ଲାହଲି: ହରିୟାଣା ବିପକ୍ଷ ରଣଜୀ ମ୍ୟାଚରେ ଓଡିଶା ଦମଦାର ବ୍ୟାଟିଂ କରିଛି। ଆଜି ୨୮୦ ରନରୁ ଓଡ଼ିଶା ଖେଳ ଆରମ୍ଭ କରିଛି । ଲାହଲିରେ ଖେଳାଯାଉଥିବା ଏହି ମ୍ୟାଚର ପ୍ରଥମ ଦିନରେ ଶତକ ଜମାଇଥିଲେ କ୍ୟାପଟେନ୍ ନଟରାଜ ବେହେରା ଏବଂ ରଣଜିତ୍ ସିଂ। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଓଡିଶା ଗୋଟିଏ ୱିକେଟ ହରାଇ ୨୮୦ ରନ୍ କରିଥିଲା । ଚଳିତ ସିଜନରେ ନଟରାଜଙ୍କ ଏହା ପ୍ରଥମ ଶତକ ହୋଇଥିବା ବେଳେ ପ୍ରଥମ ଶ୍ରେଣୀ କ୍ରିକେଟରେ ଅଷ୍ଟମ ଶତକ। ସେହିପରି ନିଜର ଦ୍ୱିତୀୟ ରଣଜୀ ମ୍ୟାଚରେ ଶତକ ଜମାଇଛନ୍ତି ଯୁବ ବ୍ୟାଟସମ୍ୟାନ ରଣଜିତ ସିଂ।