ଏସୀୟ ଇନଡୋର ଆଣ୍ଡ୍ ମାର୍ସଲ ଆର୍ଟସ୍‌ ଗେମ୍ସରେ ଓଡ଼ିଆ ଝିଅଙ୍କ ଚମକ: ପେଣ୍ଟାଥଲନ୍‌ରେ ପୂର୍ଣ୍ଣିମାଙ୍କୁ ସ୍ୱର୍ଣ୍ଣ

ଅସଗାବାତ: ତୁର୍କମେନିସ୍ତାନର ଅସଗାବାତରେ ଚାଲିଥିବା ପଞ୍ଚମ ଏସୀୟ ଇନଡୋର ଆଣ୍ଡ୍ ମାର୍ସଲ ଆର୍ଟସ୍‌ ଗେମ୍ସରେ ଓଡ଼ିଆ ଝିଅ ପୂର୍ଣ୍ଣିମା ହେମ୍ବ୍ରମଙ୍କୁ  ମିଳିଛି ସଫଳତା। ମହିଳା ପେଣ୍ଟାଥଲନ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପୂର୍ଣ୍ଣିମା। ୪୦୬୨ ପଏଣ୍ଟ ସହ ସେ ଭାରତ ପାଇଁ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏଥିସହ ଭାରତକୁ ଆଉ ଦୁଇଟି ରୌପ୍ୟ ପଦକ ଓ ଗୋଟିଏ କାଂସ୍ୟ ପଦକ ମଧ୍ୟ ମିଳିଛି। ମହିଳା ୩ ହଜାର ମିଟର ଦୌଡ଼ରେ ସଞ୍ଜିବନୀ ଯାଦବ ଏବଂ ପୁରୁଷ ସଟପୁଟରେ […]

Rakesh Mallick
  • Published: Tuesday, 19 September 2017
  • , Updated: 19 September 2017, 09:52 AM IST

ଅସଗାବାତ: ତୁର୍କମେନିସ୍ତାନର ଅସଗାବାତରେ ଚାଲିଥିବା ପଞ୍ଚମ ଏସୀୟ ଇନଡୋର ଆଣ୍ଡ୍ ମାର୍ସଲ ଆର୍ଟସ୍‌ ଗେମ୍ସରେ ଓଡ଼ିଆ ଝିଅ ପୂର୍ଣ୍ଣିମା ହେମ୍ବ୍ରମଙ୍କୁ  ମିଳିଛି ସଫଳତା। ମହିଳା ପେଣ୍ଟାଥଲନ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପୂର୍ଣ୍ଣିମା। ୪୦୬୨ ପଏଣ୍ଟ ସହ ସେ ଭାରତ ପାଇଁ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏଥିସହ ଭାରତକୁ ଆଉ ଦୁଇଟି ରୌପ୍ୟ ପଦକ ଓ ଗୋଟିଏ କାଂସ୍ୟ ପଦକ ମଧ୍ୟ ମିଳିଛି। ମହିଳା ୩ ହଜାର ମିଟର ଦୌଡ଼ରେ ସଞ୍ଜିବନୀ ଯାଦବ ଏବଂ ପୁରୁଷ ସଟପୁଟରେ ତିଜେନ୍ଦର ସିଂ ରୌପ୍ୟ ପଦକ ଏବଂ ମହିଳା ଲଙ୍ଗ୍ ଜମ୍ପରେ ନୀନା ବାରାକିଲ କାଂସ୍ୟ ପଦକ ହାସଲ କରିଛନ୍ତି। ପୂର୍ଣ୍ଣିମାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।

Related story