ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କିଟ୍ ପଡ଼ିଆରେ ଚାଲିଥିବା ରଣଜୀ ମ୍ୟାଚ୍ର ଦ୍ୱିତୀୟ ଦିନରେ ଓଡ଼ିଶା ବିପର୍ଯ୍ୟୟରେ ସମ୍ମୁଖୀନ ହୋଇଛି। କୌଣସି ରନ୍ ନକରି ତିନିଟି ୱିକେଟ୍ ହରାଇଛି। ଓପ୍ନିଂ କରିବାକୁ ଆସିଥିବା ସନ୍ଦୀପ ପଟ୍ଟନାୟକ ଓ ନଟରାଜ ବେହେରା ମୁମ୍ୱାଇ ବୋଲରଙ୍କୁ ସାମ୍ନା କରିନପାରି ଆଉଟ୍ ହୋଇଯାଇଛନ୍ତି। ପରେ ବ୍ୟାଟିଂ କରିବାକୁ ଆସିଥିବା ସୁଭ୍ରାଂଶୁ ସେନାପତି ମଧ୍ୟ ଖାତା ଖୋଲିପାରିନାହାନ୍ତି। ତା’ପରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ ଗୋବିନ୍ଦ ପୋଦ୍ଦାଳ ମାତ୍ର ୨ ରନ୍ କରି ଆଉଟ୍ ହୋଇଯାଇଥିଲେ। ଏବେ ଶାନ୍ତନୁ ମିଶ୍ର ଓ ବିପ୍ଳବ ସାମନ୍ତରାୟ ବ୍ୟାଟିଂ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଓଡ଼ିଶା ୪ ୱିକେଟ୍ ହରାଇ ୪୯ ରନ୍ କରିଛି। ମୁମ୍ୱାଇ ଫାଷ୍ଟ୍ ବୋଲର ଧବଲ କୁଲକର୍ଣ୍ଣି ଓ ସର୍ଦ୍ଦୁଲ୍ ଠାକୁର ଦୁଇଟି ଲେଖାଏଁ ୱିକେଟ୍ ନେଇଛନ୍ତି।
ଗତକାଲି ମୁମ୍ୱାଇ ସମସ୍ତ ଓୱିକେଟ୍ ହରାଇ ୨୮୯ ରନ୍ କରିଥିଲା। ଓଡ଼ିଶା ପକ୍ଷରୁ ବସନ୍ତ ମହାନ୍ତି ୪ଟି, ସୂର୍ଯ୍ୟକାନ୍ତ ପ୍ରଧାନ ୨ଟି, ବିପ୍ଳବ ସାମନ୍ତରାୟ ୨ଟି ଓ ଧୀରଜ ସିଂହ ଗୋଟିଏ ୱିକେଟ୍ ନେଇଥିଲେ।