ଭୁବନେଶ୍ୱର: ଭୁବନେଶ୍ୱରର କିଟ୍ ଷ୍ଟାଡ଼ିୟମରେ ଖେଳାଯାଉଥିବା ଓଡ଼ିଶା-ଦିଲ୍ଲୀ ରଣଜୀ ମୁକାବିଲାର ଆଜି ଦ୍ୱିତୀୟ ଦିନ। ଆଜି ଦିଲ୍ଲୀ ଦଳ ତାର ଅସମାପ୍ତ ଏକ ୱିକେଟ ବିନିମୟରେ ୯୯ ରନରୁ ଖେଳ ଆରମ୍ଭ କରିବ। ଗତକାଲି ବର୍ଷା ଯୋଗୁଁ ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲା। ପ୍ରଥମ ଦିନରେ ମେଘୁଆ ପାଗ ଓ ଆଲୋକ ଅଭାବରୁ ମାତ୍ର ୪୮ ଓଭର ଖେଳ ସମ୍ଭବ ହୋଇପାରିଥିଲା। ଗତକାଲି ଟସ୍ ଜିତି ଓଡ଼ିଶା ଫିଲ୍ଡିଂ କରିବା ନିଷ୍ପତ୍ତି ନେଇଥିଲା। ଓଡିଶା ତରଫରୁ ବସନ୍ତ ମହାନ୍ତି ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି। ପ୍ରଥମ ଦିନରେ ଦିଲ୍ଲୀ ଧୃବ ସୋରେଙ୍କ ୱିକଟେ ହରାଇ ୯୯ ରନ୍ ସଂଗ୍ରହ କରିଛି।