କଟକ: ଜମି ଅନିୟମିତତା ମାମଲାରେ ଓଡ଼ିଶା ଅଲିମ୍ପିକ ଆସୋସିଏସନକୁ ଲାଗିଛି ଝଟକା। ଆସୋସିଏସନ୍ ଅଧୀନରେ ଥିବା ୨.୭୦୩ ଏକର ଜମିକୁ ଜିଲ୍ଲା ପ୍ରଶାସନ ନିଜ ଅଧୀନକୁ ନେଇଛି। ପୂର୍ବରୁ ଜିଲ୍ଲା ପ୍ରଶାସନ ଗତ ମାର୍ଚ୍ଚ ୧୬ ତାରିଖରେ ଏହି ବିବାଦୀୟ ଜମିକୁ ସରକାରୀ ଖାତାକୁ ଫେରାଇ ଆଣିଥିଲା। କିନ୍ତୁ ପୋଲିସ୍ ଉପସ୍ଥିତିରେ କଟକ ଜିଲ୍ଲାପାଳ ଆର୍ ରଘୁରାମ ଆୟାର ଏହି ଜମିରେ ନାଲି ପତାକା ମାରି ତାହାକୁ ପ୍ରଶାସନ ଦଖଲକୁ ନେଇଛନ୍ତି। ପ୍ରଶାସନ ଦଖଲକୁ ଯାଇଥିବା ଏହି ଜମିରେ ଓଡ଼ିଶା କ୍ରିକେଟ ଏକାଡେମୀର ବିଲ୍ଡିଂ, ଖେଳ ପଡ଼ିଆ, ଏକ ଚାରି ମହଲା କୋଠା ଓ ୬ ମହଲା ବିଶିଷ୍ଟ ଏକ ନିର୍ମାଣଧୀନ କୋଠା ରହିଛି।