ଓଡ଼ିଶା-ଦିଲ୍ଲୀ ରଣଜୀ ମ୍ୟାଚ୍: ପ୍ରଥମ ଦିନରେ ଦିଲ୍ଲୀ ୯୯/୧

ଭୁବନେଶ୍ୱର: ଭୁବନେଶ୍ୱରର କିଟ୍ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଶା-ଦିଲ୍ଲୀ ରଣଜୀ ମୁକାବିଲା। ଆଜି ମ୍ୟାଚରେ ବର୍ଷା ବାଧକ ସାଜି ଥିବା ବେଳେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଦିଲ୍ଲୀ ୧ ୱିକେଟ୍ ହରାଇ ୯୯ ରନ୍ ସଂଗ୍ରହ କରିଛି। ଟସ୍ ଜିତି ଓଡ଼ିଶା ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବର୍ଷା ଯୋଗୁଁ ମ୍ୟାଚ୍ ବିଳମ୍ବରେ ଆରମ୍ଭ ହୋଇଥିଲା। ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ଦିଲ୍ଲୀ କୌଣସି ୱିକେଟ୍ ନ ହରାଇ ୨୫ ଓଭରରେ […]

odisha-dhili-ranjit

Rakesh Mallick
  • Published: Friday, 30 October 2015
  • , Updated: 02 November 2015, 11:34 AM IST

ଭୁବନେଶ୍ୱର: ଭୁବନେଶ୍ୱରର କିଟ୍ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଶା-ଦିଲ୍ଲୀ ରଣଜୀ ମୁକାବିଲା। ଆଜି ମ୍ୟାଚରେ ବର୍ଷା ବାଧକ ସାଜି ଥିବା ବେଳେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଦିଲ୍ଲୀ ୧ ୱିକେଟ୍ ହରାଇ ୯୯ ରନ୍ ସଂଗ୍ରହ କରିଛି।

ଟସ୍ ଜିତି ଓଡ଼ିଶା ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବର୍ଷା ଯୋଗୁଁ ମ୍ୟାଚ୍ ବିଳମ୍ବରେ ଆରମ୍ଭ ହୋଇଥିଲା। ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ଦିଲ୍ଲୀ କୌଣସି ୱିକେଟ୍ ନ ହରାଇ ୨୫ ଓଭରରେ ୪୧ ରନ୍ କରିଥିଲା। ମଧ୍ୟାହ୍ନ ଭୋଜନ ବିରତି ପରେ ପୁଣି ବର୍ଷା ହୋଇଥିଲା। ତେଣୁ ୨ ଘଣ୍ଟା ଧରି ମ୍ୟାଚ୍ ଆରମ୍ଭ ହୋଇ ପାରି ନଥିଲା। ତେବେ ପରେ ଖେଳ ପୁଣି ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ଷ୍ଟମ୍ପ୍ ଅପସାରଣ ବେଳକୁ ଦିଲ୍ଲୀ ଗୋଟିଏ ୱିକେଟ୍ ହରାଇ ୯୯ ରନ୍ ସଂଗ୍ରହ କରିଥିଲା। ଓପନର ଧ୍ରୁବ ଶୋରେ ୪୨ ରନ୍ (୧୧୪ ବଲ୍) କରି ବସନ୍ତ ମହାନ୍ତିଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ଗୌତମ ଗମ୍ଭୀର ୩୫ ରନ୍ (୧୪୮ ବଲ୍) କରି ନଟ୍ ଆଉଟ୍ ଅଛନ୍ତି। ୩ ନମ୍ବରରେ ଖେଳିବାକୁ ଆସିଥିବା ନୀତୀଶ ରାଣା ୨୯ଟି ବଲ୍ ଖେଳି ୧୫ ରନ୍ କରି ନଟ୍ ଆଉଟ୍ ରହିଛନ୍ତି। ଆଜି ମୋଟ ୪୮.୨ ଓଭର ଖେଳ ହୋଇପାରିଥିଲା। ଓଡ଼ିଶା ପକ୍ଷରୁ ବସନ୍ତ ମହାନ୍ତି ୧୭ ଓଭର ବୋଲିଂ କରି ୩୧ ରନ୍ ଦେଇ ଗୋଟିଏ ୱିକେଟ୍ ହାସଲ କରିଥିଲେ।

ସୂଚନାଯୋଗ୍ୟ, ଚଳିତ ରଣଜୀରେ ବର୍ତ୍ତମାନ ସୁଦ୍ଧା ହୋଇଥିବା ମ୍ୟାଚଗୁଡ଼ିକରୁ ଓଡ଼ିଶା ଗୋଟିକରେ ବିଜୟୀ ହୋଇଥିବା ବେଳେ ଦୁଇଟିକୁ ଡ୍ର ରଖିଛି। ଦଳ ଆସାମ ବିପକ୍ଷ ମ୍ୟାଚ୍ ଜିତିଥିବା ବେଳେ ବିଦର୍ଭ ଓ ମହାରାଷ୍ଟ୍ର ବିପକ୍ଷ ମ୍ୟାଚକୁ ଡ୍ର ରଖିଥିଲା। ସେହିପରି ଦିଲ୍ଲୀ ଦଳ ବର୍ତ୍ତମାନ ସୁଦ୍ଧା ୪ଟି ମ୍ୟାଚ୍ ଖେଳି ୨ଟିରେ ବିଜୟ ଓ ୨ଟି ଡ୍ର’ ହୋଇ ମୋଟ ୧୫ପଏଣ୍ଟ ସହ ଟେବୁଲର ଏକ ନମ୍ୱର ସ୍ଥାନରେ ରହିଛି।

Related story