ଓଡ଼ିଶା-ହରିଆଣା ରଣଜୀ ମ୍ୟାଚ୍ ଡ୍ର: ପ୍ରଥମ ଇନିଂସରେ ଅଗ୍ରଣୀ ଭିତ୍ତିରେ ଓଡ଼ିଶାକୁ ୩ ପଏଣ୍ଟ୍

ଲାହଲି (ହରିଆଣା): ଓଡ଼ିଶା-ହରିଆଣା ରଣଜୀ ମୁକାବିଲା ବୁଧବାର ଡ୍ର’ରେ ଶେଷ ହୋଇଛି। ପ୍ରଥମ ଇନିଂସରେ ଅଗ୍ରଣୀ ଭିତ୍ତିରେ ଓଡ଼ିଶାକୁ ମିଳିଛି ୩ ପଏଣ୍ଟ୍। ଏହା ସହିତ ଓଡ଼ିଶା ଦଳ ଏଯାବତ ୬ଟି ମ୍ୟାଚ୍ ଖେଳି ୧୨ ପଏଣ୍ଟ ପାଇଁ ଗ୍ରୁପ୍ ‘ଏ’ରେ ପଏଣ୍ଟ ତାଲିକାରେ ଷଷ୍ଠ ସ୍ଥାନରେ ରହିଛି। ଦଳ ୬ଟି ମ୍ୟାଚରୁ ଗୋଟିଏ ଜିତି ଥିବା ବେଳେ ଗୋଟିଏ ହାରିଛି ଏବଂ ଆଉ ଚାରିଟିରେ ମ୍ୟାଚ୍ ଡ୍ର’ ରଖିଛି। ଅନ୍ୟପକ୍ଷରେ ପ୍ରଥମ ଇନିଂସରେ ଅପରାଜିତ ୨୫୫ […]

nataraj

Rakesh Mallick
  • Published: Wednesday, 18 November 2015
  • , Updated: 18 November 2015, 03:34 PM IST

ଲାହଲି (ହରିଆଣା): ଓଡ଼ିଶା-ହରିଆଣା ରଣଜୀ ମୁକାବିଲା ବୁଧବାର ଡ୍ର’ରେ ଶେଷ ହୋଇଛି। ପ୍ରଥମ ଇନିଂସରେ ଅଗ୍ରଣୀ ଭିତ୍ତିରେ ଓଡ଼ିଶାକୁ ମିଳିଛି ୩ ପଏଣ୍ଟ୍। ଏହା ସହିତ ଓଡ଼ିଶା ଦଳ ଏଯାବତ ୬ଟି ମ୍ୟାଚ୍ ଖେଳି ୧୨ ପଏଣ୍ଟ ପାଇଁ ଗ୍ରୁପ୍ ‘ଏ’ରେ ପଏଣ୍ଟ ତାଲିକାରେ ଷଷ୍ଠ ସ୍ଥାନରେ ରହିଛି। ଦଳ ୬ଟି ମ୍ୟାଚରୁ ଗୋଟିଏ ଜିତି ଥିବା ବେଳେ ଗୋଟିଏ ହାରିଛି ଏବଂ ଆଉ ଚାରିଟିରେ ମ୍ୟାଚ୍ ଡ୍ର’ ରଖିଛି। ଅନ୍ୟପକ୍ଷରେ ପ୍ରଥମ ଇନିଂସରେ ଅପରାଜିତ ୨୫୫ ରନ୍ କରିଥିବା ଓଡ଼ିଶା ଟିମ୍ ଅଧିନାୟକ ନଟରାଜ ବେହେରାଙ୍କୁ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ପ୍ରଦାନ କରାଯାଇଛି।

ହରିଆଣା ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ଦଳ ପ୍ରଥମ ଇନିଂସରେ ୬ ୱିକେଟ୍ ହରାଇ ୫୨୯ ରନ୍ କରିଥିଲା। ଦଳ ଏତିକିରେ ଇନିଂସ୍ ଘୋଷଣା କରିଥିଲା। ଏଥିରୁ ୨୫୫ ରନ୍ କେବଳ ଅଧିନାୟକ ନଟରାଜ ବେହେରା କରିଥିଲେ। ସେ ୪୫୩ଟି ବଲରୁ ୨୫୫ ରନ୍ କରି ଅପରାଜିତ ରହିଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟରେ ଏହା ତାଙ୍କର ଦ୍ୱିତୀୟ ଦ୍ୱିଶତକ। ସେହିପରି ରଂଜିତ ସିଂହ ପ୍ରଥମ ଶ୍ରେଣୀ କ୍ରିକେଟରେ ଡେବ୍ୟୁ ଶତକ କରିଥିଲେ। ସେ ୨୮୯ ବଲରୁ ୧୧୨ ରନ୍ କରିଥିଲେ।

୫୨୯ ରନର ପିଛା କରି ହରିଆଣା ଟିମ୍ ପ୍ରଥମ ଇନିଂସରେ ୨୧୬ ରନରେ ଅଲଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ସର୍ବାଧିକ ରନ୍ କରି ଥିଲେ ଓପନର୍ ଏନ.ଆର୍. ସାଇନି। ସେ ୫୧ ରନ୍ କରିଥିଲେ। ତାଙ୍କ ପଛକୁ ଅଧିକ ରନ୍ କରିଥିଲେ ଜେ.ଜେ ଯାଦବ। ସେ ୧୦୦ଟି ବଲରୁ ୪୬ ରନ୍ କରିଥିଲେ। ଓଡ଼ିଶା ପକ୍ଷରୁ ବସନ୍ତ ମହାନ୍ତି ଓ ସୂର୍ଯ୍ୟକାନ୍ତ ପ୍ରଧାନ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ଧୀରଜ ସିଂହ ୨ଟି ୱିକେଟ୍ ଓ ଦୀପକ ବେହେରା ଏବଂ ଗୋବିନ୍ଦ ପୋଦ୍ଦାର ଗୋଟିଏ ଲେଖାଏଁ ୱିକେଟ୍ ନେଇ ହରିଆଣା ଟିମକୁ ଧରାଶୟୀ କରି ଦେଇଥିଲେ।

ହରିଆଣା ୨୧୬ ରନରେ ଅଲ୍‌ଆଉଟ୍ ହୋଇଯିବା ପରେ ଓଡ଼ିଶା ଫୋଲୋଅନ୍ ଡାକିଥିଲା। ଫଳରେ ହରିଆଣା ଦ୍ୱିତୀୟ ଇନିଂସ ଖେଳିଥିଲା। ପ୍ରଥମ ଇନିଂସରେ କରିଥିବା ଭୁଲକୁ ଘରୋଇ ଦଳ ଆଉ ଦୋହରାଇ ନ ଥିଲା। ଫଳରେ ଦଳ ମ୍ୟାଚର ଅନ୍ତିମ ଦିନରେ ଶୀଘ୍ର ଶୀଘ୍ର ୱିକେଟ୍ ହରାଇ ନ ଥିଲା। ଓପନର୍ ସାଇନି ୬୪ ରନ୍ କରିଥିଲେ। ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ସି.କେ ବିଶନୋଇ ଅପରାଜିତ ୮୬ ରନ୍ କରିଥିଲେ। ଦଳ ମାତ୍ର ୪ଟି ୱିକେଟ୍ ହରାଇଥିବା ବେଳେ ସୂର୍ଯ୍ୟକାନ୍ତ ପ୍ରଧାନ ଓ ଧୀରଜ ସିଂହ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।

Related story