଓସିଏରୁ ସମ୍ପାଦକ ଆଶୀର୍ବାଦ ବେହେରା ବିଦା […]

oca

Rakesh Mallick
  • Published: Tuesday, 03 January 2017
  • , Updated: 03 January 2017, 10:29 PM IST

କଟକ: ଲୋଧା କମିଟି ରିପୋର୍ଟ କାର୍ଯ୍ୟକାରୀ କରିବା ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ଏବେ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ (ଓସିଏ) ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର ଧରିଛି। କୋର୍ଟଙ୍କ ନିର୍ଦ୍ଦେଶ ପରେ କେବଳ ଓସିଏ ସଭାପତି ଓ ସମ୍ପାଦକ ନୁହେଁ ଅନ୍ୟ ର୍ମକର୍ତ୍ତାମାନେ ମଧ୍ୟ ଅଯୋଗ୍ୟ ହୋଇଯାଇଛନ୍ତି। ଏପରି ସ୍ଥିତିରେ ଓସିଏର କାର୍ଯ୍ୟଭାର କାହା ହାତକୁ ଯିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଅଲମ୍ପିକ ପରେ ଏବେ ଓସିଏରୁ ସମ୍ପାଦକ ଆଶୀର୍ବାଦ ବେହେରା ବିଦା ହେବେ। ତାଙ୍କ ସହ ଲୋଧା କମିଟି ମାନଦଣ୍ଡ ଅନୁଯାୟୀ ସଭାପତି ରଞ୍ଜୀବ ବିଶ୍ୱାଳଙ୍କ ଓ ଅନ୍ୟ ସବୁ କର୍ମକର୍ତ୍ତା ଅଯୋଗ୍ୟ ହୋଇପାରନ୍ତି। ତେବେ ଆଶୀର୍ବାଦଙ୍କ ଟିମ୍‌ ବିଦା ହେବା ପରେ କାହା ନିୟନ୍ତ୍ରଣକୁ ଓସିଏ ଯିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏପରିକି ଓଡ଼ିଶା କ୍ରିକେଟ୍‌ରେ ନିଜ ପ୍ରଭାବ ବଜାଇ ରଖିବାକୁ ଆଶୀର୍ବାଦ ନିଜର କେହି ଅନୁଗାମୀଙ୍କୁ ଥଇଥାନ କରିପାରନ୍ତି। ଆଶୀର୍ବାଦଙ୍କ ପୁଅ ସଞ୍ଜୟ ବେହେରା ଓସିଏର ସମ୍ପାଦକ ହୋଇପାରନ୍ତି ବୋଲି ମଧ୍ୟ ଶୁଣାଯାଉଛି।

ଓସିଏ କୋଷାଧ୍ୟକ୍ଷ ସତ୍ୟ ମହାନ୍ତି କହିଛନ୍ତି,“ଆଶୀର୍ବାଦ ବେହେରା କେବେ କହି ନାହାନ୍ତି ତାଙ୍କ ପୁଅ ସମ୍ପାଦକ ଭାବେ ଛିଡା ହେବେ। ତାଙ୍କ ପୁଅ ନାଁ ଚର୍ଚ୍ଚା ହେଉଛି, ସମୟ କହିବ କିଏ ହେବ।”

ସଭାପତି ରଞ୍ଜୀବ କହିଛନ୍ତି,“ଲୋଧା କମିଟି ସୁପାରିଶ କାର୍ଯ୍ୟକାରୀ ହେବ। ନୂଆ କମିଟି ମେମ୍ବର ଆସିବେ ଓ ସେମାନେ ତାଙ୍କ କାମ କରିବେ।”

୨୦୦୦ ମସିହା ଜୁନ ୨୫ ତାରିଖରେ ଓସିଏର ସମ୍ପାଦକ ହୋଇଥିଲେ ଆଶୀର୍ବାଦ। ସେବେଠାରୁ ୧୬ ବର୍ଷ ହେଲା ଓଡ଼ିଶା କ୍ରିକେଟ୍‌କୁ ନିୟନ୍ତ୍ରଣ କରିଆସୁଛନ୍ତି। ତେବେ ସୁପ୍ରିମକୋର୍ଟଙ୍କ ରାୟ ପରେ ଆଶୀର୍ବାଦ ସବୁ କ୍ଷମତା ହରାଇଛନ୍ତି।

ଆଶୀର୍ବାଦ କହିଛନ୍ତି,“କୌଣସି ବ୍ୟକ୍ତି କୌଣସି ଅନୁଷ୍ଠାନ ଆଗରେ ବଡ ନୁହେଁ। ଲୋଧ କମିଟି ଯେଉଁଦିନ ନିର୍ବାଚନ ଲଢିବାକୁ ବୟସ ସୀମା ୭୦ ବର୍ଷ କରିବାକୁ କହିଥିଲେ ସେ ଦିନ ମୁଁ କହିଥିଲି ଆଉ ନିର୍ବାଚନ ଲଢିବି ନାହିଁ। ମୋ ସହିତ ଆଉ କିଛି ସଦସ୍ୟ ଅଛନ୍ତି ଯେଉଁମାନେ ଗାଇଡଲାଇନ୍‌ ଅନୁସାରେ ବାହାର ହୋଇଯିବେ। ଏଥିରେ କିଛି ଫରକ ପଡିବ ନାହିଁ।”

ଆସନ୍ତା ଫେବୃଆରୀରେ ଓସିଏର ଜରୁରୀକାଳୀନ ବୈଠକ ବସିବ। ଏଥିରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି।

Related story