ଓଡ଼ିଶା-ଦିଲ୍ଲୀ ରଣଜୀ ମ୍ୟାଚ୍: ଦିଲ୍ଲୀ ୨୪୫/୭

ଭୁବନେଶ୍ୱର: ଶୁକ୍ରବାରଠାରୁ ରାଜଧାନୀର କିଟ୍‌ ଷ୍ଟାଡିୟମ‍‌ରେ ଓଡ଼ିଶା ଓ ଦିଲ୍ଲୀ ମଧ୍ୟରେ ଆରମ୍ଭ ହୋଇଥିବା ରଣଜୀ ମ୍ୟାଚର ଆଜି ଥିଲା ଦ୍ୱିତୀୟ ଦିନ। ଗତକାଲି ବର୍ଷା ବାଧକ ସାଜିଥିବା ବେଳେ ଆଜି କୋହଲା ପାଗ ଓ ଖରାପ ଆଲୋକ ସାଜିଥିଲା ପ୍ରତିବନ୍ଧକ। ଫଳରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଖେଳକୁ ବନ୍ଦ କରାଯାଇଥିଲା। ଦ୍ୱିତୀୟ ଦିନ ଷ୍ଟମ୍ପ୍ ଅପସାରଣ ବେଳକୁ ଦିଲ୍ଲୀ ଦଳ ୭ ୱିକେଟ୍ ହରାଇ ୨୪୫ ରନ୍ ସଂଗ୍ରହ କରିଥିଲା। ଦିଲ୍ଲୀ ଦଳ ପ୍ରଥମ ଦିନରେ […]

Gautam-Gambhir-of-India-batting-during-the-Tour-Match-between-Le

Rakesh Mallick
  • Published: Saturday, 31 October 2015
  • , Updated: 02 November 2015, 11:33 AM IST

ଭୁବନେଶ୍ୱର: ଶୁକ୍ରବାରଠାରୁ ରାଜଧାନୀର କିଟ୍‌ ଷ୍ଟାଡିୟମ‍‌ରେ ଓଡ଼ିଶା ଓ ଦିଲ୍ଲୀ ମଧ୍ୟରେ ଆରମ୍ଭ ହୋଇଥିବା ରଣଜୀ ମ୍ୟାଚର ଆଜି ଥିଲା ଦ୍ୱିତୀୟ ଦିନ। ଗତକାଲି ବର୍ଷା ବାଧକ ସାଜିଥିବା ବେଳେ ଆଜି କୋହଲା ପାଗ ଓ ଖରାପ ଆଲୋକ ସାଜିଥିଲା ପ୍ରତିବନ୍ଧକ। ଫଳରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଖେଳକୁ ବନ୍ଦ କରାଯାଇଥିଲା। ଦ୍ୱିତୀୟ ଦିନ ଷ୍ଟମ୍ପ୍ ଅପସାରଣ ବେଳକୁ ଦିଲ୍ଲୀ ଦଳ ୭ ୱିକେଟ୍ ହରାଇ ୨୪୫ ରନ୍ ସଂଗ୍ରହ କରିଥିଲା।

ଦିଲ୍ଲୀ ଦଳ ପ୍ରଥମ ଦିନରେ ୪୮.୨ ଓଭର ଖେଳି ଗୋଟିଏ ୱିକେଟ୍ ହରାଇ ୯୯ ରନ୍ ସଂଗ୍ରହ କରିଥିଲା। ଆଜି ଏହିଠାରୁ ଖେଳ ଆରମ୍ଭ କରିଥିଲା। ଗତକାଲିଠାରୁ ନଟଆଉଟ୍ ଥିବା ଦିଲ୍ଲୀ ଅଧିନାୟକ ଗୌତମ ଗମ୍ଭୀରଙ୍କ ଉପରେ ଥିଲା ସମସ୍ତଙ୍କ ନଜର। ତେବେ ସେ ନିରାଶ କରିଥିଲେ। ସେ ମାତ୍ର ୪୧ (୧୬୮ ରନ୍) କରି ଆଉଟ୍ ହୋଇ ଯାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଧ୍ରୁବ୍ ଶୋରେ ୧୧୪ ବଲରୁ ୪୨ ରନ, ନିତୀଶ ରାଣା ୭୯ ବଲରୁ ୩୭ ରନ, ମିଲିନ୍ଦ ୧୩୮ ବଲରୁ ୫୯ ରନ କରି ଥିଲେ। ପ୍ରଦୀପ ସାଙ୍ଗାନ (୪୩ବଲରୁ ୧୫ ରନ) ଓ ସୁବୋଧ ଭାତି (୪ବଲରୁ ୫ରନ) ଅପରାଜିତ ରହିଛନ୍ତି।

ଓଡ଼ିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ୪ଟି, ବସନ୍ତ ମହାନ୍ତି ୨ଟି ଓ ଦୀପକ୍ ବେହେରା ଗୋଟିଏ ୱିକେଟ୍ ଅକ୍ତିଆର କରିଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶା ବର୍ତ୍ତମାନ ସୁଦ୍ଧା ଖେଳିଥିବା ୩ ଟି ମ୍ୟାଚରୁ ଗୋଟିକରେ ବିଜୟ ହୋଇଥିବା ବେଳେ ଦୁଇଟି ଡ୍ର ରଖିଛି। ଦଳ ଆସାମ ବିପକ୍ଷରେ ବିଜୟ ହାସଲ କରିଥିବା ବେଳେ ବିଦର୍ଭ ଓ ମହାରାଷ୍ଟ୍ର ବିପକ୍ଷରେ ମ୍ୟାଚ୍ ଡ୍ର’ ରଖିଛି। ଏହା ସହିତ ଦଳ ୮ ପଏଣ୍ଟ ପାଇଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ ୨ଟି ମ୍ୟାଚରେ ବିଜୟ ଓ ୨ଟି ମ୍ୟାଚରେ ଡ୍ର’ ସହିତ ୧୫ ପଏଣ୍ଟ ପାଇଛି।

Related story