ଓଡ଼ିଶା-ମହାରାଷ୍ଟ୍ର ରଣଜୀ ମ୍ୟାଚ୍ ଡ୍ର

କଟକ: କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ମହାରାଷ୍ଟ୍ର ରଣଜୀ ମ୍ୟାଚ୍ ଡ୍ର’ରେ ଶେଷ ହୋଇଛି। ପ୍ରଥମ ଇନିଂସରେ ଅଗ୍ରଣୀ ରହିଥିବା ଯୋଗୁଁ ମହାରାଷ୍ଟ୍ରକୁ ୩ ପଏଣ୍ଟ ମିଳିଥିବା ବେଳେ ଓଡ଼ିଶା ପାଇଛି ୧ ପଏଣ୍ଟ୍। ମହାରାଷ୍ଟ୍ରର ଶ୍ରୀକାନ୍ତ ମୁଣ୍ଡେଙ୍କୁ ପ୍ରଦାନ କରାଯାଇଛି ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’। ସେ ପ୍ରଥମ ଇନିଂସରେ ୬ଟି ୱିକେଟ୍ ନେଇଥିଲେ। ଓଡ଼ିଶା ଦଳ ଟସ୍ ଜିତି ମହାରାଷ୍ଟ୍ରକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ମହାରାଷ୍ଟ୍ର ସମସ୍ତ ଯାକ ୱିକେଟ୍ ହରାଇ […]

Orissa_Fotor_Collage

Rakesh Mallick
  • Published: Sunday, 11 October 2015
  • , Updated: 11 October 2015, 12:58 PM IST

କଟକ: କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ମହାରାଷ୍ଟ୍ର ରଣଜୀ ମ୍ୟାଚ୍ ଡ୍ର’ରେ ଶେଷ ହୋଇଛି। ପ୍ରଥମ ଇନିଂସରେ ଅଗ୍ରଣୀ ରହିଥିବା ଯୋଗୁଁ ମହାରାଷ୍ଟ୍ରକୁ ୩ ପଏଣ୍ଟ ମିଳିଥିବା ବେଳେ ଓଡ଼ିଶା ପାଇଛି ୧ ପଏଣ୍ଟ୍। ମହାରାଷ୍ଟ୍ରର ଶ୍ରୀକାନ୍ତ ମୁଣ୍ଡେଙ୍କୁ ପ୍ରଦାନ କରାଯାଇଛି ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’। ସେ ପ୍ରଥମ ଇନିଂସରେ ୬ଟି ୱିକେଟ୍ ନେଇଥିଲେ।

ଓଡ଼ିଶା ଦଳ ଟସ୍ ଜିତି ମହାରାଷ୍ଟ୍ରକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ମହାରାଷ୍ଟ୍ର ସମସ୍ତ ଯାକ ୱିକେଟ୍ ହରାଇ ମାତ୍ର ୨୮୧ ରନ୍ ସଂଗ୍ରହ କରିଥିଲା। ତେବେ ଓଡ଼ିଶା ତା’ର ପ୍ରଥମ ଇନିଂସରେ ଏହି ସ୍କୋରକୁ ବି ଅତିକ୍ରମ କରିବାରେ ବିଫଳ ହୋଇଥିଲା। ଦଳ ସମସ୍ତ ୱିକେଟ୍ ହରାଇ ୨୬୭ ରନ୍ କରିଥିଲା। ଗୋବିନ୍ଦ ପୋଦ୍ଦାରଙ୍କ ଶତକୀୟ ଇନିଂସ୍ (୧୦୦ ରନ୍, ୨୦୫ ବଲ୍, ୧୪ଟି ୪) ସତ୍ତ୍ୱେ ଦଳ ପ୍ରଥମ ଇନିଂସରେ ମହାରାଷ୍ଟ୍ରଠାରୁ ୧୪ ରନ୍ ପଛରେ ରହି ଯାଇଥିଲା। କାରଣ ତାଙ୍କୁ ଓ ପ୍ରତୀକ (୬୨ରନ୍)ଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ମହାରାଷ୍ଟ୍ର ବୋଲରଙ୍କ ସମ୍ମୁଖୀନ ହୋଇପାରି ନ ଥିଲେ। ମହାରାଷ୍ଟ୍ର ଦ୍ୱିତୀୟ ଇନିଂସରେ ୨୮୯ ରନ୍ କରି ଆଜି ପାରି ଘୋଷଣା କରି ଦେଇଥିଲା। ଦଳ ଦ୍ୱିତୀୟ ଇନିଂସରେ ୪ଟି ୱିକେଟ୍ ହରାଇଥିଲା। ଦଳ ପକ୍ଷରୁ ସ୍ୱପନିଲ ଗୁଗାଲେ ୭୧ ରନ୍ କରିଥିବା ବେଳେ କେଦାର ଯାଦବ ଅପରାଜିତ ୧୦୦ ରନ୍ କରିଥିଲେ। ସେହିପରି ଅଙ୍କିତ ବାୱନେ ୪୪ ରନ୍ କରିଥିଲେ। ଓଡ଼ିଶାର ଦୀପକ ବେହେରା ଓ ଜୟନ୍ତ ବେହେରା ଗୋଟିଏ ଲେଖାଏଁ ଏବଂ ବସନ୍ତ ମହାନ୍ତି ୨ଟି ୱିକେଟ୍ ପାଇଥିଲେ।

୩୦୪ ରନର ବିଜୟ ଲକ୍ଷ୍ୟ ନେଇ ଓଡ଼ିଶା ଖେଳ ଶେଷ ସୁଦ୍ଧା ଦ୍ୱିତୀୟ ଇନିଂସରେ ୫ ୱିକେଟ୍ ହରାଇ ୧୨୯ ରନ୍ ସଂଗ୍ରହ କରିଥିଲା। ଗିରିଜା ରାଉତ ୩୧ ରନ୍ କରିଥିବା ବେଳେ ଓପନର ନଟରାଜ ବେହେରା ୭ ଓ ୩ ନମ୍ବରେ ଖେଳିବାକୁ ଆସିଥିବା ଗୋବିନ୍ଦ ପୋଦ୍ଦାର ୬ ରନ୍ କରି ଆଉଟ୍ ହୋଇଯାଇଥିଲେ। ଅନୁରାଗ ଷଡ଼ଙ୍ଗୀ୨୮ ଓ ବିଳ୍ପବ ସାମନ୍ତରାୟ ୧୯ ରନ୍ କରିଥିଲେ। ପ୍ରତୀକ ଦାସ ୨୬ ଓ ରାଜେଶ ଧୂପର ୬ ରନ୍ କରି ଅପରାଜିତ ରହିଥିଲେ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ନାଗପୁରରେ ଖେଳା ଯାଇଥିବା ଓଡ଼ିଶା-ବିଦର୍ଭ ରଣଜୀ ମ୍ୟାଚ୍ ମଧ୍ୟ ଡ୍ର ରହିଥିଲା। ଓଡ଼ିଶାକୁ ଫୋଲନ୍ ଦେଇଥିବା ବିଦର୍ଭ ୩ ପଏଣ୍ଟ ପାଇଥିଲା। ଓଡ଼ିଶା ପାଇଥିଲା ୧ ପଏଣ୍ଟ।

Related story