ଓସିଏରେ କୌଣସି ଆର୍ଥିକ ଅନିୟମିତତା ହୋଇନି: ଆଶୀର୍ବାଦ ବେହେରା

କଟକ: ବିସିସିଆଇ ଅଡିଟ୍‌ ରିପୋର୍ଟରେ ଓସିଏର ଆର୍ଥିକ ଅନିୟମିତତା ଘଟଣା ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା। ସେ କହିଛନ୍ତି,“ଓସିଏରେ ସେଭଳି କୌଣସି ଆର୍ଥିକ ଅନିୟମିତତା ହୋଇନାହିଁ। ଡିଲଏଟ୍‌ କମ୍ପାନୀ କରିଥିବା ଅଟିଡ୍‌ରେ ସେଭଳି କୌଣସି ଅନିୟମିତତା ଦର୍ଶାଯାଇ ନାହିଁ। ତେବେ ଜାତୀୟ ଗଣମାଧ୍ୟମରେ ଏନେଇ ଖବର କିପରି ପ୍ରକାଶ ପାଇଲା ତାହା ଆଶ୍ଚର୍ଯ୍ୟ ଲାଗୁଛି।” କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମକୁ ଟାର୍ଗେଟ କରି ଆଶୀର୍ବାଦ ବେହେରା  କହିଛନ୍ତି,“ନିର୍ବାଚନ ସମୟରେ ମୋକିମ୍‌ […]

ashirbad

Rakesh Mallick
  • Published: Saturday, 01 April 2017
  • , Updated: 01 April 2017, 06:15 PM IST

କଟକ: ବିସିସିଆଇ ଅଡିଟ୍‌ ରିପୋର୍ଟରେ ଓସିଏର ଆର୍ଥିକ ଅନିୟମିତତା ଘଟଣା ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା। ସେ କହିଛନ୍ତି,“ଓସିଏରେ ସେଭଳି କୌଣସି ଆର୍ଥିକ ଅନିୟମିତତା ହୋଇନାହିଁ। ଡିଲଏଟ୍‌ କମ୍ପାନୀ କରିଥିବା ଅଟିଡ୍‌ରେ ସେଭଳି କୌଣସି ଅନିୟମିତତା ଦର୍ଶାଯାଇ ନାହିଁ। ତେବେ ଜାତୀୟ ଗଣମାଧ୍ୟମରେ ଏନେଇ ଖବର କିପରି ପ୍ରକାଶ ପାଇଲା ତାହା ଆଶ୍ଚର୍ଯ୍ୟ ଲାଗୁଛି।”

କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମକୁ ଟାର୍ଗେଟ କରି ଆଶୀର୍ବାଦ ବେହେରା  କହିଛନ୍ତି,“ନିର୍ବାଚନ ସମୟରେ ମୋକିମ୍‌ ସାହାଯ୍ୟ ମାଗିଥିଲେ। ମାତ୍ର ସାହାଯ୍ୟ ନ କରିବାରୁ ସେ ରାଗରେ ମୋତେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ବ୍ୟକ୍ତିଗତ କଥାକୁ ନେଇ ଗୋଟେ ଅନୁଷ୍ଠାନ ଓ କ୍ରୀଡାକୁ ବଦନାମ କରାନଯାଉ।”

ଆଶୀର୍ବାଦଙ୍କ ଆରୋପର ଜବାବ ରଖିଛନ୍ତି ମୋକିମ। ସେ କହିଛନ୍ତି,“୨୦୧୪ ନିର୍ବାଚନରେ ମୁଁ କଂଗ୍ରେସରୁ ଲଢ଼ୁଥିଲି। ଆଶୀର୍ବାଦ ବାବୁ ବିଜେଡିରେ ଯୋଗ ଦେଇଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ। ମୁଁ କଂଗ୍ରେସ ପ୍ରାର୍ଥୀ ହୋଇ ତାଙ୍କଠାରୁ କେଉଁ ପ୍ରକାର ସାହାଯ୍ୟ ଆଶା କରୁଥିବି ବୋଲି ସେ ଭାବୁଛନ୍ତି? ତେଣୁ ଏ ବିଷୟରେ କଥା ହେବାକୁ ଚାହେଁ ନାହିଁ।”

Related story