ପର୍ବତାରୋହଣରେ ଯାଇ ଫେରୁଥିବା ବେଳେ ଓଡ଼ିଆ ପର୍ବତାରୋହୀଙ୍କ ମୃତ୍ୟୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପର୍ବତାରୋହଣରେ ଯାଇ ଫେରୁଥିବା ବେଳେ ଯୁବ ପର୍ବତାରୋହୀଙ୍କ ମୃତ୍ୟୁ। ହିମାଚଳ ପ୍ରଦେଶର ମନାଲି ନିକଟ ବ୍ୟାସକୁଣ୍ଡ ଟ୍ରାକିଂରେ ଯାଇଥିବା ବେଳେ ପ୍ରାଣ ହରାଇଛନ୍ତି ଓ଼ଡିଆ ପର୍ବତାରୋହୀ ଲାଲୁ ପ୍ରସାଦ ଭୋଇ। ଓଡ଼ିଶାର ଜଣାଶୁଣା ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ପର୍ବତାରୋହଣକାରୀ ଦଳ ଗତ ମାସ ୧୭ ତାରିଖରୁ ମନାଲିର ବ୍ୟାସକୁଣ୍ଡ ଟ୍ରାକିଂରେ ଯାଇଥିଲେ। ୧୫ ହଜାର ଫୁଟ ଉଚ୍ଚର ଏହି ପାହାଡ଼କୁ ସଫଳତାର ସହ ଆରୋହଣ କରିବା ପରେ […]

Rakesh Mallick
  • Published: Sunday, 22 October 2017
  • , Updated: 22 October 2017, 11:50 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପର୍ବତାରୋହଣରେ ଯାଇ ଫେରୁଥିବା ବେଳେ ଯୁବ ପର୍ବତାରୋହୀଙ୍କ ମୃତ୍ୟୁ। ହିମାଚଳ ପ୍ରଦେଶର ମନାଲି ନିକଟ ବ୍ୟାସକୁଣ୍ଡ ଟ୍ରାକିଂରେ ଯାଇଥିବା ବେଳେ ପ୍ରାଣ ହରାଇଛନ୍ତି ଓ଼ଡିଆ ପର୍ବତାରୋହୀ ଲାଲୁ ପ୍ରସାଦ ଭୋଇ। ଓଡ଼ିଶାର ଜଣାଶୁଣା ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ପର୍ବତାରୋହଣକାରୀ ଦଳ ଗତ ମାସ ୧୭ ତାରିଖରୁ ମନାଲିର ବ୍ୟାସକୁଣ୍ଡ ଟ୍ରାକିଂରେ ଯାଇଥିଲେ। ୧୫ ହଜାର ଫୁଟ ଉଚ୍ଚର ଏହି ପାହାଡ଼କୁ ସଫଳତାର ସହ ଆରୋହଣ କରିବା ପରେ ଏହି ଟିମ୍ ଫେରୁଥିଲା। ତେବେ ଟ୍ରାକିଂ ଶେଷ କରି ବେସ୍ କ୍ୟାମ୍ପକୁ ପହଞ୍ଚିବାକୁ ଆଉ ଅଳ୍ପ ସମୟ ବାକିଥିବା ବେଳେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ ଲାଲୁ ପ୍ରସାଦ। ପରେ ତାଙ୍କୁ ମନାଲିସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଲାଲୁ ପ୍ରସାଦ ହେଉଛନ୍ତି ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ସମ୍ପର୍କୀୟ ଭାଇ।

Related story